ବିନା କୌଣସି ଡାଟା କିମ୍ବା ବ୍ୟାଙ୍କ କି ଏଟିଏମ ନଯାଇ ଘରେ ବସି ପାଆନ୍ତୁ ବ୍ୟାଙ୍କଜନତି ଟିକନିଖ୍ ଖବର ! ଜାଣନ୍ତୁ ପୂରା ପ୍ରକ୍ରିୟା

31

ପ୍ରାୟତଃ ସମସ୍ତଙ୍କର ବ୍ୟାଙ୍କରେ ଖାତା ନିଶ୍ଚୟ ରହିଥିବ । ସେଥିରେ ଟଙ୍କା ମଧ୍ୟ ଜମା କରୁଥିବେ । ହେଲେ ଆପଣ ଯଦି ଆପଣଙ୍କ ଖାତାରେ କେତେ ଟଙ୍କା ଜମା ରଖୁଛନ୍ତି କିମ୍ବା ଉଠାଇବା ପରେ ଆପଣଙ୍କ ଖାତାରେ କେତେ ଟଙ୍କା ରହିଛି ତାହା ଜାଣିବାକୁ ଚାହୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ନା ହିଁ କୌଣସି ଏଟିଏମ ସେଂଟରକୁ ଯିବାକୁ ପଡିବ ନା ହିଁ କୌଣସି ବ୍ୟାଙ୍କ । ଆପଣ ଏହାକୁ ଅତି ସହଜରେ ଘରେ ବସି ଚେକ୍ କରିପାରିବେ ।

ବଡ କଥା ହେଲା ଆପଣ ଆପଣଙ୍କର ମୋବାଇଲ ଜରିଆରେ ଏହି କାମ କରିପାରିବେ । ହଁ କିନ୍ତୁ ଏଥିପାଇଁ ଆପଣଙ୍କୁ କୌଣସି ଡାଟାର ବି ଆବଶ୍ୟକତା ପଡିବ ନାହିଁ । ମାତ୍ର ୨ ମିନିଟରେ ଆପଣ ଜାଣିପାରିବେ କି ଆପଣଙ୍କ ଖାତାରେ କେତେ ଟଙ୍କା ରହିଛି । ତେବେ କିପରି ଆସନ୍ତୁ ଜାଣିବା. . .

• ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ଆପଣଙ୍କ ମୋବାଇଲରେ *99#  ଡାଏଲ କରିବାକୁ ହେବ ।

• ଏହାପରେ ଆପଣଙ୍କ ନିକଟକୁ National Unvifaid USSD platformରୁ ଏକ ମେସେଜ ଆସିବ ।

• ଯେଉଁଥିରେ ଆପଣ ବ୍ୟାଙ୍କର ତିନୋଟି ଅକ୍ଷର ମେସେଜରେ ପଠାଇବାକୁ ହେବ ।

• ଏହାପରେ ଆପଣଙ୍କ ନିକଟକୁ ପୁଣି ଏକ ମେସେଜ ଆସିବ । ଏଥିରେ ଆପଣଙ୍କୁ ଅନେକ ସାରା ଅପସନ ମିଳିବ । ଯାହା ମଧ୍ୟରୁ ଆପଣ ଜାଣିବାକୁ ଚାହୁଁଥିବା ତାକୁ ହିଁ ସିଲେକ୍ଟ କରି ମେସେଜ ପଠାଇବାକୁ ହେବ ।

• ଏହାପରେ ଆପଣଙ୍କ ପାଖକୁ ଯେଉଁ ମେସେଜ ଆସିବ ସେଥିରେ ଏକ ଲେଖି ପଠାଇବାକୁ ହେବ ।

• ଆପଣଙ୍କ ନିକଟରେ ବ୍ୟାଙ୍କ ବାଲାନ୍ସ ସଂପର୍କିତ ସମସ୍ତ ତଥ୍ୟ ଚାଲିଆସିବ ।

ଏଠାରେ ଆମେ କହି ରଖୁଛୁ କି, ଏହି ନମ୍ବର ଜରିଆରେ ଆପଣ ଟଙ୍କା ପଠାଇବା ସମେତ ଅନ୍ୟ କେଉଠି ବ୍ୟାଙ୍କିଂ ସୁବିଧାର ଲାଭ ବି ଉଠାଇ ପାରିବେ । ଯଦିଓ ଅନେକ ବ୍ୟାଙ୍କ ସିଧାସଳଖ ଭାବରେ ମିସ୍ଡ କଲ କରି ବାଲାନ୍ସ ଚେକ୍ କରିବାର ସୁବିଧା ଦେଇରଖୁଛନ୍ତି । ହେଲେ ଯେଉଁ ବ୍ୟାଙ୍କମାନଙ୍କରେ ଏଭଳି ସୁବିଧା ନାହିଁ ତେବେ ଏହା ଜରିଆରେ ହିଁ ଜାଣିପାରିବେ ।