ସ୍ମାର୍ଟଫୋନରେ ମେମୋରୀ ଫୁଲକୁ ନେଇ ଚିନ୍ତିତ କି? କେମିତି ଆପେ ଆପେ ଡିଲିଟ୍ ହେବ ଅଦରକାରୀ ଫଟୋ ,ଜାଣନ୍ତୁ ତରିକା

48

C3DFA0GXAAASaodଛୋଟ ଠାରୁ ବଡ ସମସ୍ତଙ୍କ ହାତରେ ଏବେ ସ୍ମାର୍ଟଫୋନ । ଆଉ ସ୍ମାର୍ଟଫୋନର ମେମୋରୀ ଶୀଘ୍ର ଫୁଲ୍ ହୋଇଯିବା ସମସ୍ତଙ୍କର ସେହି ଗୋଟିଏ ସମସ୍ୟା । ଯାହା ଦ୍ୱାରା ଫୋନ ସ୍ଲୋ ହୋଇଯାଏ । ପ୍ରତିଦିନ ହ୍ୱାଟସଆପ୍ ଦ୍ୱାରା ଭିଡିଓ ଓ ଫଟୋଗୁଡିକ ଆସି ଫୋନର ଇଣ୍ଟରନାଲ ମେମୋରୀରେ ଭର୍ତ୍ତି ହୋଇଯାଏ । କାର୍ଯ୍ୟ ବ୍ୟସ୍ତତା ଭିତରେ ଏହାକୁ ଡିଲିଟ୍ ନକଲେ ଏହା ଅସୁବିଧାରେ ପକାଏ । ଏଣୁ କେମିତି ଆପଣାଛାଏଁ ଏହି ଅଦରକାରୀ ଫଟୋ ଓ ଭିଡିଓ ସବୁକୁ ଫୋନରୁ ଦୂର କରିବେ, ଜାଣନ୍ତୁ ଏହାର ଉପାୟ ।

sift-magic-cleaner-whatsapp[2]ଏଥିପାଇଁ ଆପଣକୁ ସାହାଯ୍ୟ କରିବ ସିଫ୍ଟଆର୍ ମ୍ୟାଜିକ୍ କ୍ଲିନର ଆପ୍ । ଏହା ଆଣ୍ଡ୍ରଏଡରେ କାମ କରୁଥିବା ଏକ ଆପ୍ । ଯାହା ହ୍ୱାଟସଆପରେ ଫୋନକୁ ଆସୁଥିବା ଅଦରକାରୀ ଫଟୋ ଓ ଭିଡିଓ ସବୁକୁ ସର୍ଚ୍ଚ କରି ଡିଲିଟ୍ କରିଦିଏ । ଏହି ଆପ୍ ସହଜରେ ଗୁଗୁଲ ପ୍ଲେ ଷ୍ଟୋରରେ ମିଳିଯାଏ । ଫଟୋରେ ଦିଆଯାଇଥିବା ଲେଖା ଆଧାରରେ ଏହି ଆପ୍ ଫଟୋ ଓ ଭିଡିଓକୁ ଚିହ୍ନଟ କରିଥାଏ ଏବଂ ସେହି ଅନୁସାରେ ଡିଲିଟ କରେ ।
କେମିତି ଏହି ଆପକୁ ଇନଷ୍ଟାଲ କରିବେ ?
୧ – ପ୍ରଥମେ ଆପଣଙ୍କ ଫୋନରେ ଏହି ସିଫ୍ଟଆର୍ ମ୍ୟାଜିକ୍ କ୍ଲିନର ଆପକୁ ଡାଉନଲୋଡ୍ କରି ଇଂଷ୍ଟାଲ୍ କରନ୍ତୁ ।
୨ – ଏହି ଆପକୁ ଫୋନ୍ ଗ୍ୟାଲେରୀରେ ଆକ୍ସେସ୍ କରନ୍ତୁ । ଏହାସହ ଅନ୍ୟ ଫାଇଲକୁ ବି ଆକ୍ସେସ୍ କରିବାକୁ ଆଲାଓ ଅପସନରେ କ୍ଲିକ୍ କରନ୍ତୁ ।
୩ – ଏହି ଆପର ତଳେ ଦିଆଯାଇଥିବା ଆଇକନରେ କ୍ଲିକ୍ କରିବାକୁ ହେବ । ଏହାପରେ ଏହା ଫୋନରେ ସେଭ୍ ହୋଇଥିବା ଫଟୋକୁ ସ୍କାନ କରିବା ଆରମ୍ଭ କରିବ ।
୪ – ଏହାପରେ ଆପଟି ନିଜ ହିସାବରେ ଜଙ୍କ ଫଟୋ (ଅଦରକାରୀ ଫଟୋ)ଗୁଡିକୁ ତଳେ ଦେଖାଇଦେବ । ଯଦି ଆପଣ ଏସବୁ ଜଙ୍କ ଫଟୋଗୁଡିକୁ ଡିଲିଟ୍ କରିବାକୁ ଚାହୁଁଥାନ୍ତି, ଡିଲିଟ୍ ବଟନରେ କ୍ଲିକ୍ କରିବେ । ଯେଉଁ ଫଟୋଗୁଡିକୁ ରଖିବାକୁ ଚାହୁଁଥାନ୍ତି ସେଗୁଡିକ ଉପରୁ ଟିକ୍ ମାର୍କ ଉଠାଇଦେବେ ।

ଏହାସହ ମଧ୍ୟ ପଢନ୍ତୁ –ୟୁଟ୍ୟୁବ୍ ଭଳି ଫେସବୁକରେ ଭିଡିଓ ଅପଲୋଡ୍ କରି କମାଇପାରିବେ ପଇସା! ଜାଣନ୍ତୁ କେମିତି?