ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଆପ ! ଯାହା ବାବଦରେ ପୁରୁଷ ଅଜ୍ଞ

55

ମୋବାଇଲ ଆପ ଏବଂ ସୋସିଆଲ ମିଡିଆ ନେଟୱର୍କିଂ ସାଇଟଗୁଡିକ ଜରିଆରେ ବନ୍ଧୁତା ସ୍ଥାପନ କରିବା ଏବେ ସହଜ ହୋଇଗଲାଣି । କିନ୍ତୁ ‘ହିଲ୍ ଦ ୱାଲ୍ଡ’ ଏକ ଏଭଳି ଆପ ଅଟେ ଯାହା କେବଳ ଯୁବତୀମାନଙ୍କ ସହିତ ହିଁ କନେକ୍ଟ କରିଥାଏ । ଏହାର ନିର୍ମାତା ଏବଲ ଜୋସେଫଙ୍କ ମତରେ ‘ଆମର କିଛି ବ୍ୟବହାରକାରୀ ଯୁବତୀମାନେ ହିଁ ଆମକୁ ଏଭଳି ଏକ ଆପ ନିର୍ମାଣ କରିବାକୁ ଉପାୟ ଦେଇଥିଲେ । ତେବେ ଆମକୁ ଏହି ଉପାୟଟି ବହୁତ ଭଲ ଲାଗିଥିଲା ଏବଂ ୨ ମାସ ମଧ୍ୟରେ ଏହି ଆପଟିକୁ ଆମେ ଲଂଚ କରିଥିଲୁ’ ।

ଏହି ଆପଟି ପାଖାପାଖି ୧୦୦ କି.ମି ପରିସରରେ ରହୁଥିବା ଏଭଳି ଯୁବତୀଙ୍କୁ ସଂଯୋଗ କରିଥାଏ ଯାହାଙ୍କ ପସନ୍ଦ ନା ପସନ୍ଦ ପ୍ରାୟତଃ ସମାନ ଥାଏ । ଏହାକୁ ଫେସବୁକ୍ ଜରିଆରେ ମଧ୍ୟ ଲଗଇନ୍ କରାଯାଇପାରେ । ଆପରେ ମୁଖ୍ୟତଃ ୮ଟି ବିଭାଗ ରହିଛି ଯଥା-ନ୍ୟୁ ଇନ୍ ଟାଉନ୍, ଫିଟନେସ୍ ଫ୍ଲୋକ୍, ବୁକ୍ ୱାର୍ମ, ଟ୍ରାଭେଲ୍ ବି, ଷ୍ଟୁଡେଂଟ, ଆର୍ନ୍ତପ୍ରାନୋର, ଆଟିଷ୍ଟ ଏବଂ ମଦର । ତେବେ ଏମାନଙ୍କ ମଧ୍ୟରୁ ଆପଣ କୌଣସି ବି ୩ଟି ଶ୍ରେଣୀକୁ ଚୟନ କରିପାରିବେ । ଏହି ଆପରେ ବୟସ ସୀମା ରହିଛି ୧୮-୫୦ ଏବଂ ଦୂରତା ରହିଛି ୧-୧୦୦ କିଲୋମିଟର ।

କିଭଳି କରିବେ ବ୍ୟବହାର

ଆପଟିକୁ ଇନଷ୍ଟଲ କରି ନିଜ ପସନ୍ଦର ଶ୍ରେଣୀ ଓ ଏହାର ପ୍ରାଥମିକତାକୁ ଚୟନ କରିବାକୁ ପଡିବ ଏବଂ ଏଥିପାଇଁ ଆପଣଙ୍କୁ ମୋବାଇଲ ଫୋନରେ ଥିବା ଲୋକେସନକୁ ଅନ୍ ରଖିବାକୁ ପଡିବ । ଏହାଦ୍ୱାରା ଆପଣଙ୍କ ଆଖପାଖରେ ଥିବା ସେହି ଆପ ବ୍ୟବହାରକାରୀଙ୍କୁ ତାହା ଠାବ କରିଥାଏ । କିନ୍ତୁ ପ୍ରଥମେ ଆପଣଙ୍କୁ ତାଙ୍କର ପ୍ରୋଫାଇଲକୁ ଲାଇକ୍ କରିବାକୁ ପଡିବ । ଲାଇକ୍ କରିବା କ୍ଷଣି ହିଁ ତାଙ୍କ ନିକଟକୁ ଏକ ନୋଟିଫିକେସନ ଚାଲିଯାଇଥାଏ । ତୋବୋ ସେ ଯଦି ଆପଣଙ୍କ ପ୍ରୋଫାଇଲକୁ ଲାଇକ୍ କରିଥିବେ ତେବେ ଆପଣ ତାଙ୍କ ସହ ଚାଟିଂ କରିପାରିବେ ।