ଜିଓ ସିମ୍ ବ୍ୟବହାର କରୁଥିଲେ ଖୁବ୍ ଶୀଘ୍ର ଆପଣଙ୍କ ନିକଟକୁ ଆସିବ ବିଲ ! ଜାଣନ୍ତୁ ଏହାକୁ କିପରି ଦେଖିବେ

82

ଜିଓ ସିମର ହାପି ନିୟୁ ଇଅର ଅଫର ସରିବାକୁ ଆଉ ମାତ୍ର କିଛ ଦିନ ବାକି ରହିଛି । ଏହାପରେ ଉପଭୋକ୍ତାଙ୍କ ପାଇଁ ଅନଲିମିଡେଟ ମାଗଣା ଫୋର-ଜି ଇଂଟରନେଟ ସେବା ବନ୍ଦ ହୋଇଯିବା ସହ ମାଗଣା ଫୋନ କରିବାର ସେବା ମଧ୍ୟ ସମାପ୍ତ ହୋଇଯିବ । କାରଣ, ୩୧ ମାର୍ଚ୍ଚ ପରେ ପରେ ଆପଣଙ୍କୁ ଏହି ସେବା ପାଇଁ ଉପଯୁକ୍ତ ମୂଲ୍ୟ ଦେବାକୁ ପଡିବ ।ଏକଥା ସତ୍ୟ ଯେ, ପୋଷ୍ଟପେଡ୍ ଉପଭୋକ୍ତାଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁହୋଇ ଯିବ ମାତ୍ର କିଛି ଉପଭୋକ୍ତାଙ୍କ ନିକଟକୁ ଏବେଠାରୁ ବିଲ ଆସିବା ଆରମ୍ଭ ହୋଇଗଲାଣି ଯାହାକୁ ଉପଭୋକ୍ତାମାନେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଆପଣଙ୍କ ପାଇଁ ଏକଥା ଜାଣିବା ନିହାତି ଜରୁରୀ ଯେ, ଆପଣଙ୍କ ଏହି ବିଲକୁ ଜାଣିବେ କିପରି । ତେବେ ଚାଲନ୍ତୁ ଜାଣିବା ଏ ସଂପର୍କରେ ।

ଅଧିକାଂଶ ଜିଓ ଉପଭୋକ୍ତାଙ୍କୁ ଏକଥା ଜଣା ନାହିଁ କି ସେମାନେ ବ୍ୟବହାର କରୁଥିବା ଜିଓ ସିମଟି ପ୍ରିପେଡ୍ ନା ପୋଷ୍ଟପେଡ୍ । ମାତ୍ର ଯେଉଁମାନେ ପୋଷ୍ଟପେଡ୍ ଜିଓ ସିମ ବ୍ୟବହାର କରୁଥିବେ ତାଙ୍କ ନିକଟକୁ ମଧ୍ୟ ବିଲ ଆସିବ ତେବେ ଏପରି ସ୍ଥିତିରେ ଉପଭୋକ୍ତାମାନଙ୍କୁ ନିଜର ବିଲ ଦେଖିବାକୁ ନେଇ ଜ୍ଞାନ ଥିବା ଦରକାର । ତେବେ ଏଥିପାଇଁ ଆପଣଙ୍କୁ ଆପଣଙ୍କ ମୋବାଇଲରେ ‘ମାଇ ଜିଓ’ ଆପକୁ ପ୍ଲେ ଷ୍ଟୋରରେ ଡାଉନଲୋଡ୍ କରି ତାକୁ ଇନଷ୍ଟଲ କରିବାକୁ ପଡିବ । ପରେ ଇନଷ୍ଟଲ ହୋଇଥିବା ଆପ ଉପରେ କ୍ଲିକ୍ କରିବେ । କ୍ଲିକ୍ କରିବା ଦ୍ୱାରା ସେଥିରେ ସାଇନ୍ ଇନ୍ ଅପ୍ସନ ଆସିବ ଯେଉଁଥିରେ ଆପଣଙ୍କୁ ସ୍କିପ କରିବାକୁ ହେବ ।

ସ୍କିପ୍ ସାଇନ୍ ଇନ୍ କରିବା ଦ୍ୱାରା ଆପଣଙ୍କ ମୋବାଇଲରେ ଏହି ଆପଟି ଲଗ ଇନ୍ ହୋଇଯିବ । ଏହାପରେ ଆପଣ ଏଥିରେ ଆସୁଥିବା ବିଲକୁ ଦେଖିପାରିବେ । ତେବେ ଯେ ପର୍ଯ୍ୟନ୍ତ ନିୟୁ ଇୟର ଅଫର ଚାଲି ଥିବ ସେ ପର୍ଯ୍ୟନ୍ତ ଏହାର ବିଲ ସାଧାରଣତଃ ଶୂନ ରହିଥିବାର ଦେଖାଯିବ । ଏହାପରେ ଆପଣ ବିଲକୁ ‘ମାଇ ବିଲ’କୁ ଯାଇ ଦେଖି ପାରିବେ । ଏହାକୁ ଆପଣ ଡାଉନଲୋଡ ମଧ୍ୟ କରିପାରିବେ ।