ମାଙ୍କଡଙ୍କ ଉତ୍ପାତ ନେଲା ମହିଳାଙ୍କ ଜୀବନ ! ଘଟଣାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା

27

ଏଭଳି ଏକ ବିସ୍ମୟକର ଘଟଣା ସାମ୍ନାକୁ ଆସିଛି କେରଳରେ । ମାଙ୍କଡମାନଙ୍କ ଉପଦ୍ରବରୁ ଅତିଷ୍ଟ ହୋଇ ଜଣେ ମହିଳା ଏସିଡ୍ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ତେବେ ମୃତକ ଜଣକ ୫୨ ବର୍ଷ ବୟସର ପୁଷ୍ପଲତା । ପେସାରେ ସେ ଥିଲେ ଏକ ଦିନ ମଜୁରିଆ ବିଧବା ମହିଳା । ନିଜର ପୁଅ ଓ ଝିଅ ସହ ସେ କେରଳର ତିରୁବନ୍ତପୁରମ ଜିଲ୍ଲାର ଏକ ପାହାଡିଆ ଅଂଚଳରେ ବାସ କରୁଥିଲେ ।

ସୂଚନା ଅନୁସାରେ, କିଛି ଦିନ ହେଲା ପୁଷ୍ପଲତା ଏବଂ ତାଙ୍କର ପରିବାର ମାଙ୍କଡମାନଙ୍କ କାରଣରୁ ଅଧିକାଂଶ ସମୟରେ ଚିନ୍ତିତ ରହୁଥିଲେ । କାରଣ ମାଙ୍କଡମାନେ ଅନେକ ସମୟରେ ତାଙ୍କ ଘରେ ପଶି ସେ ରୋଷେଇ କରିଥିବା ଖାଦ୍ୟକୁ ଖାଇଦେବା ସହ ପୋଷାକପତ୍ର ଫୋପଡାଫିଙ୍ଗା କରୁଥିଲେ । ଏଥିସହ ଘରର ଜିନିଷପତ୍ର ମଧ୍ୟ ସବୁ ନଷ୍ଟଭ୍ରଷ୍ଟ କରିଦେଉଥିଲେ । ଖାଲି ସେତିକି ନୁହେଁ, ଏହି ମାଙ୍କଡମାନେ ସେମାନଙ୍କ ଫସଲ ମଧ୍ୟ ନଷ୍ଟ କରି ଦେଉଥିଲେ । ଯାହା ପାଇଁ ପୁଷ୍ପଲତା ସବୁବେଳେ ଚିନ୍ତିତ ରହୁଥିଲେ । ଆଉ ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।

ତେବେ ପୁଷ୍ପଲତାଙ୍କ ପୁଅଙ୍କ କହିବା କଥା ହେଲା, ତାଙ୍କ ମାଆ ମାଙ୍କଡମାନଙ୍କ ଉପରେ ଅତିଷ୍ଟ ହୋଇ ଏଭଳି ଏକ ବଡ ନିଷ୍ପତି ଉଠାଇଛନ୍ତି । ତେବେ ବର୍ତ୍ତମାନ ପୋଲିସ ପୁଷ୍ପଲତାଙ୍କ ପୁଅର କଥାକୁ ଭିର୍ତ୍ତି କରି ଏକ ମାମଲା ରୁଜ୍ଜୁ କରିଛି । ଏଠାରେ ଆମେ କହି ରଖୁଛୁ ଯେ, ମାଙ୍କଡମାନଙ୍କ ଉପଦ୍ରବରୁ ଅତିଷ୍ଟ ହୋଇ ଏହି ଅଂଚଳର ଅଧିକାଂଶ ପରିବାର ଗାଁ ଛାଡିବାକୁ ବାଧ୍ୟ ହୋଇଛନ୍ତି ।