ମାତ୍ର ୫୧ ଟଙ୍କା ଦେଇ ବୋହି ନେଇ ଯାଆନ୍ତୁ ଯେ କୌଣସି ବ୍ରାଣ୍ଡର ପୋଷାକ ! ଜାଣନ୍ତୁ କେଉଁ କଂପାନୀ କରୁଛି ଏଭଳି ଅଫର ବର୍ଷା

37

ଆଜ୍ଞା ହଁ ! ଖବରଟି ପୂରା ସତ । ମାତ୍ର ୫୧ ଟଙ୍କା ଦେଇ ଆପଣ ଆପଣଙ୍କର ମନ ପସନ୍ଦର ଯେ କୌଣସି ବ୍ରାଣ୍ଡର ପୋଷାକ କିଣିପାରିବେ । ତେବେ ଏଭଳି ସୁବିଧା ଦେଇ ରଖୁଛି ଇ-କମର୍ସ କଂପାନୀ ମିନ୍ତ୍ରା ।

ସୂଚନା ମୁତାବକ, ମିନ୍ତ୍ରାରୁ ସପିଂ କରୁଥିବା ଗ୍ରାହକମାନଙ୍କ ପାଇଁ ଖୁସିଖବର । ଏଣିକି ଯଦି ଆପଣ ଏହି ଇ-କମର୍ସ ୱେବସାଇଟରୁ ବ୍ରାଣ୍ଡେଡ ପୋଷାକ କିଣୁଛନ୍ତି ତେବେ ଆପଣଙ୍କୁ ମାତ୍ର ୫୧ ଟଙ୍କା ମାସିକ ଇଏମଆଇ ଆଧାରରେ ହିଁ ପରିଶୋଧ କରିବାକୁ ପଡିବ । ମିନ୍ତ୍ରା ବର୍ତ୍ତମାନ ସାରା ଦେଶରେ ନିଜର ଏହି ଅଫରଟିକୁ ଆରମ୍ଭ କରିଦେଇଛି । କିନ୍ତୁ ବଡ କଥା ହେଲା, ଏହି ଅଫରଟି କେବଳ କ୍ରେଡିଟ କାର୍ଡରେ ପେମେଂଟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଉଦ୍ଦିଷ୍ଟ । ତେବେ ଏଭଳି ଅଫର ଲଂଚ କରି ମିନ୍ତ୍ରା ଇ-କମର୍ସ ସେକ୍ଟରରେ ଦେଶର ପ୍ରଥମ କଂପାନୀ ଭାବରେ ଉଭା ହୋଇଛି, ଯିଏ କି ଏତେ କମ ଦାମରେ ବିଭିନ୍ନ ବ୍ରାଣ୍ଡେଡ ପୋଷାକ କିଣିବାର ସୁଯୋଗ ଲୋକଙ୍କୁ ଦେଇରଖୁଛି ।

କିପରି ଲାଭ ଉଠାଇବେ

କଂପାନୀ ସୂଚନା ଅନୁସାରେ, ଏହି ଅଫର ସେହି ସମସ୍ତ ବ୍ରାଣ୍ଡେଡ ପୋଷାକ ଉପରେ ହିଁ ଉପଲବ୍ଧ, ଯାହାର ଦାମ ୧୩୦୦ କିମ୍ବା ଏଠାରୁ ଅଧିକ ରହିଛି । ଏଠାରେ ଆମେ କହି ରଖୁଛୁ କି, ଏହି ଅଫର ପାଇଁ କଂପାନୀ ଅନେକ ବ୍ୟାଙ୍କ ମାନଙ୍କ ସହିତ ବି ଟାଇଅପ କରିସାରିଛି, ଯାହାର କ୍ରେଡିଟ୍ କାର୍ଡ ଉପରେ ଏହି ଅଫରଟି ଉପଲବ୍ଧ ଅଟେ । କିନ୍ତୁ ଏଥିପାଇଁ କଂପାନୀକୁ ଗ୍ରାହକମାନେ ଅଧିକ ତଥା ୧୩ରୁ ୧୫ ପ୍ରତିଶତ ସୁଧ ଦେବାକୁ ପଡିବ ।

କେଉଁସବୁ କ୍ରେଡିଟ୍ କାର୍ଡରେ ମିଳୁଛି ଅଫର

ଏହି ଅଫରିର ଫାଇଦା ଉଠାଇବାକୁ ହେଲେ ଗ୍ରାହକଙ୍କୁ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ସିଟି ବ୍ୟାଙ୍କ, ଏସବିଆଇ, କୋଟାକ ମହେନ୍ଦ୍ରା ବ୍ୟଙ୍କ ଭଳି ବ୍ୟାଙ୍କମାନଙ୍କରୁ ପେମେଂଟ କରିବାକୁ ପଡିବ ।ତେବେ ଗ୍ରାହକଙ୍କୁ ୩ରୁ ୨୪ ମାସ ଭିତରେ ଇଏମଆଇ ଉପରେ କିଣାକିଣି କରିପାରିବେ ।