ଦିବ୍ୟାଙ୍ଗ ପୁଅର ସ୍ୱପ୍ନକୁ ସାକାର କରୁଛନ୍ତି ୭୯ ବର୍ଷୀୟ ବାପା । ୪୨ ବର୍ଷରୁ ଛାତିରେ ଦୌଡି ବାନ୍ଧି ପୁଅ ସାଥିରେ ପୂରା କରିଛନ୍ତି ୧୨ ଶହରୁ ଅଧିକ ରେସ୍

94

ଆଜି ସାରା ଦେଶ ପାଳୁଛି ପିତୃ ଦିବସ । ମା ହେଉଛି ନମନୀୟ କିନ୍ତୁ ପିତା ହେଉଛନ୍ତି ଦୃଢତାର ପ୍ରତୀକ । ସନ୍ତାନକୁ ସଂସାରରେ କିପରି ସାହସ ଓ ଦୃଢତାର ସହିତ ସଂଘର୍ଷ କରି ବାଟ ଚାଲିବାକୁ ହୁଏ ତାହା ବାପାଙ୍କଠାରୁ ହିଁ ପିଲାମାନେ ଶିଖିଥାନ୍ତି । ଧର୍ମ ଓ ଅଧର୍ମର ବାଟ ଚିହ୍ନାଇଥାଏ ବାପା । ତେଣୁ ସନ୍ତାନ ପାଖରେ ମା ପରି ପିତାର ବି ସ୍ଥାନ ରହିଥାଏ ଶୀର୍ଷରେ । ଜଣେ ପିତା ତାର ସନ୍ତା ପାଇଁ ଇଶ୍ୱର ଓ ସ୍ୱର୍ଗଠାରୁ ବି ବଳି ହୋଇଥାନ୍ତି । ସେହିପରି ସନ୍ତାନଟିଏ ପିତାର ଆତ୍ମା ବୋଲି ପୁରାଣରେ ଉଲ୍ଲେଖ ରହିଛି । ତେବେ ଆଜିର ଦିନରେ ଆଉ ବାପାମାଆ- ସନ୍ତାନଙ୍କ ମଧ୍ୟରେ ସେଭଳି ପବିତ୍ର , ଅତୁଟ ସଂପର୍କ ଦେଖିବାକୁ ମିଳୁନାହିଁ । ଟଙ୍କା ମୋହରେ ବଶବର୍ତ୍ତି ହୋଇ କିଏ ନିଜ ଜନ୍ମକଲା ବାପାମାଆଙ୍କୁ ଘରୁ ତଡି ଦେଲାଣି ତ ପୁଣି କିଏ ଜୀବନରୁ ମାରିଦେଲାଣି । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ବାପା-ପୁଅର କାହାଣୀ ସଂପର୍କରେ କହିବୁ ଯାହା ନିଶ୍ଚୟ ଆପଣଙ୍କ ମନରେ ବାପାଙ୍କ ପ୍ରତି ଥିବା ଭଲ ପାଇବା ଏବଂ ସମ୍ମାନକୁ ଦ୍ୱିଗୁଣିତ କରିଦେବ ।

କାହାଣୀ ହେଉଛି ଡିକ୍ ହାୟଟ ଏବଂ ତାଙ୍କ ପୁଅ ରିକଙ୍କର । ଡିକ୍ ଏଭଳି ଜଣେ ବାପା ଯିଏକି ନିଜ ପୁଅକୁ ଦୀର୍ଘ ୪୨ ବର୍ଷରୁ ହ୍ୱିଲଚେୟାରରେ ବସାଇ ୧୨୦୦ ରୁ ଅଧିକ ରେସ ଦୌଡି ସାରିଛନ୍ତି । ଯିଏକି ପୁଅର ସ୍ୱିମିଂ ବୋର୍ଡକୁ ନିଜ ଛାତିରେ ବାନ୍ଧି ମାଇଲ ମାଇଲ ଦୂର ଅତିକ୍ରମ କରିସାଇଛନ୍ତି । ଯିଏକି ନିଜର ଦିବ୍ୟାଙ୍ଗ ପୁଅରୁ ସ୍ୱପ୍ନକୁ ପୁରଣ କରିବା ପାଇଁ ତାକୁ ସାଇକେଲରେ ବସାଇ ପୂରା ଆମେରିକା ଭ୍ରମଣ କରାଇସାରିଛନ୍ତି ।

୧୯୬୨ରେ ଡିକ୍ ବାପା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ବାପା ହେବା ପରେ ସେ ବେଶ୍ ଖୁସି ମଧ୍ୟ ଥିଲେ କିନ୍ତୁ ଏହି ଖୁସି ଥିଲା ଡିକଙ୍କ ପାଇଁ ଅଧୁରା । କାହିଁକି ନା ପୁଅକୁ ଜନ୍ମ ଦେଲା ପରେ ପତ୍ନୀ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ ଆଉ ପୁଅ ବି ଜନ୍ମରୁ ଦୁରାଗ୍ୟ ରୋଗରେ ଆକ୍ରାନ୍ତ । ମସ୍ତିସ୍କରେ ଅକ୍ସିଜେନର ଅଭାବ କାରଣରୁ ତାଙ୍କ ପୁଅ ପକ୍ଷପାତର ଶିକାର ହୋଇ ଯାଇଥିଲା । ଫଳରେ ତାର ସାରା ଜୀବନ ହ୍ୱିଲଚେୟାରରେ ହିଁ ବିତିବ । ଡାକ୍ତରମାନେ ବି ରୋକଠୋକ୍ ଶୁଣାଇ ଦେଇଥିଲେ କି, ତାଙ୍କ ପୁଅ ସାଧାରଣ ପିଲାଙ୍କ ଭଳି ଜୀବନ ଜାପନ କରିପାରିବ ନାହିଁ । ତେଣୁ ତାକୁ ମାରିଦେବାଟା ହିଁ ଉଚିତ ହେବ । ହେଲେ କୌଣସି ବି ବାପା ଏଭଳି କାମ କିଭଳି ବା କରିପାରିବ । ଡିକ୍ ପୁଅକୁ ନେଇ ଘରକୁ ଫେରିଆସିଲେ । ଆଉ ଉଭୟ ବାପାମାଆର ଦାୟିତ୍ୱ ନେଇ ରିକର ଲାଳନପାଳନ କରିଥିଲେ । ହେଲେ ଡିକଙ୍କର ଭୟ ରହିଥିଲା କି କେବେ କଣ ତାଙ୍କ ପୁଅ ତାଙ୍କୁ ବାପା ବୋଲି ଡାକିପାରିବ ନାହିଁ କି ସାଧାରଣ ପିଲାଙ୍କ ଭଳି କେବେ ଚାଲି ବୁଲି ପାରିବ ନାହିଁ । ଦିନେ ଡିକ୍ ଲକ୍ଷ୍ୟ କରିଥିଲେ କି ରିକର ଆଖି ତାଙ୍କୁ ଦେଖୁଛି ଆଉ ତାଙ୍କୁ ଅନୁଭବ ହୋଇଥିଲା କି, ଶରୀରୁ ହୁଏତ ତାଙ୍କ ପୁଅ ଦୁର୍ବଳ ଥିଲା କିନ୍ତୁ ତାର ମସ୍ତିସ୍କ ଥିଲା ପ୍ରଖର ।

ଏହାପରେ ଡିକ୍ ରିକକୁ ଆଲଫାବେଟ ଶିଖାଇବାକୁ ଲାଗିଲେ ଆଉ ରିକ୍ ବି ତାକୁ ଅତି ସହଜରେ ଶିଖିବାକୁ ଲାଗିଲା । ହେଲେ ନିଜ କଥା ରଖିବାକୁ ତାଙ୍କ ନିକଟରେ କୌଣସି ଜରିଆ ନଥିଲା । ତେଣୁ ଏଥିପାଇଁ ସେ ଟଫ୍ଟ ୟୁନିଭର୍ସିଟିର ଇଂଜିନିୟର୍ସଙ୍କଠାରୁ ଏକ ସଫ୍ଟଓୟାର ପ୍ରସ୍ତୁତ କରିଥିଲେ । ଯେଉଁଥିରେ କମ୍ପ୍ୟୁଟର ସାମନାରେ ରିକ ଖୁସିରେ ମୁଣ୍ଡ ହଲାଉଥିଲା ତ କମ୍ପ୍ୟୁଟର ସ୍କ୍ରିନ ଉପରେ କର୍ସର ବି ବୁଲିବାକୁ ଲାଗୁଥିଲା । ଆଉ ମୁଣ୍ଡରେ ଲାଗିଥିବା ବଟନକୁ ଦବାଇ ରିକ୍ ଲେଖିବା ଶିଖିଥିଲା । ତେବେ କମ୍ପ୍ୟୁଟରରେ ରିକ ପ୍ରଥମ ଶଦ୍ଦ ଲେଖିଥିଲା କି, ଗୋ ବ୍ରୃିଇସ୍ନ । ଆର୍ଥିତ୍ ସେ ହକି ମ୍ୟାଚ ଦେଖିବାକୁ ଚାହୁଁଥିଲା । ଏହାପରେ ଡିକ୍ ପୁଅର ଏହି ଇଚ୍ଛାକୁ ପୁରଣ କରିବା ପାଇଁ ତାକୁ ଖେଳ ଦେଖାବାକୁ ନେଇଥିଲେ । ସେହି ମୁହୂର୍ତ୍ତ ରୁ ଡିକ୍ ଜାଣିବାକୁ ପାଇଲେ କି ରିକର ଖେଳ ପ୍ରତି ରୁଚି ରହିଛି ବୋଲି ।

ରିକକୁ ସେ ଏକ ରନିଂ କ୍ଲବରେ ଭର୍ତ୍ତି କରିଥିଲେ । ଏପରିକି ରିକ୍ ପାଇଁ ଏକ ସ୍ୱତନ୍ତ୍ର ରନିଂ ଚେୟାର ମଧ୍ୟ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଉଭୟ ବାପ-ପୁଅ ତଥା ଡିକ୍ ଏବଂ ରିକ୍ ସପ୍ତାହରେ ତିନୋଟି ରେସ ପଡିଆ ସାରା ମାରନ୍ତି । ଏହାପରେ ସେମାନେ ଡବଲ ରେସରେ ବି ଭାଗ ନେଲେ । ତିନି ମାଇଲ ସ୍ୱିମିଂ ପାଇଁ ଡିକ ରସିର ଗୋଟିଏ ପଟ ମୁଣ୍ଡ ନିଜ ଅଂଟାରେ ଏବଂ ଅନ୍ୟ ପାଖ ମୁଣ୍ଡକୁ ରିକର ସ୍ୱିମିଂ ବୋର୍ଡରେ ବାନ୍ଧି କରି ଖେଳନ୍ତି ।
ତେବେ ୧୯୮୫ରେ ସେମାନେ ପ୍ରଥମ ଥର ପାଇଁ ଟ୍ରାୟଥଲାନରେ ସାମିଲ ହୋଇଥିଲେ । ୧୦ ମାଇଲ ଦୌଡ, ଗୋଟିଏ ମାଇଲ ପହଁରା ଏବଂ ୫୦ ମାଇଲ ସାଇକିଲିଂ । ଏହା ପରେ ଦୁଇଜଣ ଯାକ ୪୫ ଦିନର ଆମେରିକା ଭ୍ରମଣରେ ବାହାରିଥିଲେ । ସାଇକିଲିଂ, ରନିଂ ମିଶାଇ ୩୭୩୫ କିଲୋମିଟର ଚାଲିଥିଲେ । ଚଳିତ ବର୍ଷ ରିକ୍ ଗ୍ରାଜୁଏଲନ ଶେଷ କରିଛନ୍ତି । ଡିକ୍ ୩୭ ବର୍ଷ ସର୍ଭିସ ପରେ ସେନାରୁ ଅବସର ନେଇସାରିଛନ୍ତି । ହେଲେ ରନିଂରୁ ନା ସେ ଆଉ ନା ହିଁ ରିକ ଅବସର ନେବା ମୁଡରେ ଅଛନ୍ତି । ଜିକଙ୍କୁ ବର୍ତ୍ତମାନ ୭୯ ବର୍ଷ ଆଉ ରିକ ୫୭ ବର୍ଷରେ ପଦାର୍ପଣ କରିଛନ୍ତି । ଆଉ ବାପାପୁଅଙ୍କର ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ ବୋଲି ଡିକ୍ ହାୟଟ କହିଛନ୍ତି ।

Comments are closed.