ଏମିତି ଏକ ସହର ! ଯେଉଁଠି ଦ୍ୱିତୀୟ ବିବାହ ନ କଲେ ପୁରୁଷଙ୍କୁ ମିଳେ ଶାସ୍ତି

33

ସାଧାରଣତଃ କୌଣସି ବ୍ୟକ୍ତି ଦ୍ୱିତୀୟ ବିବାହ କଲେ ଏହାକୁ ବେଆଇନ କୁହାଯାଏ । ଏବଂ ଏପରି କରୁଥିବା ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡ ମଧ୍ୟ ଦିଆଯାଇଥାଏ । କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ୱରେ ଏଭଳି ବି ସ୍ଥାନ ରହିଛି ଯେଉଁଠି ପୁରୁଷଙ୍କୁ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ କରାଯାଏ । କେବଳ ସେତିକି ନୁହେଁ, ଦ୍ୱିତୀୟ ବିବାହ କରୁନଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଦଣ୍ଡାଦେଶ ଘୋଷଣା କରିଛନ୍ତି ସେଠାକାର ସରକାର । ଏଭଳି ଏକ ଅଜବ ନିୟମର ସହର ହେଉଛି ଆଫ୍ରିକାର ଇରିଡ୍ରିୟା ।

ପ୍ରକୃତ ଘଟଣାଟି ହେଲା, ଇରିଡ୍ରିୟାରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ଅନୁପାତଠାରୁ ବହୁତ କମ୍ । ଆଉ ଏଥିପାଇଁ ଏଠାରେ ବାସକରୁଥିବା ପୁରୁଷଙ୍କୁ ଦୁଇଟି ଲେଖାଏଁ ବିବାହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେଠାକାର ସରକାର । କେବଳ ଏତିକି ନୁହେଁ ଏହାପାଇଁ ଏକ ନିର୍ଦ୍ଦିଷ୍ଟ ନିୟମ ମଧ୍ୟ ପ୍ରଣୟନ କରାଯାଇଛି । ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ଅବମାନନା କରିଥାନ୍ତି ତେବେ ତାଙ୍କୁ ଦଣ୍ଡ ସ୍ୱରୂପ ଜେଲର ପବନ ଖାଇବାକୁ ପଡିଥାଏ । ଏହାଛଡା ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଏହି ବିବାହରେ ଯଦି ଉକ୍ତ ବ୍ୟକ୍ତିର ପ୍ରଥମ ପତ୍ନୀ କୌଣସି ପ୍ରକାରର ବାଧା ସୃଷ୍ଟି କରନ୍ତି ତେବେ ତାଙ୍କୁ ମଧ୍ୟ ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି ସେଠାକାର ସରକାର ।

ତେବେ ସରକାରଙ୍କ ଏଭଳି ନିୟମ ଯୋଗୁଁ ଏହି ଦେଶରେ ବର୍ତ୍ତମାନ ଲଗାତର ଭାବରେ ଦ୍ୱିତୀୟ ବିବାହ କରୁଥିବା ପୁରୁଷଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-