ଶାଢୀ ବଦଳରେ ଘାଘରା-ଚୋଲୀରେ ଦେବୀ ମହାଲକ୍ଷ୍ମୀ ! ଭକ୍ତଙ୍କ ହଙ୍ଗାମା, ପୂଜାରୀଙ୍କ ନାଁରେ ଏତଲା

82

ମୁମ୍ବାଇ : କୋହ୍ଲାପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଦେବୀ ମହାଲକ୍ଷ୍ମୀ ଅମ୍ବାବାଈଙ୍କୁ ଘାଘର-ଚୋଲୀ ପିନ୍ଧାଯାଇଥିବା ନେଇ ସୃଷ୍ଟି ହୋଇଛି ବିବାଦ । ଆଉ ଏହି ମାମଲାରେ ମନ୍ଦିରର ପୂଜାରୀଙ୍କ ସହ ତିନି ଜଣ ଲୋକଙ୍କ ନାଁରେ ଏତଲା ଦିଆଯାଇଛି ।

ଦୁଇଦିନ ପୂର୍ବରୁ ସୋସିଆଲ୍ ମିଡ଼ିଆରେ ଦେବୀ ମହାଲକ୍ଷ୍ମୀଙ୍କ ଶାଢୀ ବଦଳରେ ଘାଘରା-ଚୋଲି ପିନ୍ଧିଥିବାର ଫଟୋ ଭାଇରାଲ୍ ହୋଇଥିଲା । ଏହି ଫଟୋ ଭାଇରାଲ୍ ହେଲା ପରେ ପଶ୍ଚିମ ମହାରାଷ୍ଟ୍ର ଦେବସ୍ଥାନ ପ୍ରବନ୍ଧନ କମିଟି ସଂପୃକ୍ତ ପୂଜାରୀଙ୍କ ବିରୋଧରେ ଆଇନର ସାହାଯ୍ୟ ନେଇଛନ୍ତି । ରବିବାର ଦିନ ଦେବୀଙ୍କୁ ନିଜର ବାସ୍ତବିକ ପରିଧାନରେ ନଦେଖି ଭକ୍ତମାନେ ଅଶାନ୍ତି ପ୍ରକଟ କରିଛନ୍ତି ଏବଂ ଅଲ୍ ପାର୍ଟି ଏକ୍ସନ୍ କମିଟି ଭବାନୀ ମଣ୍ଡପରେ ଏକାଠି ହୋଇ ବିରୋଧ କରିଛନ୍ତି । ପୁଲିସ୍ ଏହି ମାମଲାର ତୁରନ୍ତ ପଦକ୍ଷେପ ନେବ ବୋଲି କହିଛି ।

ଏହା ସହ ମଧ୍ୟ ପଢନ୍ତୁ – ଆନନ୍ଦ କୁମାରଙ୍କ ସୁପର-୩୦ ର କମାଲ୍ ! ସବୁ ଛାତ୍ର ଆଇଆଇଟିରେ ମାରିଲେ ବାଜି