ଦମ୍ପତିଙ୍କ ଭିନ୍ନ ଏକ ସ୍ୱପ୍ନ ! ନିଜ ଉଦ୍ୟମରେ ତିଆରି କରିଛନ୍ତି ୫୫ ଏକର ଜଙ୍ଗଲ

72

SAI-sanctuary-8କର୍ଣ୍ଣାଟକ : ଆଜିର ଯୁଗରେ ଯେଉଁଠି ମଣିଷ ଜଙ୍ଗଲ ଜମିକୁ ନଷ୍ଟ କରିବାରେ ଲାଗିଥିବା ବେଳେ କର୍ଣ୍ଣାଟକରୁ ଏମିତି ଏକ ଖବର ନଜରକୁ ଆସିଛି ଯାହା ଅବିଶ୍ୱସନୀୟ । ଦମ୍ପତି ନିଜସ୍ୱ ଉଦ୍ୟମରେ ତିଆରି କରିଛନ୍ତି ଦେଶର ସର୍ବପ୍ରଥମ ବ୍ୟକ୍ତିଗତ ଅଭୟାରଣ୍ୟ ।

ଏ.କେ. ମାଲହୋତ୍ରା ଓ ପାମେଲା ମାଲହୋତ୍ରାଙ୍କ ଆଖିରେ ଥିଲା କେବଳ ଜଙ୍ଗଲ ଏକ ତିଆରି କରିବାର । ୧୯୯୧ ମସିହାରେ ଦୁହେଁ କର୍ଣ୍ଣାଟକରେ କିଣନ୍ତି ୫୫ ଏକର ଅନାବାଦୀ ଜମି । ଆରମ୍ଭ ହୁଏ ଜଙ୍ଗଲ ତିଆରିର ସ୍ୱପ୍ନ । ନିଜସ୍ୱ ଉଦ୍ୟମରେ ଦୁହେଁ ତିଆରି କରନ୍ତି ଜଙ୍ଗଲ । ସମୟ ବଦଳେ କ୍ରମେ ଜଙ୍ଗଲ ଘଂଚ ହେବାରେ ଲାଗେ ।

୫୫ ଏକର ଜମି ଏବେ ପରିଣତ ହୋଇଛି ଏକ ବିସ୍ତୀର୍ଣ୍ଣ ଜଙ୍ଗଲରେ । ଯାହା ଏବେ ଆଶ୍ରୟସ୍ଥଳୀ ପାଲଟିଛି ପାଖାପାଖି ୨୦୦ରୁ ଉର୍ଦ୍ଧ୍ୱ ବିଲୁପ୍ତପ୍ରାୟ ଜୀବଙ୍କର । ହାତୀରୁ ଆରମ୍ଭ କରି ବାଘ ବିଲୁଆ ପର୍ଯ୍ୟନ୍ତ ଅନେକ ଜୀବଜନ୍ତୁ ରହୁଛନ୍ତି ଏହି ଜଙ୍ଗଲରେ । ଜଙ୍ଗଲକୁ ମାନ୍ୟତା ମିଳିଛି ପ୍ରଥମ ଘରୋଇ ଅଭୟାରଣ୍ୟର । କର୍ଣ୍ଣାଟକର କୋଦାଗୁ ଜିଲ୍ଲାରେ ରହିଛି ଏହି ସାଇ ଅଭୟାରଣ୍ୟ । ଜଙ୍ଗଲ ନିକଟରେ ଏକ ନଦୀ ଥିବାରୁ ଏହାର ପ୍ରାକୃତିକ ଶୋଭା ସବୁଜପ୍ରେମୀଙ୍କୁ ଆକର୍ଷିତ କରିଥାଏ । ଏ.କେ. ମାଲହୋତ୍ରା ଓ ପାମେଲା ମାଲହୋତ୍ରାଙ୍କ କାମକୁ ଏବେ ସବୁଆଡୁ ପ୍ରଶଂସା ମିଳିବାରେ ଲାଗିଛି ।