ମୋଦିଙ୍କ ମାର୍କ୍ସ ଫର୍ମୁଲା ! ମନ୍ କି ବାତରେ ମୋଦି ଦେଲେ ଏକଜାମ୍ ଟିପ୍ସ

44

କନକ ବ୍ୟୁରୋ: ଚାପମୁକ୍ତ ହୋଇ କେମିତି ଦେବେ ମାଟ୍ରିକପ୍ଲସ ଟୁ ପରୀକ୍ଷା । ଆଜି ମନ୍ କି ବାତ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ପରୀକ୍ଷାର୍ଥୀଙ୍କୁ ଟିପ୍ସ । ଆଉ କହିଛନ୍ତି ପରୀକ୍ଷା ଏକ ଉତ୍ସବ । କେବଳ ସେତିକି ନୁହେଁ ନିଜ ସ୍ୱପ୍ନକୁ ପିଲାଙ୍କ ଆଖିରେ ନଦେଖିବାକୁ ଅଭିଭାବକମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ମୋଦି । ପରୀକ୍ଷାରେ କପି ନକରିବା ଓ ଅନ୍ୟ ସହ ନିଜ କ୍ୟାରିଅରକୁ ତୁଳନା ନକରିବା ଉପରେ ସେ ଜୋର ଦେଇଛନ୍ତି ।

ମାଟ୍ରିକ ପରୀକ୍ଷା ପାଇଁ ମୋଦିଙ୍କ ଫର୍ମୁଲା । ପରୀକ୍ଷା ଋତୁରେ ପରୀକ୍ଷାର୍ଥୀଙ୍କୁ ଟିପ୍ସ । କେମିତି ପ୍ରସ୍ତୁତ ହେବେ ପରୀକ୍ଷା ପାଇଁ । ଅତି ସରଳ ଭାବେ ଆଜି ନରେନ୍ଦ୍ର ମୋଦି କିଛି ପରାମର୍ଶ ଦେଇଛନ୍ତି ।. . . ସେ କହିଛନ୍ତି

୧. ପାଠ ପଢାବେଳେ ନିୟମିତ ଭାବେ ବ୍ରେକ୍ ନିଅନ୍ତୁ । ଏହା ପାଠ ଉପରେ ମନୋନିବେଶ କରିବାରେ ସହାୟକ ହେବ ।

୨. ସ୍ମାଇଲ୍ ମୋର୍ ଟୁ ସ୍କୋର୍ ମୋର୍ । ଅର୍ଥାତ୍ ଖୁସି ଓ ହସ ଆପଣଙ୍କ ମାର୍କ ବଢାଇବାରେ ସାହାର୍ଯ୍ୟ କରିବ ।

୩. ଆତ୍ମବିଶ୍ୱାସ ହରାଇଲେ ଆପଣ ସର୍ଟକଟର ରାସ୍ତା ଖୋଜିବେ ଓ କପି କରିବାକୁ ଚେଷ୍ଟା କରିବେ ।

୪. ସଚିନ୍ ତେନ୍ଦୁଲକରଙ୍କୁ ଦେଖନ୍ତୁ । କାହାସହ ପ୍ରତିଦ୍ୱନ୍ଦିତା ନକରି ସେ ଦୀର୍ଘ ୨୦ ବର୍ଷ ଧରି ସେ ନିଜ ରେକର୍ଡକୁ ନେଇ ଭାଙ୍ଗି ଚାଲିଥିଲେ ।

୫. ମିଶନ୍ ଓ ସ୍ୱପ୍ନ ଗୋଟିଏ ରାସ୍ତାରେ ଯାତ୍ରା କଲେ , ମାର୍କ ଆପେ ଆପେ ତାକୁ ଅନୁସରଣ କରିବ ।

୬. ମାର୍କ ପଛରେ ନଗୋଡାଇ ଜ୍ଞାନ ପଛରେ ଦୌଡିବା ଆରମ୍ଭ କର ।

୭. ପରୀକ୍ଷା ଆପଣଙ୍କ ଜୀବନର ସଫଳତାର ମନ୍ତ୍ର ନୁହେଁ ।

୮. ପରୀକ୍ଷାକୁ ଏକ ଉତ୍ସବ ବୋଲି ଭାବନ୍ତୁ । ଯାହା ଆପଣଙ୍କୁ ଚାପମୁକ୍ତ କରିବ ।

୯. ପରୀକ୍ଷାରେ ଫୁର୍ତ୍ତି ସଫଳତାର ବଡ ଫର୍ମୁଲା ।

୧୦. ଅନ୍ୟମାନଙ୍କ ସହ ନୁହେଁ, ନିଜ ସହ ନିଜକୁ ତୁଳନା କରନ୍ତୁ ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଭିଭାବକଙ୍କୁ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।