ସୁନା ଝିଅ ରୁପା । ବାଲ୍ୟ ବିବାହରୁ ଡାକ୍ତର ହେବାର ଯାତ୍ରା । ଏକ ପ୍ରେରଣାଦାୟୀ କାହାଣୀ

49

କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନିଥାଏ ସଂସାରର କୌଣସି ବି ବାଧାବିଘ୍ନ । ଯାହାକୁ ବାସ୍ତବ କରି ଦେଖାଇଛନ୍ତି ଜୟପୁରର ରୁପା ଯାଦବ । ମାତ୍ର ୮ ବର୍ଷ ବୟସରେ ବାଲ୍ୟ ବିବାହ କରିଥିବା ରୁପା ଏବେ ପାଲଟିଛନ୍ତି ଅନ୍ୟ ପାଇଁ ଉଦାହରଣ । କାରଣ ବର୍ତ୍ତମାନ ସେ ହେବାକୁ ଯାଉଛନ୍ତି ଡାକ୍ତରାଣୀ ।

ସୂଚନା ମୁତାବକ, ରୁପା ଯେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲେ ସେତେବେଳେ ତାଙ୍କ ପରିବାରଲୋକେ ତାଙ୍କୁ ୧୨ ବର୍ଷିୟ ଶଙ୍କରଙ୍କ ସହ ବିବାହ କରାଇ ଦେଇଥିଲେ । ତେବେ ଶାଶୂଘର ଗାଁରେ କୌଣସି ବିଦ୍ୟାଳୟ ନଥିବାରୁ ପାଠପଢା ପ୍ରତି ପ୍ରବଳ ଆଗ୍ରହୀ ଥିବା ରୁପାଙ୍କୁ ପାଠପଢିବାକୁ ପାଖାପାଖି ୬ କିଲୋମିଟର ଅତିକ୍ରମ କରି ଏକ ବେସରକାରୀ ବିଦ୍ୟାଳୟକୁ ଯିବାକୁ ପଡୁଥିଲେ । ଏତେ କମ୍ ବୟସରୁ ଶାଶୂଘର ଦାୟିତ୍ୱ ତୁଲାଇବା ସହିତ ରୁପା ନିଜର ପାଠପଢା ଜାରି ରଖିଥିଲେ । ଦଶମ ଶ୍ରେଣୀରେ ୮୪ ପ୍ରତିଶତ ନମ୍ବର ରଖିଥିଲେ ରୁପା । ତେବେ ରୂପାଙ୍କ ପାଠପଢା ପ୍ରତି ଆଗ୍ରହକୁ ଦେଖି ତାଙ୍କ ଶାଶୂଘର ଲୋକେ ବିଶେଷ କରି ରୁପାଙ୍କ ସ୍ୱାମୀ ଶଙ୍କର ତାଙ୍କୁ ସହଯୋଗ କରିବା ସହିତ ପାଠପଢିବାକୁ ଉତ୍ସାହିତ କରିଥିଲେ ।

ରୁପାଙ୍କର ଡାକ୍ତର ହେବାର ଇଚ୍ଛା ଥିବା କାରଣରୁ ସେ ଦ୍ୱାଦଶ ପରୀକ୍ଷା ପରେ ଅଲ୍ ଇଣ୍ଡିଆ ପ୍ରି ମେଡିକାଲ୍ ଟେଷ୍ଟ୍ ଦେଇଥିଲେ । ଯେଉଁଥିରେ ତାଙ୍କର ସ୍ଥାନ ରହିଥିଲା ୨୩,୦୦୦ । ଯାହାଫଳରେ ସେ ଏମବିବିଏସ୍ ପଢିବା ପାଇଁ ସକ୍ଷମ ହୋଇପାରିନଥିଲେ । ଏହାପରେ ସେ ରୁପାଙ୍କ ସ୍ୱାମୀ ଶଙ୍କର ତାଙ୍କର ନାମ ଲେଖାଇ ଦେଲେ । ତେବେ ୨୦୧୬ରେ ସେ ଭଲ ନମ୍ବର ରଖିଥିବା ସତ୍ୱେ ମେଡିକାଲ୍ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇପାରି ନଥିଲେ । ଏହାପରେ ରୁପାଙ୍କ ପାଠପଢାକୁ ବନ୍ଦ କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା । ମାତ୍ର ଶଙ୍କରଙ୍କର ରୁପା ଉପରେ ଥିବା ପ୍ରଗାଢ ବିଶ୍ୱାସ ରୁପାଙ୍କୁ ପଢିବାକୁ ଦେଇଥିଲା ସୁଯୋଗ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ଶଙ୍କର ରିକ୍ସା ଚଳାଇ ରୁପାଙ୍କ ପାଠପଢାର ସମସ୍ତ ଖର୍ଚ୍ଚ ବହନ କରିଥିଲେ ।

ତେବେ ଚଳିତ ବର୍ଷ ରୁପା ନିଟ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ୬୦୩ତମ ସ୍ଥାନ ହାସଲ କରିଛନ୍ତି । ତାଙ୍କର ଜାତୀୟ ସ୍ତରରେ ସ୍ଥାନ ରହିଛି ୨,୨୮୩ । ଆସନ୍ତା ବର୍ଷ ଜୁଲାଇ ୫ ତାରିଖରେ ରୁପା ନିଜର ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିବାକୁ ଯାଉଛନ୍ତି । ତେବେ ରୁପା ତାଙ୍କର ଏହି ସଫଳତାର ସମସ୍ତ ଶ୍ରେୟ ନିଜ ସ୍ୱାମୀ ଶଙ୍କର ଏବଂ ପରିବାର ଲୋକଙ୍କୁ ଦେଇଛନ୍ତି ।