ଆପଣଙ୍କ ମାନବାଧିକାର କ୍ଷୁର୍ଣ୍ଣ କରୁଛି କି ପୁଲିସ୍ ? ଯଦି ଆପଣଙ୍କୁ କେବେ ଉଠାଇନିଏ ପୁଲିସ୍, ତେବେ ଜାଣିରଖନ୍ତୁ ଏଭଳି ପରିସ୍ଥିତିରେ କଣ କରିବା ଉଚିତ

67

ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ପୁଲିସକୁ ଗିରଫଦାରୀ ଭଳି ଅଧିକାର ଦିଆଯାଇଛି । ହେଲେ ଅଧିକାଂଶ ସମୟରେ ଏହାର ଦୁରୁପଯୋଗ ହେବା ଭଳି ମାମଲା ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ । ଏହାର ଏକମାତ୍ର କାରଣ ହେଉଛି ସାଧାରଣ ଲୋକଙ୍କୁ ଦେଶର ଆଇନ-କାନୁନ ସଂପର୍କରେ କୌଣସି ଜ୍ଞାନ ନଥାଏ । ଦଣ୍ଡ ପ୍ରକ୍ରିୟା ସଂହିତା ତଥା ଆଇପିସିରେ ଉଭୟ ପୁଲିସ ଏବଂ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଅଧିକାର ଏବଂ କର୍ତ୍ତବ୍ୟକୁ ନେଇ କିଛି ନିୟମ ଉଲ୍ଲେଖ ରହିଛି । ଯେଉଁଥିରେ ପୁଲିସ କୌଣସି ବି ବ୍ୟକ୍ତିଙ୍କୁ ନାମ ଏବଂ ଠିକଣା ନଜଣାଇବା ବା କହିବା ଅଭିଯୋଗରେ ଗିରଫ କରିପାରିବ । ସେହିପରି ବିନା ୱାରେଂଟରେ ବି ଗିରଫ କରିପାରିବ । ତେବେ ଆସନ୍ତୁ ଜାଣିବା ଏଭଳି ହିଁ ଜରୁରୀ ନିୟମ ବିଷୟରେ…

ଗିରଫ ହୋଇଥିବା ବ୍ୟକ୍ତିଙ୍କ ଅଧିକାର

• ପୁଲିସ ଅଫିସରଙ୍କୁ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିବା ସମୟରେ ନିଜର ପରିଚୟ ସଠିକ୍ ସଠିକ୍ ଦେବା ବାଧ୍ୟତାମୂଳକ ଅଟେ । ସେହିପରି ପଚରଉଚରା କରୁଥିବା ଅଫିସରଙ୍କର ଉଲ୍ଲେଖ ଡେବୁକ୍ ଏବଂ ଏକ ଅନ୍ୟ ରେଡିଷ୍ଟ୍ରରରେ ବି କରାଯିବ ।

• ପୁଲିସ ଅଫିସରଙ୍କର ଏକ ଆରେଷ୍ଟ ମେମୋ ମଧ୍ୟ ପ୍ରସ୍ତୁତ କରାଯିବ । ଏଥିରେ ଗିରଫଦାରୀର ସମୟ ଏବଂ ତାରିଖ ଉଲ୍ଲେଖ କରାଯିବ । ଏଥିରେ କୌଣସି ବି ଦୁଇ ଜଣ ସାକ୍ଷ୍ୟଙ୍କର ଦସ୍ତଖସ୍ତ ରହିବ ।

• ଗିରଫ କରାଯାଇଥିବା ବ୍ୟକ୍ତିଙ୍କ କୌଣସି ବନ୍ଧୁ, ପରିଜନ, ଶୁଭଚିନ୍ତକଙ୍କୁ ତାଙ୍କ ଗିରଫ ହେବା ଖବର ଦେବା ନିହାତି ଜରୁରୀ । ଏଥିସହିତ କହିବାକୁ ପଡିବ କି, ତାଙ୍କୁ ଗିରଫ କରାଯାଇ କେଉଁଠି ରଖାଯାଇଛି । ଡେବୁକରେ ମଧ୍ୟ ଏସଂପର୍କରେ ଉଲ୍ଲେଖ କରାଯିବ କି ଗିରଫ ସଂପର୍କରେ କାହାକୁ ସୂଚିତ କରାଯାଇଛି ।

• ଗିରଫ କରିବା ସମୟରେ ବ୍ୟକ୍ତିଙ୍କର ଶାରିରୀକ ଯାଂଚ କରାଯାଇଥାଏ । ଯଦି ଗିରଫ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ପୂର୍ବରୁ କୌଣସି ପ୍ରକାରର କ୍ଷତ ଚିହ୍ନ ରହିଛି, ତେବେ ତାକୁ ସେହି ସମୟରେ ହିଁ ଡେବୁକ୍ ବା ରେଜିଷ୍ଟରରେ ଉଲ୍ଲେଖ କରିବାକୁ ହେବ । ସେହିପରି ପ୍ରତି ୪୮ ଘଂଟାରେ ସରକାରୀ ପ୍ୟାନେଲରେ ଉପଲବ୍ଧ ଥିବା ଡାକ୍ତରଙ୍କଠାରୁ ଉକ୍ତ ବ୍ୟକ୍ତିଙ୍କର ମେଡିକାଲ ଚେକଅପ କରିବା ଦରକାର ।

• ଗିରଫ ବ୍ୟକ୍ତିଙ୍କୁ ନିଜ ମହୋକିଲଙ୍କୁ ଭେଟିବାକୁ ପୂରା ଅସ୍ୱାଧିନତା ଦିଆଯାଇଥାଏ ।

• ତେବେ ସୁପ୍ରିମକୋର୍ଟଙ୍କ ଗିରଫଦାରୀକୁ ନେଇ ଜାରି ହୋଇଥିବା ନିୟମକୁ ପାଳନ ନକଲେ ଉକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

• ସମସ୍ତ ଜିଲ୍ଲା ଏବଂ ରାଜ୍ୟମାନଙ୍କର ମୁଖ୍ୟାଳୟମାନଙ୍କ ଏକ ପୁଲିସ କଂଟ୍ରୋଲ ରୁମ ରହିଥାଏ । ଯେଉଁଠି କୌଣସି ବି ବ୍ୟକ୍ତିଙ୍କ ଗିରଫଦାରୀ, ସ୍ଥାନର ସୂଚନା, ଅଫିସରଙ୍କ ଦ୍ୱାରା ଗିରଫଦାରୀର ୧୨ ଘଂଟା ଭିତରେ ଦେବାକୁ ହୋଇଥାଏ । ଏହି କଂଟ୍ରୋଲ ରୁମରେ ନୋଟିସ ବୋର୍ଡ ଉପରେ ସ୍ପଷ୍ଟ ଭାବରେ ଉଲ୍ଲେଖଥିବା ଦରକାର ।

କେଉଁ ପରିସ୍ଥିତିରେ ହୋଇପାରନ୍ତି ଗିରଫ

• ଯେଉଁ ବ୍ୟକ୍ତି ଧର୍ତ୍ତବ୍ୟ ଅପରାଧ କରିଥିବେ ।

• ଯାହାଙ୍କ ସଂପର୍କରେ ସନ୍ଦେହ ଥିବ କି ସେ ଜେଲରୁ ଦଣ୍ଡନୀୟ ଧର୍ତ୍ତବ୍ୟ ଅପରାଧ କରିଥିବେ , ଯେଉଁଥିରେ ତାଙ୍କୁ ୭ବର୍ଷ କିମ୍ବା ଏହାଠୁ ଅଧିକ ଦଣ୍ଡ ବିଧାନ କରାଯାଇଛି ।

• ଯାହାଙ୍କ ସଂପର୍କରେ ସନ୍ଦେହ ହେବ କି ସେ ୭ ବର୍ଷ କି୍ମ୍ବା ମୃତ୍ୟୁଦଣ୍ଡର ସଜା ଦଣ୍ଡ ପାଇଲା ଭଳି ଅପରାଧ କରିଛନ୍ତି ।

• ରାଜ୍ୟ ସରକାରଙ୍କ ଦ୍ୱାରା ଅପରାଧି ଘୋଷଣା କରାଯାଇଥିଲେ ।

• ଯାହାଙ୍କ କବଜାରେ କୌଣସି ଚୋରି ସଂପତି ବା ଜିନିଷ ଥିବା ସନ୍ଦେହ ଥିବ ।

• ଶାସକୀୟ କାର୍ଯ୍ୟରେ ବାଧା, ହିରାସତରେ ଲୁଚି ପଳାଇବା କିମ୍ବା ଲୁଚି ପଳାଇଯିବାକୁ ଯୋଜନା କରୁଥିଲେ

• ଭାରତ ବାହାର କିମ୍ବା ଭାରତର ନାଗରୀକଙ୍କ ଦ୍ୱାରା କରାଯାଉଥିବା ଅପରାଧ

• ଗିରଫଦାରୀ ପାଇଁ କୌଣସି ଅଧିକାରୀଙ୍କଠାରୁ ଲିଖିତ କିମ୍ବା ମୌଖିକ ଆଦେଶ ହେବା ଉପରେ ଉଚିତ କାରଣ ସହିତ

• ଏହାଛଡା ଏଥିରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ୨୪ ଘଂଟା ଭିତରେ ମାଜିଷ୍ଟ୍ରେଟର ସମୀକ୍ଷା ଦାଖଲ କରିବାକୁ ହେବ ।