କନ୍ୟା ସନ୍ତାନର ସୁରକ୍ଷା ପାଇଁ ସେଲୁନ୍ ଦୋକାନୀଙ୍କ ଭିନ୍ନ ପ୍ରୟାସ : ଚର୍ଚ୍ଚାରେ ମହାରାଷ୍ଟ୍ରର ଏହି ବ୍ୟକ୍ତି

40

1ଲିଙ୍ଗ ଅନୁପାତରେ ପୁଅ-ଝିଅ ସମସ୍ତେ ସମାନ । ଏମିତି ମତ ପ୍ରତିଦିନ ଗୁଂଜରିତ ହେଉଛି ଆମ ଦେଶରେ । କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ପ୍ରଯତ୍ନ କରାଯାଇଥିଲେ ବି , ଆଜିବି ଏମିତି ସ୍ଥାନ ଅଛି ଯେଉଁଠି ଜନ୍ମ ହେବା ଆଗରୁ ମା ଗର୍ଭରେ ହିଁ ମାରି ଦିଆଯାଉଛି କନ୍ୟା ସନ୍ତାନକୁ । କନ୍ୟା ସନ୍ତାନ ହେବାର ଶୁଣିଲେ ନାକ ଟେକୁଛନ୍ତି ଲୋକେ । କିନ୍ତୁ ଏହାରି ଭିତରେ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ଏକ ଛୋଟ ଗାଁର ୨୯ ବର୍ଷୀୟ ଅଶୋକ ପୱାର ଚର୍ଚ୍ଚାର ପାତ୍ର ପାଲଟିଯାଇଛନ୍ତି ।

ବେଟି ବଚାଅ ଅଭିଯାନରେ ନିଜକୁ କରିଛନ୍ତି ସାମିଲ ଏହି ଅଶୋକ ପୱାର । ନିଜ ଉଦ୍ୟମରେ ସେ ଲୋକଙ୍କୁ ବୁଝାଉଛନ୍ତି କନ୍ୟା ସନ୍ତାନ ସୁରକ୍ଷାର ମହତ୍ୱ । ଅଶୋକ ନିଜର ଏହି ଛୋଟ ଗାଁରେ ଗୋଟେ ସେଲୁନ ଦୋକାନ କରିଛନ୍ତି । ପ୍ରତିଦିନ ସେଇଠୁ ହିଁ ନିଜ ପରିବାର ଚଳାନ୍ତି । ଏବେ ସେ ଏହି ଛୋଟ ସେଲୁନ ଦୋକାନରେ ୬ମାସର କନ୍ୟାପିତାଙ୍କ ପାଇଁ ଏକ ଅଫର ରଖିଛନ୍ତି । ହେୟାର କଟ୍ ଓ ସେଭିଂ ଫ୍ରି ରଖିଛନ୍ତି । ଏହା ସହ ଏକ ବର୍ଷର ଝିଅ ପାଇଁ ମୁଣ୍ଡନ ମାଗଣାରେ କରିଥାନ୍ତି ଅଶୋକ । କନ୍ୟା ସନ୍ତାନ ପ୍ରତି ପ୍ରତି ମାଆବାପାଙ୍କୁ ଉତ୍ସାହିତ କରିବା ପାଇଁ ଏମିତି ଏକ ପଦକ୍ଷେପ ଉଠାଇଛନ୍ତି । ଅଶୋକଙ୍କର ନିଜର ଏକ ଝିଅ ଅଛି । ତାକୁ ନେଇ ସେ ଗର୍ବ କରନ୍ତି । ଝିଅ ଜନ୍ମ ହେବା ପରେ ସେ ଏହି ସେଲୁନ ଦୋକାନ କରିପାରିଛନ୍ତି ବୋଲି କୁହନ୍ତି ଅଶୋକ । ବେଟି ବଚାଅ ଅଭିଯାନକୁ ଦେଖି ଏହି ପ୍ରକାର ଅଫର ସେ ଲୋକଙ୍କ ପାଇଁ ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ସେ ଲୋକଙ୍କୁ କନ୍ୟା ସନ୍ତାନର ମହତ୍ୱ ବିଷୟରେ ଜଣାଇପାରିବେ ବୋଲି ଆଶା ରଖିଛନ୍ତି ।

ଏହି ବର୍ଷ ଜାନୁୟାରୀରୁ ଅଶୋକ ନିଜ ଦୋକାନରେ ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଦୋକାନରୁ ସେ ମାସକୁ ୧୦ହଜାର ଟଙ୍କା କମାନ୍ତି । ୬ମାସ ଯାଏ ସେ ନିଜର ପଡୋଶୀ ଦୋକାନରେ ସହାୟକ ରୂପରେ କାମ କରୁଥିଲେ । ହେଲେ ନିଜ ଝିଅ ଜନ୍ମ ପରେ ପରେ ତାଙ୍କର ସବୁଥିରେ ସଫଳତା ମିଳିଛି । ନିଜର ଗୋଟେ ଦୋକାନ ବି କରିଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ- ଜଣେ ୧୪ ବର୍ଷୀୟ ଝିଅର ଉଦ୍ୟମକୁ ପ୍ରଶଂସା : ଗାଁକୁ ପରିଚୟ ଦେଲେ ନୂଆଁ ନାଁରେ