ମାତ୍ର ୧୦ ଟଙ୍କା ଖର୍ଚ୍ଚ କରି ସାରା ଜୀବନ ହୁଅନ୍ତୁ ଚିନ୍ତା ମୁକ୍ତ । ପୋଷ୍ଟ ଅଫିସ ଦେଉଛି ଏଭଳି ଏକ ନିଆରା ସୁବିଧା, ଜାଣନ୍ତୁ କିପରି ଏହାର ଲାଭ ଉଠାଇବେ

149

ଯଦି ଆପଣ କମ ଟଙ୍କା ନିବେଶ କରି ଅଧିକ ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସରେ ମିଳୁଥିବା ଏହି ସମସ୍ତ ଯୋଜନାରେ ନିଶ୍ଚୟ ନିବେଶ କରନ୍ତୁ । ଆଜ୍ଞା ହଁ, ଆମେ କହୁଛୁ , ସ୍ମଲ ସେଭିଂ ସ୍କିମ ତଥା ଆରଡି ସଂପର୍କରେ । ସେମିତିରେ ବ୍ୟାଙ୍କରେ ବି ଆରଡି ସ୍କିମ ଉପଲବ୍ଧ । ହେଲେ ଏହି ସ୍କିମ ଉପରେ ପୋଷ୍ଟ ଅଫିସରେ ଅନ୍ୟ ବ୍ୟାଙ୍କ ମାନଙ୍କ ତୁଳନାରେ ଅଧିକ ସୁଧ ମିଳିଥାଏ ।

ଅଧିକାଂଶ ବ୍ୟାଙ୍କ ଗୋଟିଏ ବର୍ଷରୁ ପାଂଚ ବର୍ଷ ପାଇଁ ଆରଡି କରିଥାନ୍ତି । ଯେଉଁଥିରେ ତାଙ୍କୁ ୬.୫ ପ୍ରତିଶତରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିଥାଏ । ସେହିପରି ପୋଷ୍ଟ ଅଫିସରେ ଗୋଟିଏ ବର୍ଷରୁ ୫ ବର୍ଷର ଆରଡି ସ୍କିମ ଉପରେ ୭.୧୦ ପ୍ରତିଶତ ପ୍ରତି ବର୍ଷ ବାବଦକୁ ସୁଧ ମିଳୁଛି ।

ଏଠାରେ ଆମେ କହି ରଖୁଛୁ କି, ଏହି ସ୍କିମରେ ଆପଣ ମାସକୁ ମାତ୍ର ୧୦ ଟଙ୍କା ନିବେଶ କରିପାରିବେ । ସେହିପରି ପ୍ରତି ମାସ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଯାହାକି ନିବେଶକଙ୍କର ସେଭିଂ ଉପରେ ନିର୍ଭର କରିଥାଏ ଏବଂ ପ୍ରତିମାସ ଏକ ନିର୍ଦ୍ଧାରିତ ପରିମାଣର ରାଶି ନିବେଶ ଏଥିରେ କରିପାରିବେ ।

ତେବେ ଏହି ଆକାଉଂଟ ଆପଣ ଡାକଘର ଯାଇ କିମ୍ବା ଅନଲାଇନ ଜରିଆରେ ବି ଖୋଲି ପାରିବେ । ଯଦି ଆପଣ ପୋଷ୍ଟ ଅଫିସରେ ଆରଡି ଖୋଲୁଛନ୍ତି ତେବେ ଆପଣ ଉଭୟ କ୍ୟାସ କିମ୍ବା ଚେକ୍ ଦେଇବି ଖୋଲିପାରିବେ । ଆପଣଙ୍କର ଆକାଉଂଟ ଗୋଟିଏ ପୋଷ୍ଟ ଅଫିସରୁ ଅନ୍ୟ ଏକ ପୋଷ୍ଟ ଅଫିସ ଟ୍ରାନ୍ସଫର ହୋଇପାରିବ । ଏଥିସହିତ ଆପଣ ଦୁଇ ଜଣେ ଆଡଲ୍ଟ ନାଁରେ ବି ଏକ ଜଏଂଟ ଆକାଉଂଟ ଖୋଲି ପାରିବେ । ତେବେ ଏଥିରେ ଆକାଉଂଟ ଖୋଲିବା ସମୟରେ ହିଁ ଏକ ନିର୍ଦ୍ଦିଷ୍ଟ ଟାଇମ ପିରିୟଡ ସ୍ଥିର ହୋଇଯାଇଥାଏ । ଆଉ ଏହି ଟାଇମ ପିରିୟଡ ଶେଷ ହେବା କ୍ଷଣି ହିଁ ଆପଣଙ୍କୁ ସୁଧ ସମେତ ସଂପୂର୍ଣ୍ଣ ପେମେଂଟ ମିଳିଯିବ । ଆରଡି ୧୦ ବର୍ଷ ପର୍ଯ୍ୟନ୍ତ ବି ହୋଇପାରେ । ଏଥିରେ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଇଁ ବି ଇନଭେଷ୍ଟମେଂଟ ପ୍ଲାନ ତିଆରି କରାଯାଇପାରିବ ।