କେମିତି ସତ୍ୟ ନାଡେଲା ହେଲେ ମାଇକ୍ରୋସଫ୍ଟର ସିଇଓ ? ଆତ୍ମକଥା ପୁସ୍ତକ ‘ହିଟ୍ ରିଫ୍ରେଶ୍ ’ କହିବ ଏହି ସଫଳ ବ୍ୟକ୍ତିଙ୍କ ସଂଘର୍ଷର କଥା

99

Satya_Nadellaଗ୍ଲୋବାଲ୍ ଟେକ୍ନୋଲଜି ୱଲର୍ଡର ଜଣାଶୁଣା ହସ୍ତିମାନଙ୍କ ମଧ୍ୟରୁ ଜଣେ ହେଲେ ସତ୍ୟ ନାଡେଲା । ଜଣେ ଚର୍ଚ୍ଚିତ ଚେହେରା । ମାଇକ୍ରୋସଫ୍ଟର ସିଇଓ ହେବାଯାଏ ଜୀବନର ଅଜଣା କଥା ସବୁକୁ ଶଦ୍ଦରେ ଗୁନ୍ଥିଛନ୍ତି । ଯାହା ସତ୍ୟ ନଡେଲାଙ୍କ ବ୍ୟକ୍ତିଗତ କଥା ଦର୍ଶାଇବା ସହ , ମାଇକ୍ରୋସଫ୍ଟର ଗୁଣାବତ୍ତାକୁ ବଖାଣିବ । ସତ୍ୟ ନାଡେଲାଙ୍କ ଆତ୍ମକଥା ଉପରେ ଆଧାରିତ ପୁସ୍ତକ ‘ହିଟ୍ ରିଫ୍ରେଶ୍ ’ ଚଳିତ ମାସରେ ବଜାରକୁ ଆସିବାକୁ ଯାଉଛି । ଆଶା କରାଯାଉଛି ଯେ, ଏହି ପୁସ୍ତକଟି କହିବ ଭାରତରେ ଜନ୍ମିତ ନାଡେଲାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ଅନେକ ଅଜଣା କଥା । ଯାହାକୁ ଜାଣିବ ସାରା ଦୁନିଆ ।

Microsofts-Satya-Nadella-visits-Cairo-on-January-5thନାଡେଲା ସୋସିଆଲ ମିଡିଆ ୱେବସାଇଟ ଲିଙ୍କଡଇନର ଏକ ବ୍ଲଗରେ ଏହି ସୂଚନା ଦେଇଛନ୍ତି । ଏହି ଅନୁସାରେ , ‘ହିଟ୍ ରିଫ୍ରେଶ୍ ’ ୨୬ ସେପ୍ଟେମ୍ବରରୁ ବିଶ୍ୱର ସବୁ ବହି ଦେକାନରେ ବିକ୍ରି ହେବ । ଏହାର ମୁଖବନ୍ଧ ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍ ଗେଟ୍ସ ଲେଖିଛନ୍ତି । ବହିର ଶୀର୍ଷକ ଡିଜିଟାଲ୍ ଦୁନିଆରୁ ପ୍ରେରିତ ଅଟେ । ଯେଉଁଠି ‘ଏଫ୍୫’ ବଟନ ଦବାଇ ସ୍କ୍ରିନକୁ ରିଫ୍ରେଶ୍ କରାଯାଇପାରେ । ନଡେଲା କହିଛନ୍ତି, ‘ ଆମକୁ ଲାଗୁଛି ଯେ , ଏପର୍ଯ୍ୟନ୍ତ ବ୍ୟକ୍ତିଗତ ଜୀବନ , କଂପାନୀରେ ଜାରି ପରିବର୍ତ୍ତନ ଓ ନୂଆ ଟେକନିକ୍ ଏବଂ ଆର୍ଥିକ ପରିବର୍ତ୍ତନ ରେ ଆସୁଥିବା ଲହଡି ଉପରେ ଆଧାରିତ ପୁସ୍ତକ ହିଟ୍ ରିଫ୍ରେଶ୍ ଏକ ଭଲ ଅନୁରୂପ ହେବ ।’

family3_1457428810ନାଡେଲା ନିଜ ବ୍ଲଗରେ ଲେଖିଛନ୍ତି, ଏହା ବି ଗୁଣ ଅଟେ , ଯିଏ ମାଇକ୍ରୋସଫ୍ଟରେ ସଶକ୍ତିକରଣର ମିଶନ ଓ ଗ୍ରାହକଙ୍କ ଅଜଣା ଆବଶ୍ୟକକୁ ପୁରା କରିବାର ତରିକା ପ୍ରସ୍ତୁତ କରିଥିଲେ । କ୍ୱାଲିଟିକୁ ଧନ୍ୟବାଦ । ଯାହା ଦ୍ୱାରା ଆମକୁ ଅଶେଷ ସାହାଯ୍ୟ ମିଳିଛି । ଆଉ ଆଗକୁ ଅଗ୍ରସର ହୋଇ ଆମେ କୈାଣସି ସମାଜକୁ ସମସ୍ତଙ୍କ ପାଇଁ ସୁଯୋଗ ଦେଇଛୁ ।’ ନାଡେଲା ନିଜର ଏହି ଆତ୍ମଜୀବନୀ ପୁସ୍ତକରୁ ଅର୍ଜିତ ସବୁ ଅର୍ଥ ମାଇକ୍ରୋସଫ୍ଟର ପରୋପକାରୀ ସଂସ୍ଥା କୁ ଦାନ କରିବେ ବୋଲି କହିଛନ୍ତି ।

1ସୂଚନା ଅନୁସାରେ , ସତ୍ୟ ନାଡେଲା ୧୯୯୨ ମସିହାରେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ । ବର୍ତ୍ତମାନ ମାଇକ୍ରୋସଫ୍ଟର ସିଇଓ ପଦ ସହ ଅନେକ ପ୍ରକାର କାର୍ଯ୍ୟ ନିର୍ବାହ କରୁଛନ୍ତି । ମାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ କରିଛନ୍ତି ବ୍ୟାଚେଲର ଡିଗ୍ରୀ । ଏହା ସହ ୱିସ୍କୋନସିନ୍- ମିଲୱାୟୁକି ୟୁନିର୍ଭସିଟିରୁ କଂପୁଟର ସାନ୍ସରେ କରିଛନ୍ତି ମାଷ୍ଟର ଡିଗ୍ରୀ ।

ଏବେ ଏହି ବହୁ ଚର୍ଚ୍ଚିତ ସଫଳ ବ୍ୟକ୍ତିଙ୍କତ ଆତ୍ମକଥା ନିଶ୍ଚୟ କିଛି ନୂଆ କଥା କହିବ ବିଶ୍ୱର ଅନେକ ଯୁବପିଢି ଓ ଉଦ୍ୟୋଗପତିମାନଙ୍କୁ ।