ଜରୁରୀ ସୂଚନା : ଆରବିଆଇର କଡା କଟକଣା, ମାର୍ଚ୍ଚ ୧ରୁ ବନ୍ଦ ହୋଇଯିବ ଆପଣ ବ୍ୟବହାର କରୁଥିବା ଏହି ଆକାଉଂଟ୍

1,288

ମାର୍ଚ୍ଚ ୧ ତାରିଖରୁ ବନ୍ଦ ହୋଇଯିବ ମୋବାଇଲ ୱାଲେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ତଥା ଆରବିଆଇର ନିୟମ ଅନୁସାରେ ସାରା ଦେଶରେ କାର୍ଯ୍ୟରତ ୯୫ ପ୍ରତିଶତ ମୋବାଇଲ ୱାଲଟ ମାର୍ଚ୍ଚ ୧ ତାରିଖରୁ ବନ୍ଦ ହୋଇଯିବ । ଯାହା ଦ୍ୱାରା ଲୋକମାନେ ବ୍ୟବହାର କରୁଥିବା ବିଭିନ୍ନ ମୋବାଇଲ ୱାଲେଟ ତଥା ପେଟିଏମ, ଏସବିଆଇ ୟୋନୋ , ଏମ-ପେସା, ଏୟାରଟେଲ ମନି , ଚିଲ୍ଲର, ଆମାଜନ ପେ, ଫୋନ ପେ ଭଳି ପ୍ରମୁଖ ମୋବାଇଲ ୱାଲେଟ ଆଦି ଆଉ ଚଳିତ ମାସ ମାର୍ଚ୍ଚ ୨ ତାରିଖରୁ କାମ କରିବ ନାହିଁ ।

ସାରା ଦେଶରେ କାର୍ଯ୍ୟରତ ସମସ୍ତ ମୋବାଇଲ ୱାଲେଟ୍ କଂପାନୀ ଗୁଡିକୁ ୨୮ ଫେବୃଆରୀ ସୁଦ୍ଧା ନିଜ ନିଜ ଗ୍ରାହକମାନଙ୍କର କେୱାଇସି ପୂରଣ କରିବାକୁ କୁହାଯାଇଥିଲା । ଯାହାକୁ ବର୍ତ୍ତମାନ ସୁଦ୍ଧା ଅଧିକାଂଶ କଂପାନୀ କାର୍ଯ୍ୟକାରୀ କରିବାରେ ଅସଫଳ ରହିଛନ୍ତି । ଯେଉଁକାରଣରୁ ୧ ମାର୍ଚ୍ଚରୁ ଏହି ସମସ୍ତ ମୋବାଇଲ ୱାଲେଟକୁ ବନ୍ଦ କରିଦିଆଯିବାର ଭୟ ରହିଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମୋବାଇଲ ୱାଲେଟ ୟୁଜର୍ସଙ୍କୁ ଆଶ୍ୱସ୍ତ ଦେଇ କହିଛି କି, ୨୮ ଫେବୃଆରୀ ପରେ ବି ସେମାନଙ୍କର ୱାଲେଟରେ ଜମା ରଖିଥିବା ଟଙ୍କା ସୁରକ୍ଷିତ ରହିବ । ଏଥି ସହିତ ହିଁ ୱାଲେଟରେ ପଡି ରହିଥିବା ଟଙ୍କାର ବ୍ୟବହାର ଜିନିଷ କିଣିବାରେ ବି ବ୍ୟବହାର କରିପାରିବେ । ଏହି ଟଙ୍କାକୁ ୟୁଜର୍ସ ନିଜ ବ୍ୟାଙ୍କ ଆକାଉଂଟରେ ବି ଟ୍ରାନ୍ସଫର କରିପାରିବେ ।

କେୱାଇସି ବିନା ୱାଲେଟରେ ଲୋଡ ହୋଇପାରିବନି ଟଙ୍କା

ଆରବିଆଇ କହିଛି କି, ଗ୍ରାହକ ୧ ମାର୍ଚ୍ଚରୁ ବିନା କେୱାଇସି ପାଇଁ ୱାଲେଟରେ ଟଙ୍କା ଜମା କରିପାରିବେ ନାହିଁ । ଏଥି ସହିତ ହିଁ କୌଣସି ବି ବ୍ୟକ୍ତିଙ୍କୁ ଟଙ୍କା ପଠାଇପାରିବେ ନାହିଁ । ତେବେ ଆରବିଆଇ ଦେଇଥିବା ଏହି ନିର୍ଦ୍ଦେଶକୁ କଡାକଡି କରିଛି । ଆରବିଆଇ ସମସ୍ତ ମୋବାଇଲ ୱାଲେଟ କଂପାନୀଗୁଡିକୁ ନିର୍ଦ୍ଦେଶ ଦେଇ କହିଛି କି, ସେମାନେ ନିଜ ୟୁଜର୍ସଙ୍କର ବେସିକ କେୱାଇସିର ପ୍ରକ୍ରିୟା ଶେଷ କରିବାକୁ ।

କିଭଳି କରିବେ କେୱାଇସି

ଯଦି ଆପଣ ପେଟିଏମ ଆପ ବ୍ୟବହାର କରୁଛନ୍ତି ତେବେ ପେଟିଏମ ଆପକୁ ଯାଇ କେୱାଇସ ଆଇକନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଏଠାରେ ଆପଣ ନିଜ ଆଧାର ନମ୍ବର ଏବଂ ନାଁ ଏଂଟର କରନ୍ତୁ । ଏଭଳି କରିବା ପରେ କଂପାନୀ ତରଫରୁ ପ୍ରତିନିଧିକୁ ପଠାଇବା ପାଇଁ ଆପଣଙ୍କର ନାଁ, ଘର କିମ୍ବା ଅଫିସର ଠିକଣା ଏବଂ ପିନକୋଡ ମଗାଯିବ । ଏହାପରେ ଆଗାମୀ ୨ରୁ ୫ ଦିନ ଭିତରେ କଂପାନୀର ପ୍ରତିନିଧି ଆପଣ ଦେଇଥିବା ଠିକଣାରେ ପହଂଚି ଡକ୍ୟୁମେଂଟକୁ ଭେରିଫାଇ କରିବେ ।

ତେବେ ପେଟିଏମ ଏକ ମାତ୍ର ଏଭଳି ମୋବାଇଲ ୱାଲେଟ, ଯେଉଁଥିରେ କଂପାନୀର ପ୍ରତିନିଧି ଆପଣଙ୍କ ଘର ନିକଟକୁ ଆସି କେୱାଇସିର ଔପଚାରିକତାକୁ ଶେଷ କରିଥାନ୍ତି । ଆପଣ କଂପାନୀ ତରଫରୁ ବନାହୋଇଥିବା କେୱାଇସି ସେଂଟର ଯାଇ ବି ଏହି ପ୍ରକ୍ରିୟା ଶେଷ କରିପାରିବେ । ହେଲେ ଏହା ପୂର୍ବରୁ ଆପଣଙ୍କୁ ପେଟିଏମର ଆପକୁ ଯାଇ ବେସିକ୍ କେୱାଇସିକୁ ଆଧାର ଜରିଆରେ ଶେଷ କରିବାକୁ ପଡିବ ।