ଆନନ୍ଦ କୁମାରଙ୍କ ସୁପର-୩୦ ର କମାଲ୍ ! ସବୁ ଛାତ୍ର ଆଇଆଇଟିରେ ମାରିଲେ ବାଜି

32

ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସୁପର-୩୦ର ଛାତ୍ରମାନେ କମାଲ୍ କରିଦେଖେଇଛନ୍ତି । ଏହି ବର୍ଷ ଏହାର ଛାତ୍ରମାନେ ଶତପ୍ରତିଶତ ରେଜଲ୍ଟ କରି ଦେଖେଇଛନ୍ତି । ଏହାର ସମସ୍ତ ୩୦ ଜଣ ଛାତ୍ର ଜେଇଇ ଆଡଭାନ୍ସ କ୍ୱାଲିଫାଇ କରିବାରେ ସଫଳତା ପାଇଛନ୍ତି । ସୁପର-୩୦କୁ ଗରିବ ପରିବାର ସ୍ତରରୁ ଆସିଥିବା ପିଲାମାନଙ୍କୁ ଆଇଆଇଟିରେ ପ୍ରବେଶ କରିବା ପାଇଁ ସାହାଯ୍ୟ କରିଥାଏ ।

ସୁପର-୩୦ର ସଂସ୍ଥାପକ ଆନନ୍ଦ କୁମାର ମଧ୍ୟ ଛାତ୍ରଙ୍କର ସଫଳତାରେ ଖୁବ୍ ଖୁସି ହୋଇଛନ୍ତି ଏବଂ କହିଛନ୍ତି ଏହି ସୁପର-୩୦ର ଛାତ୍ରମାନେ ଏହା ପ୍ରମାଣ କରିଦେଖେଇଛନ୍ତି ଯେ , ଯଦି ତାଙ୍କୁ ସୁବିଧା ସୁଯୋଗ ମିଳେ ସେମାନେ ଅସମ୍ଭବକୁ ସମ୍ଭବ କରିପାରିବେ ।

ପ୍ରତିବର୍ଷ ଏହି ସୁପର-୩୦ ଅନୁଷ୍ଠାନ ଗରିବ ପରିବାରରରୁ ଆସିଥିବା ୩୦ ଜଣ ଛାତ୍ରଙ୍କୁ ଚୟନ କରିଥାଏ । ବିନା ଶୁଳ୍କରେ ପିଲାମାନେ କେବଳ ଏଠାରେ ଆଇଆଇଟି ଆଡମିଶନ ପାଇଁ ପ୍ରସ୍ତୁତ କରିନଥାନ୍ତି , ଏହାସହ ରହିବା ଖାଇବାର ସୁବିଧା ମାଗଣାରେ ଦିଆଯାଇଥାଏ । ପ୍ରତିବର୍ଷ ବଛା ହୋଇ ୩୦ ମେଧାବୀ ପିଲାଙ୍କୁ ଏହି ଅନୁଷ୍ଠାନରେ ପଢିବାର ସୁଯୋଗ ଦିଆଯାଉଥିବାରୁ ଏହାର ନାମ ସୁପର-୩୦ ରଖାଯାଇଛି ।