୮୪ବର୍ଷରେ ବି ସମ୍ଭୋଗ ଇଚ୍ଛା ! ବୟସ୍କା ମହିଳା ଛାଡପତ୍ର ଦେଲେ ୮୮ ବର୍ଷୀୟ ସ୍ୱାମୀଙ୍କୁ

448

ସ୍ୱାମୀ-ସ୍ତ୍ରୀର ସଂପର୍କ କୁହାଯାଏ ,ଏକ ଅପୂର୍ବ ସଂପର୍କ । ଯାହା କିଛି ବିଶ୍ୱାସ ଓ ବାସ୍ତବତାକୁ ନେଇ ତିଷ୍ଠି ଥାଏ । ସାରା ସୁଖ ଦୁଃଖରେ ସାଥୀ ହୋଇ ରହିବାର ପ୍ରତିଶ୍ରୁତି ବହନ କରେ ଏହି ବୈବାହିକ ସଂପର୍କ । ଦୁଇଟି ଦେହ ମନ ଏକାକାର ହେବାର ଏକ ପ୍ରକ୍ରିୟା ଏ ସଂପର୍କ । ଯେଉଁଟି ଅର୍ଥ ସ୍ୱାର୍ଥ ଓ ବୟସର ଭାଗମାପ କିଛି ନଥାଏ । ହେଲେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଦାମ୍ପତ୍ୟ ସଂପର୍କରେ ଅନ୍ତରାୟ ସୃଷ୍ଟି କରିଛି । ୮୦ ବର୍ଷ ବୟସରେ ବି ଦୈହିକ ସଂପର୍କରେ ପ୍ରବଳ ଇଚ୍ଛା । ଆଉ ଏଥିରେ ସ୍ୱାମୀ ଅସମର୍ଥ ହେବାରୁ ବୟସ୍କା ସ୍ତ୍ରୀର ସ୍ୱାମୀଙ୍କ ଠାରୁ ଦୂରେଇ ଯିବା ,ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ । କିନ୍ତୁ ଏମିତି କିଛି ଖବର ପ୍ରକାଶ ପାଇଛି ଲାଇଭ ଇଣ୍ଡିଆରେ ।

ସାଉଥ୍ ଇଟଲିର କ୍ୟାପେନିଆରେ ରହୁଥିବା ବୟସ୍କ ଦଂପତିଙ୍କୁ ନେଇ ଏବେ ଚର୍ଚ୍ଚା । ୮୪ ବର୍ଷୀୟ ଜଣେ ବୃଦ୍ଧା ମହିଳା ନିଜର ୮୮ ବର୍ଷୀୟ ସ୍ୱାମୀଙ୍କୁ ଛାତ୍ରପତ୍ର ଦେବାକୁ ଯାଉଛନ୍ତି । ଛାତ୍ରପତ୍ର ଅନ୍ୟ କିଛି କାରଣ ନାହିଁ । ମହିଳାଙ୍କ ସ୍ୱାମୀ ତାଙ୍କ ସହ ଅଧିକ ଯୌନ ସଂପର୍କ ରଖିପାରୁନାହାଁନ୍ତି । ଏହାହିଁ ଛାଡପତ୍ରର କାରଣ । ବୃଦ୍ଧା ମହିଳାଙ୍କ କହିବାନୁଯାୟୀ ତାଙ୍କ ସ୍ୱାମୀ ମାସରେ କେବଳ ଦୁଇଥର ଶାରୀରିକ ସମ୍ବନ୍ଧ ରଖୁଛନ୍ତି ।

ରିପୋର୍ଟ ଅନୁସାରେ ସଂପୃକ୍ତ ମହିଳାଙ୍କର ପୂର୍ବରୁ ଦୁଇଟି ସ୍ୱାମୀ ଥିଲେ । ଏହି ତୃତୀୟ ସ୍ୱାମୀ ଅନ୍ୟ ଦୁଇଜଣ ଠାରୁ ସୁସ୍ଥ ଅଟନ୍ତି । ସୂଚନା ଅନୁସାରେ ମହିଳାଙ୍କର ଛାତପତ୍ର ବିଷୟରେ ସ୍ପଷ୍ଟ ହୋଇସାରିଛି । ହେଲେ କେତେ ଦିନ ପାଇଁ ସେ ଦୂରେଇ ଯିବେ ଏହା ସ୍ପଷ୍ଟ ହୋଇନି ଏଯାଏ ।