ଲାଇଭ ଟିଭି ସୋ’ରେ ବିବାହ ପ୍ରସ୍ତାବ : କ୍ୟାନସର ପୀଡିତା ପାଇଲେ ନୂଆ ସାଥୀ

46

2ବିବାହ ହେଉଛି ଏକ ଅପୂର୍ବ ବନ୍ଧନ । ଦୁଇ ମନ ଓ ଦୁଇ ପ୍ରାଣକୁ ଦିଏ ନୂଆ ଜୀବନ୍ୟାସ । ସାରା ଜୀବନ ଦୁହେଁ ଦୁହିଁଙ୍କର ହୋଇଯା’ନ୍ତି । ଏଇଠୁ ଆରମ୍ଭ ଦୁହେଁ ଜନ୍ମ ଜନ୍ମର ସଂପର୍କ । ଏଣୁ ସମସ୍ତଙ୍କ ଜୀବନରେ ବିବାହ ଏକ ଅପୂର୍ବ ମୁହୂର୍ତ ଓ ନିଆରା ଭାବ ବନ୍ଧନ । ନାରୀଟିଏ ଏହାକୁ ସ୍ମରଣୀୟ କରିବା ପାଇଁ କେତେ କଣ ଚେଷ୍ଟା କରିଥାଏ । ନିଜର ପ୍ରିୟ ସାଥୀକୁ ନେଇ କେତେ ସ୍ୱପ୍ନ ଓ ଆଶା ଗଢିଥାଏ । ଗହନ ମନର ଗୋପନ କଥାକୁ ସାଥୀ ଆଗରେ ବାଢି ଦିଏ । ଖୁସିରେ ଆତ୍ମହରା ହୋଇଉଠେ ମନ ପ୍ରିୟ ସାଥୀକୁ ପାଇ । ଏମିତି ଏକ ସୈାଭାଗ୍ୟ ଜୁଟିଛି ଜଣେ ମହିଳାଙ୍କ ଭାଗ୍ୟରେ । ତାଙ୍କୁ ସୈାଭାଗ୍ୟବତୀ ବୋଲି କହୁଛନ୍ତି ସମସ୍ତେ । ସ୍କୁପ୍ ହପରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।

3ଜଣେ ସ୍ତନ୍ୟ କର୍କଟ ରୋଗରେ ପୀଡିତା ପାଇଛନ୍ତି ନୂଆ ସାଥୀ । ଭାଂଗି ଯାଇଥିବା ମନ ଓ ସାହସ ଓ ସାଥୀ ଖୋଜୁଥିବା ଜୀବନ ପୁଣି ହୋଇଉଠିଛି ଉଲ୍ଲତ୍ସିତ । ସାରା ଦୁନିଆ ଦେଖିଲା ଏହାକୁ । ତାରା ନାମକ ଏହି ମହିଳା ଜଣକ ନିଜ ପୁରୁଷ ବନ୍ଧୁ ଜେରୋଡଙ୍କ ସହ ଏକ ଅଷ୍ଟ୍ରେଲିଆ ଟିଭି ସୋ’ ‘ ଦ ପ୍ରୋଜେକ୍ଟ ’ରେ ଦର୍ଶକ ସିଟରେ ବସିଥିଲେ । ସୋ’ର ହୋଷ୍ଟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜେରୋଡ ତାରାଙ୍କୁ ଦୁନିଆର ସବୁଠୁ ଶକ୍ତିଶାଳୀ ମହିଳା ବୋଲି କହିଥିଲେ । ନିଜର ଭଲ ପାଇବାକୁ ସମସ୍ତଙ୍କ ଆଗରେ ପ୍ରଦର୍ଶିତ କରିଥିଲେ । କହିଥିଲେ –“ ମୁଁ ଆଜି ପର୍ଯ୍ୟନ୍ତ ଯେତେ ଲୋକଙ୍କ ସଂସ୍ପର୍ଶରେ ଆସିଛି । ସମସ୍ତଙ୍କ ଠାରୁ ତାରା ଖୁବ୍ ଶକ୍ତିଶାଳୀ ଓ ମୋର ସବୁଠୁ ପ୍ରିୟ ବନ୍ଧୁ ।”

4ଏହାପରେ ପକେଟରୁ ଏକ ମୁଦି କାଢି ବାନ୍ଧବୀ ତାରାଙ୍କ ଆଙ୍ଗୁଠିରେ ପିନ୍ଧାଇଦେଇଥିଲେ । ଆଉ ସାରାଜୀବନ ନିଜର କରିନେବାକୁ ତାରାଙ୍କୁ କହିଥିଲେ । ଏଭଳି ପ୍ରସ୍ତାବ ଶୁଣି ଖୁସିରେ ଆତ୍ମବିଭୋର ହୋଇଥିଲେ ତାରା । ଆଖିରୁ ବହି ଆସିଥିଲା ଖୁସିର ଲୁହ । ଏହି ଲାଇଭ ଦୃଶ୍ୟକୁ  ଦେଖୁଥିଲା ସାରା ବିଶ୍ୱ । ଏମିତି ଏକ ବିଶ୍ୱାସ । ଏମିତି ଏକ ପ୍ରତିଶୃତି ଓ ମଧୁର ସଂପର୍କକୁ ପ୍ରଶଂସା କରୁଥିଲେ ଉପସ୍ଥିତ ଦର୍ଶକ ।

ଏହା ସହ ମଧ୍ୟ ଦେଖନ୍ତୁ –କେମିତି ଝିଅକୁ ବିବାହ କରିବାକୁ ଚାହାଁନ୍ତି ପୁଅ ?