ହିନ୍ଦୁ ଧର୍ମର ୮ଟି ରୋଚକ ଗାଥା ! ଯାହା ଏବେବି ରହିଛି ଅସ୍ପଷ୍ଟ

167

ଭଗବାନ ଶ୍ରୀକୃଷ୍ଣ ମଥୁରାରୁ ଚାଲି ଯାଇ ଦ୍ୱାରିକା କ୍ଷେତ୍ରରେ ଏକ ସହର ନିର୍ମାଣ କରିଥିଲେ । ଯାହା ଏକ ନୂଆ ନଗରୀ ବା ସହର ଭାବେ ସାମ୍ନାକୁ ଆସିଥିଲା । ଯାହାକୁ ଭଗବାନ ନିଜ ପୂର୍ବଜମାନଙ୍କ ଭୂମିକୁ ରହିବା ଯୋଗ୍ୟ କରାଇଥିଲେ । ତେବେ ପ୍ରାଚୀନ ଗବେଷକଙ୍କ ମତ ଅନୁସାରେ ଏହି ସହରଟି ଦୁନିଆର ସବୁଠାରୁ ରହସ୍ୟମୟୀ ସହର ଭାବେ ଗଣାଯାଏ । ଏହା ଉପରେ ଏବେବି ଗବେଷଣା ଜାରି ରହିଛି ଯାହା ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ ହୋଇ ରହିଛି ।

କୈଳାଶ ମନ୍ଦିର

କହିବାକୁ ଗଲେ ଭାରତରେ ଅନେକ ସାରା ଗୁମ୍ଫା ରହିଛି । କିନ୍ତୁ ଅଜନ୍ତା ଏଲୋରା ଗୁମ୍ଫା ସଂପର୍କରେ ବୈଜ୍ଞାନିକଙ୍କ ମତ ରହିଛି କିଛି ଭିନ୍ନ । ସେମାନଙ୍କ ମତରେ ଏହି ଗୁମ୍ଫାଟିକୁ ଏନିୟନମାନେ ବା ଏନିୟନଙ୍କ ସହାୟତାରେ ନିର୍ମାଣ କରାଯାଇଥିଲା । ତେବେ ଏହା ଉପରେ ଏକ ବିଶାଳ ମନ୍ଦିର ରହିଛି ଯାହା କୈଳାଶ ମନ୍ଦିର ନାଁରେ ପ୍ରସିଦ୍ଧ । କୁହାଯାଏ ଏହି ମନ୍ଦିରଟିକୁ ପାଖାପାଖି ୪ହଜାର ବର୍ଷ ପୂର୍ବରୁ ନିର୍ମାଣ କରାଯାଇଛି । ଏବଂ ୪୦ ଲକ୍ଷ ଟନ୍ ଚଟାଣରେ ନିର୍ମିତ ଏହି ମନ୍ଦିରକୁ କେଉଁ କୌଶଳ ବ୍ୟବହାର କରି ତିଆରି କରାଯାଇଥିଲା ତାହା ଏବେବି ଏକ ରହସ୍ୟ ହୋଇ ରହିଛି ।

କର୍ଣ୍ଣଙ୍କ କବଚ ଓ କୁଣ୍ଡଳର ରହସ୍ୟ

କଣ ବାସ୍ତବରେ ଏଭଳି ବୈଜ୍ଞାନିକ କୌଶଳ ରହିଥିଲା ସେହି ସମୟରେ ,ଯାହାକୁ ପରିଧାନ କରିବା ଦ୍ୱାରା ଭୟଙ୍କରଠାରୁ ଅତି ଭୟଙ୍କର ଅସ୍ତ୍ର ଉକ୍ତ ବ୍ୟକ୍ତିର ଶରୀରକୁ ଭେଦ କରି ପାରୁ ନଥିଲା । ଏହା ଏବେବି ଏକ ଉତ୍ତରହୀନ ପ୍ରଶ୍ନ ହୋଇ ରହିଯାଇଛି ।

ସୁଦର୍ଶନ ଚକ୍ରର ରହସ୍ୟ

କେଉଁଠାରୁ ଆସିଥିଲା ଏହି ଚକ୍ର । ଆଉ କିଏ ଏହାକୁ ସୃଷ୍ଟି କରିଥିଲା । କୁହାଯାଏ, ସୁଦର୍ଶନ ଚକ୍ର ଯାହା ଉର୍ଦ୍ଦେଶର ନିକ୍ଷେପ କରାଯାଉଥିଲା ସେ ତାକୁ ଗୋଡାଇ ଗୋଡାଇ ହତ୍ୟା କରି ପୁଣି ଥରେ ନିଜ ସ୍ଥାନକୁ ଫେରି ଆସୁଥିଲା । ଯାହା ଏବେବି ଏକ ରହସ୍ୟହୋଇ ରହିଯାଇଛି ।

ରସି ବା ଦଉଡିର ଯାଦୁ

ରସି ବା ଦଉଡିର ଯାଦୁକୁ ଧର୍ମ ସହିତ ତୁଳନା କରାଯାଇଛି । କାରଣ ଏଥିରେ ରସିକୁ ଏକ ସାପ ଭଳି ଦର୍ଶା ଯାଉଥିିଲା । ରସିକୁ ପ୍ରଥମେ ପବନରେ ଝୁଲାଇ ରଖାଯାଉଥିଲା ଏବଂ ସେଥିରେ ଯାଦୁଗର ଚଢିବାକୁ ଲାଗିଥାଏ । ଏବଂ ତାହା ଧିରେ ଧରି ଉପରକୁ ଉଠି ଆକାଶ ମାର୍ଗରେ କେଉଁଆଡେ ଅଦୃଶ୍ୟ ହେଇଯାଉଥିଲା । ଯାହା ଏବେବି ଏକ ରହସ୍ୟ ହୋଇ ରହିଯାଇଛି ।

ବାନର ପ୍ରଜାତି

କଣ ସତ ସତିକା ରାମାୟଣରେ କୁହାଯାଇଥିବା ଭଗବାନ ହନୁମାନ ଜଣେ ବାନର ଥିଲେ । ଶାସ୍ତ୍ର ଅନୁସାରେ ଆଜିଠାରୁ ଅନେକ ବର୍ଷ ପୂର୍ବରୁ ବାନରମାନଙ୍କର ଏକ ଏଭଳି ପ୍ରଜାତି ଥିଲା ଯାହା ବିଲୁପ୍ତ ହୋଇଯାଇଛି । ତେବେ ଏହି ଜାତିକୁ କପି କୁହାଯାଏ ।

ଇଚ୍ଛା ମୃତ୍ୟୁର ରହସ୍ୟ

କଣ ମନୁଷ୍ୟ ମଧ୍ୟରେ ଏଭଳି ଶକ୍ତି ଥାଇପାରେ କି ସେ ନିଜ ଇଚ୍ଛାଅନୁସାରେ କେବେ ବି ମରିପାରିବ ଏବଂ ଜନ୍ମ ବି ନେଇ ପାରିବ । ପିତାମହ ଭିସ୍ମଙ୍କ ସଂପର୍କରେ କୁହାଯାଏ କି ତାଙ୍କୁ ଇଚ୍ଛା ମୃତ୍ୟୁର ବରଦାନ ମିଳିଥିଲା । ଏବଂ ସେ ସେତେବେଳେ ଜୀବନ ହାରିଥିଲେ ଯେତେବେଳେ ତାଙ୍କ ଇଚ୍ଛା ହୋଇଥିଲା ।

ନର୍ମଦା ନଦୀ

ହିନ୍ଦୁ ଧର୍ମରେ ସିନ୍ଧୁ, ସରସ୍ୱତି, ଗଙ୍ଗା ,ବ୍ରହ୍ମପୂତ୍ର ଓ ନର୍ମଦା ଏହି ପାଂଚଟି ନଦୀକୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ତେବେ ନର୍ମଦା ବ୍ୟତୀତ ଅନ୍ୟ ସମସ୍ତ ନଦୀଗୁଡିକ ହିମାଳୟର ଏକ ସ୍ଥାନରୁ ବାହାରି ଭିନ୍ନ ଭିନ୍ନ ଦିଗରେ ଯାଇଛି । କିନ୍ତୁ ନର୍ମଦା ହେଉଛି ଏକ ଏଭଳି ନଦୀ ଯାହା କୌଣସି ସାଧାରଣ ନଦୀ ଭଳି ନୁହେଁ । କାରଣ ହେଲା, ଏହି ନଦୀର ପାଣି ବିପରୀତ ଦିଗ ତଥା ଓଲଟା ଦିଗରେ ଗତି କରିଥାଏ । ଏବଂ ଏହାକୁ ପାତାଳ ନଦୀ ମଧ୍ୟ କୁହାଯାଏ ।