ମୋଦିଙ୍କୁ ପ୍ରକୃତ ବନ୍ଧୁ ବୋଲି ସମ୍ବୋଧନ କଲେ ଟ୍ରମ୍ପ ! ମୋଦିମୟ ହେଲା ଆମେରିକା

48

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ରବିବାର ସକାଳେ ୱାଶିଂଟନ୍ ରେ ପହଁଚିଛନ୍ତି । ସୋମବାର ଦିନ ହ୍ୱାଇଟ୍ ହାଉସରେ ତାଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ହେବ । ଏହା ମୋଦି-ଟ୍ରମ୍ପଙ୍କ ପ୍ରଥମ ସାକ୍ଷାତ ହେବ । କିନ୍ତୁ ଏହା ପୂର୍ବରୁ ଉଭୟ ଫୋନ ମାଧ୍ୟମରେ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି । ମୋଦିଙ୍କର ଏହି ଗସ୍ତରେ ଦୁଇ ଦେଶରେ ଖୁବ୍ ଉତ୍ସାହ ପରିଲିକ୍ଷିତ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ ପାଦ ରଖିବାର ଠିକ୍ ପୂର୍ବରୁ ଟ୍ରମ୍ପ ଟ୍ୱିଟ୍ କରି ମୋଦିଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି । ଏଥିରୁ ଅନୁମାନ କରାଯାଉଛି ଏହି ଯାତ୍ରା ଦୁଇ ନେତାଙ୍କ ପାଇଁ ଖୁବ୍ ଉପଯୋଗୀ ହେବ । ପ୍ରଧାନମନ୍ତ୍ରୀ ଯେତେବେଳେ ଆମେରିକାରେ ପହଁଚିଲେ, ମୋଦି-ମୋଦି ନାରା ବାଜିରେ ତାଙ୍କର ସ୍ୱାଗତ କରାଯାଇଥିଲା । ଏହା ପରେ କାଫିଲା ହୋଟେଲକୁ ଯାଇଥିଲେ ମୋଦି । ଆମେରିକାର ସମୟାନୁସାରେ ଆଜି ରାତିରେ ସେ ହୋଟେଲରେ ରହିବେ । ଏବଂ କାଲି ଦିନଯାକ ଅନେକ କାର୍ଯ୍ୟକ୍ରମ ରହିଛି । ସୋମବାର ଦିନ ମୋଦି ୫ଘଣ୍ଟା ହ୍ୱାଇଟ୍ ହାଉସ୍ ରେ ରହିବେ । ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଟିଭି ଚ୍ୟାନେଲର ସୂତ୍ରାନୁସାରେ , ଯେମିତି ସୁରକ୍ଷା ଆମେରିକାର ରାଷ୍ଟ୍ରପତିଙ୍କୁ ଦିଆଯାଏ , ସେମିତି ସୁରକ୍ଷା ମୋଦିଙ୍କୁ ଦିଆଯାଇଛି । ମୋଦି-ଟ୍ରମ୍ପଙ୍କ ଏହି ସାକ୍ଷାତ୍ ଦୁଇ ଦେଶ ମଧ୍ୟରେ ଏକ ନୂଆ ସମୀକରଣ ସୃୃୃୃଷ୍ଟି କରିବ ବୋଲି ଆଶା କରାଯାଉଛି ।