ୟୁଜିସିର ନିର୍ଦ୍ଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିବାକୁ ଛାତ୍ରଛାତ୍ରୀ ବାଧ୍ୟ

38

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିବାକୁ ଛାତ୍ରଛାତ୍ରୀ ବାଧ୍ୟ । ଆସନ୍ତା ତଥା ସେପ୍ଟେମ୍ବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏକ କାର୍ଯ୍ୟକ୍ରମରେ ଦେବାକୁ ଯାଉଥିବା ଭାଷଣକୁ ସମସ୍ତ ଛାତ୍ରଛାତ୍ରୀ ଶୁଣିବାକୁ ନିବେଦନ କରିଛି ୟୁଜିସି । ସୂଚନା ମୁତାବକ, ୟୁନିଭର୍ସିଟି ଅଫ୍ ଗ୍ରାଂଟ କମିସନ (ୟୁଜିସି) ବିଭିନ୍ନ କଲେଜ ଏବଂ ୟୁନିଭର୍ସିଟିର ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛି ଯେ, ସେପ୍ଟେମ୍ବର ୧୧ ତାରିଖ ଦିନ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ଶୁଣିବାକୁ ନିର୍ଦ୍ଦେଶ ଦେଇଛି । ତେବେ ମୋଦିଙ୍କର ଏହି ଅଭିଭାଷଣର ପ୍ରସଙ୍ଗ ରହିଛି ‘ୟଙ୍ଗ ଇଣ୍ଡିଆ, ନ୍ୟୁ ଇଣ୍ଡିଆ- ଏ ରିର୍ସଜେଂଟ୍ ନେସନ: ଫ୍ରମ ସଂକଳ୍ପ ଟୁ ସିଦ୍ଧି’ ।

ଖାଲି ସେତିକି ନୁହେଁ, ସଂସ୍ଥାମାନଙ୍କୁ କୁହାଯାଇଛି କି ଏଥିପାଇଁ କଲେଜର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ । ଯାହାଦ୍ୱାରା ସେମାନେ ବିନା କୌଣସି ଅସୁବିଧାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣି ପାରିବେ । ଯେଉଁଥି ପାଇଁ ବିଭିନ୍ନ ସଂସ୍ଥାମାନଙ୍କରେ ଭେନ୍ୟୁ, ଅଡିଓ–ଭିଜ୍ୟୁଆଲ କକ୍ଷ ଏବଂ ଅଡିଟୋରିୟମର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛି ୟୁଜିସି ।

ଏହି ନିର୍ଦ୍ଦେଶରେ ପୁଣି ମଧ୍ୟ ଲେଖାଯାଇଛି କି, ଟେଲିଭିଜନ କିମ୍ବା ପ୍ରୋଜେକ୍ଟର ଆଦିର ସୁବିଧା ଏଭଳି କରାଯିବା ଦରକାର ଯାହାଦ୍ୱାରା ଏହାକୁ ଅଧିକରୁ ଅଧିକ ଲୋକେ ଦେଖିପାରିବେ । ତେବେ ଏହି କାର୍ଯ୍ୟକ୍ରମ ସମ୍ବର୍ନ୍ଧିତ ସମସ୍ତ ସୂଚନା ବିଭିନ୍ନ କଲେଜମାନଙ୍କ ନୋଟିସ ବୋର୍ଡରେ ପୂର୍ବରୁ ହିଁ ଲଗାଯାଇସାରିଛି ।

ଏଠାରେ ଆମେ କହି ରଖୁଛୁ କି, କଲେଜମାନଙ୍କୁ ଯେଉଁ ନୋଟିସ ଜାରି କରାଯାଇଛି ସେଥିରେ ଉଲ୍ଲେଖ କରାଯାଇଛି କି, ପ୍ରଧାନମନ୍ତ୍ରୀ ମୋଦି ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ତଥା ମହାମତା ସଂପର୍କରେ ଯାହା ସବୁ କହିବେ, ସେଗୁଡିକୁ ଜାଣିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ପାଇଁ ବହୁତ ଜରୁରୀ ଅଟେ । ଯାହାକି ସେମାନଙ୍କ ଏଜୁକେସନ, କ୍ୟାରିୟର ଏବଂ ଆଧାତ୍ମିକ ଅଭିବୃଦ୍ଧିରେ ସହାୟକ କରିବ ।

ସୌଜନ୍ୟ: ଆଜତକ୍