ଧୃର୍ତ୍ତ ଚୋର : ଅନଲାଇନରେ କାର୍ ବିକି ମାଲାମାଲ୍ !

59

କନକ ବ୍ୟୁରୋ : ପ୍ରତିଦିନ କେଉଁଠି ନା କେଉଁଠି ଚୋରି ହେବାର ଖବର ଶୁଣୁଥିବେ । ହେଲେ କାର୍ ଚୋରି କରି ,ଅନଲାଇନରେ ବିକ୍ରି କରିବା କେବେ ଶୁଣି ନଥିବେ । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି । ଯାହା ତାଜୁବ କରିବ ଆପଣଙ୍କୁ ।

କ୍ରାଇମ୍ ବ୍ରାଂଚ ଏବେ ଏକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି । ଏମାନେ ଡଷ୍ଟର ଓ ରେନାଲ୍ଟ ଭଳି ଦାମୀ ଓ ସୈାଖିନୀ କାରଗୁଡିକୁ ଚୋରି କରି କମ୍ ଦାମରେ ଅନଲାଇନରେ ବିକ୍ରି କରୁଥିଲେ । ଏହି ଗ୍ୟାଙ୍ଗ ଦିଲ୍ଲୀ ସହ ଦେଶର ଅନ୍ୟ ରାଜ୍ୟରୁ ଏହି ସବୁ ଦାମୀ କାରକୁ ଚୋରି କରୁଥିଲେ । ନକଲି ନମ୍ବରରେ ସେକେଣ୍ଡ ହ୍ୟାଣ୍ଡ କାର ନାମରେ ଚୋରି କାରଗୁଡିକୁ ବିକ୍ରି କରନ୍ତି ଏହି ଚୋରମାନେ । ପୁଲିସ ଏହି ଦଳର ଦୁଇ ସଦସ୍ୟଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ଠାରୁ ଅନେକ ଆଶ୍ଚର୍ଯ୍ୟକର ତଥ୍ୟ ହାସଲ କରିଛି ।

ପୁଲିସର ସୂଚନା ଅନୁସାରେ ୨୦୧୪ ମସିହାରୁ ଏହି ଚୋରମାନେ ସକ୍ରିୟ ଅଛନ୍ତି । ଏମାନେ ବର୍ତ୍ତମାନ ସୁଦ୍ଧ ୨୦୦ରୁ ଅଧିକ ଦାମୀ କାର ବିକ୍ରିକରି ସାରିଲେଣି । ଏହି ଧୂର୍ତ୍ତ ଚୋରଙ୍କ ଏଭଳି ଅନଲାଇଲ ସେଲିଂକୁ ନେଇ ଏବେ ଚାରିଆପେ ଆଲୋଚନା ।