ବିଶ୍ୱର ପ୍ରଥମ ମାନବ ! ଯିଏ କି ଅଧା ଅଧା ହୋଇ ଜନ୍ମ ନେଇଥିଲେ ଦୁଇଟି ମାତୃ ଗର୍ଭରୁ

102

ମହାଭାରତ ସମୟରେ ମଗଧ ଦେଶରେ ଜରାସଂନ୍ଦ ନାମକ ଜଣେ ଶକ୍ତିଶାଳୀ ରାଜା ଥିଲେ । ସେ ପ୍ରତିଜ୍ଞା କରିଥିଲେ କି ସେ ତାଙ୍କ ଯଜ୍ଞରେ ୧୦୦ ଜଣ ରାଜାଙ୍କର ବଳି ଦେବେ ବୋଲି । ଯେଉଁଥି ପାଇଁ କି ସେ ପାଖାପାଖି ୮୬ ଜଣ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ସେମାନଙ୍କୁ ବନ୍ଦୀ କରି ରଖିଥିଲେ । କିନ୍ତୁ ଜରାସଂନ୍ଦର ପ୍ରତିଜ୍ଞା କାଳେ ପୁରଣ ହୋଇଯିବ ଆଉ ସେ ଦୁନିଆରେ ଅମରତ୍ୱ ଲାଭ କରିଦେବ ଏହି ଭୟରେ ଭଗବାନ ଶ୍ରୀକୃଷ୍ଣ ଭୀମଙ୍କ ହାତରେ ତାର ବଧ କରିଦେଇଥିଲେ ।

ଆପଣ ଜାଣିଲେ ଚକିତ ହେବେ କି ଜରାସଂନ୍ଦ ହେଉଛନ୍ତି, ବିଶ୍ୱର ପ୍ରଥମ ମାନବ ଯାହାର ଜନ୍ମ ହୋଇଥିଲା ଦୁଇଟି ଗର୍ଭରୁ । ଅର୍ଥାତ୍ ଜରାସଂନ୍ଦଙ୍କୁ ଦୁଇଟି ମାଆ ଜନ୍ମ ଦେଇଥିଲେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ପ୍ରସଂଗରେ ।

ଶାସ୍ତ୍ର ଅନୁସାରେ, ଜରାସଂନ୍ଦଙ୍କ ପିତା ଥିଲେ ରାଜା ବୃହଦ୍ ରଥ । ତାଙ୍କର ଦୁଇଟି ରାଣୀ ଥିଲେ ମାତ୍ର କୌଣସି ସନ୍ତାନ ନଥିଲା । ସନ୍ତାନ ପ୍ରାପ୍ତି ପାଇଁ ରାଜା ଅନେକ ପୂଜା ଅର୍ଚ୍ଚନା ମଧ୍ୟ କରିଥିଲେ ମାତ୍ର କୌଣସି ସୁଫଳ ମିଳି ନଥିଲା । ଏଥିରେ ସେ ନିରାଶ ହୋଇ ସେ ଦୁଇ ରାଣୀଙ୍କୁ ସାଥୀରେ ନେଇ ବନକୁ ଚାଲିଯାଇଥିଲେ । ତେବେ ସେଠାରେ ତାଙ୍କର ସାକ୍ଷାତ୍ ଋଷି ଚଣ୍ଡକୌଶିକଙ୍କ ସହ ହୋଇଥିଲା । ରାଜା ନିଜର ଦୁଃଖ ତାଙ୍କୁ ଜଣାଇଥିଲେ । ରାଜାଙ୍କ ଦୁଃଖ ଶୁଣି ସେ ରାଜାଙ୍କୁ ଏକ ଆମ୍ବ ଦେଇଥିଲେ ଆଉ କହଥିିଲେ , ‘ଏହାକୁ ତୁମ ପତ୍ନୀଙ୍କୁ ଖଆଇବାକୁ ଦିଅ । ତୁମର ଏକ ଶକ୍ତିଶାଳୀ ପୂତ୍ର ସନ୍ତାନ ଜାତ ହେବ ।’ ଏହାପରେ ରାଜା ଖୁସି ହୋଇ ନିଜ ରାଜ୍ୟକୁ ଫେରି ଆସିଥିଲେ ମାତ୍ର ଏକଥା ଭୁଲି ଯାଇଥିଲେ କି ଋଷି ତାଙ୍କୁ କେବଳ ଗୋଟିଏ ସନ୍ତାନ ପାଇଁ ବର ଦେଇଥିଲେ । ରାଜା ଆମ୍ବଟିକୁ ଦୁଇଭାଗ କରି ତାଙ୍କ ଦୁଇ ରାଣୀଙ୍କୁ ଖାଇବାକୁ ଦେଇଥିଲେ । ତେବେ ଏହାକୁ ଖାଇବା ପରେ ଦୁଇ ରାଣୀ ଗର୍ଭବତୀ ହୋଇଥିଲେ ମାତ୍ର ସେମାନେ ଦୁଇଟି ଅଧା ଅଧା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ତେବେ ଏପରି ଶିଶୁକୁ ଦେଖି ରାଣୀ ଭୟଭୀତ ହୋଇ ପଡିଥିଲେ ଏବଂ ଏହି ଅଧା ଗଢା ନବଜାତ ଶିଶୁଟିକୁ ବାହାରେ ଫିଙ୍ଗି ଦେଇଥିଲେ ।

ତେବେ ଯେଉଁଠାରେ ନବଜାତ ଶିଶୁଟିକୁ ସେ ଫିଙ୍ଗି ଥିଲେ ସେଠାରେ ଜରା ନାମକ ଏକ ରାକ୍ଷଣୀ ବାସକରୁଥିଲା । ରାଜା ବୃହଦ୍ ରଥ ଜରାକୁ ବହୁତ ସମ୍ମାନ କରନ୍ତି ଯେଉଁଥି ପାଇଁ ସେ ରାଜାଙ୍କର କୌଣସି ଅନିଷ୍ଟ କରୁ ନଥିଲା । ଏହାପରେ ଯେତେବେଳେ ସେ ଖାଇବା ପାଇଁ ତାକୁ ଉଠାଇଥିଲା ସେତେବେଳେ ସେ ଏକାଠି ହେବା କାରଣରୁ ଆପଣ ଛାଏଁ ଯୋଡି ହୋଇଯାଇଥିଲା । ଏବଂ ଏକ ସଂପୂର୍ଣ୍ଣ ଶିଶୁ ପୁତ୍ରର ରୂପ ନେଇ କାନ୍ଦିବାକୁ ଲାଗିଥିଲା । ରାଜା ଶିଶୁଟିର କାନ୍ଦ ଶୁଣି ଆସି ସେଠାରେ ପହଂଚିଥିଲେ ଆଉ ସମସ୍ତ ପ୍ରସଂଗରେ ଅବଗତ ହୋଇଥିଲେ । ତେବେ ଜରାଠାରୁ ନିଜ ଶିଶୁପୁତ୍ରର ପୁର୍ନଃଜନ୍ମ ପାଇ ସେ ତାଙ୍କ ନାଁ ରଖିଦେଇଥିଲେ ଜରାସଂନ୍ଦ ।