ଚାରୋଟି କ୍ୟାମେରା ସହ ଲଂଚ ହେଲା Huawei Nova 2s

30

ଚୀନରେ ନିକଟରେ ହୁୱାଇ ନୂଆ ସ୍ମାର୍ଟଫୋନ Huawei Nova 2s ଲଂଚ କରିଛି । ଏହି ସ୍ମାର୍ଟଫୋନକୁ କଂପାନୀ ତିନୋଟି ଭେରାଇଟିରେ ଲଂଚ କରିଛି । ଯାହାକି Huawei Nova 2s ବ୍ଲାକ୍, ଗ୍ରେ, ରେଡ୍, ରେଡ୍ ଗୋଲ୍ଡ ଏବଂ ବ୍ଲୁ କଲରରେ ବଜାରରେ ଉପଲବ୍ଧ ହେବ ।

Huawei Nova 2s ସ୍ମାର୍ଟଫୋନରେ ଚାରୋଟି କ୍ୟାମେରା ଦିଆଯାଇଛି । ଏହାର ଫ୍ରଂଟ ଏବଂ ରିୟର ପ୍ୟାନେଲରେ ଦୁଇ-ଦୁଇଟି କ୍ୟାମେରା ରହିଛି । ତେବେ ଏହି ସ୍ମାର୍ଟଫୋନର ୪ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ ଥିବା ଫୋନଟିର ଦାମ ରହିଛି ପାଖାପାଖି ୨୬,୦୦୦ ଟଙ୍କା । ଯେବେକି ୬ ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ ବିଶିଷ୍ଟ ସ୍ମାର୍ଟଫୋନର ମୂଲ୍ୟ ୨୯,୦୦୦ ଟଙ୍କା ରହିଛି ।

Huawei Nova 2s ରେ ୬ ଇଂଚର ଡିସପ୍ଲେ ଦିଆଯାଇଛି । ଖାଲି ସେତିକି ନୁହେଁ ଏହି ସ୍ମାର୍ଟଫୋନରେ ୯୬୦ ଚିପସେଟ୍ ମଧ୍ୟ ରହିଛି । ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ ୮.୦ ଓରିୟୋ ଉପରେ ଆଧାରିତ ଇଏମୟୁଆଇ ୮.୦ରେ ଚାଲିବ । ଏଥିସହିତ ଏହି ସ୍ମାର୍ଟଫୋନରେ ୧୬ ଏବଂ ୨୦ ମେଗାପିକ୍ସଲର ଦୁଇଟି ପ୍ରାଇମେରୀ ସେନସର ବି ରହିଛି । ତେବେ Huawei Nova 2s ସ୍ମାର୍ଟଫୋନରେ ୩୩୪୦ ଏମଏଏଚର ବ୍ୟାଟେରୀ ରହିଛି ।