ଜିଓ ଲଂଚ କଲା ପୁଣି ଏକ ବଡ ଅଫର ! ମାର୍ଚ୍ଚ ୬ରୁ ୧୮ ଯାଏଁ ୟୁଜର୍ସଙ୍କୁ ମିଳିବ ଏକ ବିଶେଷ ସୁବିଧା

41

ଯଦି ଆପଣ ମଧ୍ୟ ରିଲାଏନ୍ସ ଜିଓର ଜଣେ ଗ୍ରାହକ ଅଟନ୍ତି । ଏଥିସହିତ କ୍ରିକେଟ୍ ଖେଳ ପ୍ରତି ଦୁର୍ବଳତା ରହିଛି ତେବେ ଆପଣଙ୍କ ପାଇଁ ଏକ ବହୁତ ବଡ ଖବର ଆସିଛି । ସୂଚନା ମୁତାବକ, ରିଲାଏନ୍ସ ଜିଓକୁ ନିଜର ଜିଓ ଟିଭି ଆପରେ ‘ନିଦାହାସ ଟ୍ରଫି ଟି-୨୦ କ୍ରିକେଟ୍ ଶୃଙ୍ଖଳା’ର ଭାରତରେ ପ୍ରସାରିତ କରିବାର ଅଧିକାର ମିଳିଯାଇଛି । ଯାହାର ସୂଚନା ଖୋଦ୍ କଂପାନୀ ନିଜର ଏକ ବୟାନରେ କହିଛି । ଏଠାରେ ଆମେ କହି ରଖୁଛୁ କି, ନିଦାହାସ ଟ୍ରଫି କଲୋମ୍ବରେ ୬ ମାର୍ଚ୍ଚରୁ ୨୦୧୮ରୁ ଆରମ୍ଭ ହୋଇଯାଇଛି ଏବଂ ଏହା ୧୮ ମାର୍ଚ୍ଚ ଯାଏ ଚାଲିବ । ଏଥିରେ ଭାରତ, ଶ୍ରୀଲଙ୍କା ଏବଂ ବାଙ୍ଗାଲାଦେଶର ଟିମ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ ।

କଂପାନୀ ନିଜର ବୟାନରେ କହିଛି କି, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସହ ହୋଇଥିବା ଭାଗୀଦାରୀ ଆଧାରରେ ଭାରତରେ ଜିଓ ଟିଭିର ୟୁଜର୍ସ ଏହି ଟି-୨୦ ମ୍ୟାଚର ମଜା ଉଠାଇପାରିବେ । ଏଥିସହିତ ହିଁ ଜିଓ ଟିଭିରେ ଲାଇଭ ମ୍ୟାଚ୍ ରିପିଟ୍ ଟେଲିକାଷ୍ଟ ଏବଂ ହାଇଲାଇଟ୍ ମଧ୍ୟ ଦେଖିପାରିବେ ।

ଜାଣନ୍ତୁ ମ୍ୟାଚ ସଂପର୍କିତ ତଥ୍ୟ

୬ ମାର୍ଚ୍ଚ, ୨୦୧୮:Sri Lanka v India

୮ ମାର୍ଚ୍ଚ, ୨୦୧୮: Bangladesh v India

୧୦ ମାର୍ଚ୍ଚ, ୨୦୧୮: Sri Lanka v Bangladesh

୧୨ ମାର୍ଚ୍ଚ, ୨୦୧୮: Sri Lanka v India

୧୪ ମାର୍ଚ୍ଚ, ୨୦୧୮:Bangladesh v India

୧୬ ମାର୍ଚ୍ଚ, ୨୦୧୮: Sri Lanka v Bangladesh

୧୮ ମାର୍ଚ୍ଚ, ୨୦୧୮: ଫାଇନାଲ