ଲଂଚ ଟାଇମ କହି ଗ୍ରାହକଙ୍କୁ ଘଂଟା ଘଂଟା ଧରି ଠିଆ କରାଇପାରିବେନି କୌଣସି ବି ବ୍ୟାଙ୍କ । ଜାଣନ୍ତୁ ବ୍ୟାଙ୍କ-କଷ୍ଟମର ସହ ଜଡିତ କିଛି ନିୟମ

ଗ୍ରାହକଙ୍କୁ ବ୍ୟାଙ୍କରୁ କ୍ଷତିପୂରଣ ପାଇବାର ଅଧିକାର ରହିଛି

2,226

ଜଣେ ଆରଟିଆଇ ଆକ୍ଟିଭିଷ୍ଟ ବ୍ୟାଙ୍କ ସହ ଜଡିତ ନିୟମ ସଂପର୍କରେ ଜାଣିବା ପାଇଁ ଆରବିଆଇଠାରୁ କିଛି ପ୍ରଶ୍ନର ଜବାବ ମାଗିଥିଲେ ଆଉ ଏହି ପ୍ରଶ୍ନରେ ଆରବିଆଇ ଯେଉଁ ସୂଚନା ଦେଇଥିଲା ତାହା ଜାଣିବା ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଅନ୍ୟନ୍ତ ଜରୁରୀ ଅଟେ । ତେବେ ଏହି ପ୍ରଶ୍ନ ଉତରାଖଣ୍ଡର ଜଣେ ବ୍ୟବସାୟୀ ଆରବିଆଇକୁ କରିଥିଲେ । ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନ ବେଂ ଉତର ସଂପର୍କରେ ଜଣାଇବା ସହ ଆପଣଙ୍କ ଅଧିକାର ବିଷୟରେ ଅବଗତ କରାଇବୁ ।

ଲଂଚ ଟାଇମ୍ କହି କାମ ବନ୍ଦ କରିପାରିବେ ନାହିଁ

ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ବିନା ଲଂଚ ବ୍ରେକରେ ସେବା ଯୋଗାଇ ଦେବା ପ୍ରତିଟି ବ୍ୟାଙ୍କର ପ୍ରଥମ କର୍ତ୍ତବ୍ୟ । ବ୍ୟାଙ୍କ ଅଧିକାରୀ ଜଣେ ଜଣେ କରି ଲଂଚ କରିପାରିବେ । ଏହି ସମୟରେ ନର୍ମାଲ ଟ୍ରାନଜାକସନ ଚାଲୁ ରହିବା ଦରକାର ।

-ଅଧିକାଂଶ ପବ୍ଲିକ ସେକ୍ଟରର ବ୍ୟାଙ୍କ ଗୁଡିକରେ ଲଂଚ ଟାଇମର ବୋର୍ଡ ଲଗାଇଦିଆଯାଇଥାଏ । ଲଂଚ ଆଳରେ ବ୍ୟାଙ୍କ ଅଧିକାରୀମାନେ ଗ୍ରାହକଙ୍କୁ ଘଂଟା ଘଂଟା ଧରି ଠିଆ କରିଦିଅନ୍ତି । ଯେବେକି ନିୟମ ମୁତାବକ, ଏଭଳି କରିପାରିବେ ନାହିଁ ।

-ଲଂଚ ବ୍ରେକରେ ବ୍ୟାଙ୍କ ବନ୍ଦ କରିପାରିବେ ନାହିଁ ଏବଂ ଗ୍ରାହକଙ୍କୁ ବାହାରେ ଅପେକ୍ଷା କରିବାକୁ କହିପାରିବେ ନାହିଁ ।

-କାଉଂଟରରେ କଷ୍ଟମରଙ୍କୁ ଆଟେଣ୍ଡ କରିବା ପାଇଁ ସବୁବେଳେ କେହି ନା କେହି କର୍ମଚାରୀ ରହିବା ଦରକାର ।

-୧୧୧ କିମ୍ବା ୨୨୨୨ ଭଳି କୌଣସି ଡିନୋମିନେସନରେ ଡିପୋଜିଟ ନେବାକୁ କୌଣସି ବି ବ୍ୟାଙ୍କ ମନା କରିପାରିବେ ନାହିଁ । ଡିପୋଜିଟ ନେବା ପାଇଁ ଏଭଳି ପ୍ରକାରର କୌଣସି ବି ଗାଇଡଲାଇନ ନାହିଁ ।

ଗ୍ରାହକଙ୍କୁ ବ୍ୟାଙ୍କ କି ଅଧିକାର ଦେଇଛି

-ଚେକ୍ କଲେକ୍ସନରେ ବିଳମ୍ବ ହେଲେ , ଗ୍ରାହକଙ୍କୁ ବ୍ୟାଙ୍କରୁ କ୍ଷତିପୂରଣ ପାଇବାର ଅଧିକାର ରହିଛି ।

-କଷ୍ଟମରଙ୍କର ଆକାଉଂଟ ସହ ଜଡିତ ଥିବା ଅନଅଥରାଇଜଟ ଟ୍ରାନଜାକସନ ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ଦାୟୀ କରିପାରିବ ନାହିଁ ।

-କେବଳ ସ୍ଥାୟୀ ଠିକଣା ନଥିବା କାରଣରୁ କୌଣସି ବି ବ୍ୟାଙ୍କ ଆପଣଙ୍କର ଆକାଉଂଟ ଖୋଲିବାକୁ ମନା କରିପାରିବେ ନାହିଁ ।

-ଗ୍ରାହକମାନଙ୍କର ବ୍ୟକ୍ତିଗତ ସୂଚନାକୁ ଗୋପନୀୟ ରଖିବା ବ୍ୟାଙ୍କର ପ୍ରାଥମିକ ଦାୟିତ୍ୱ । ବ୍ୟାଙ୍କ ଏହାକୁ କାହା ସହ ବି ସେୟାର କରିପାରିବେ ନାହିଁ ।

-ଜାତି, ଧର୍ମ, ଲିଙ୍ଗ ଆଧାରରେ ବ୍ୟାଙ୍କ କୌଣସି ବ୍ୟକ୍ତିଙ୍କ ସହ ଭେଦଭାବ କରିପାରିବ ନାହିଁ ।

-କୌଣସି ବି ବ୍ୟକ୍ତି ଏନଇଏଫଟି ଜରିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରକମ ଟ୍ରାନ୍ସଫର କରିପାରିବେ ।