ବିନା କୌଣସି ନମ୍ବରରେ ମଧ୍ୟ ବ୍ୟବହାର କରି ପାରିବେ ହ୍ୱାର୍ଟସଆପ୍ ! କିପରି ଜାଣନ୍ତୁ

28

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାର୍ଟସଆପର ଚାହିଦା ଏବେ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ହ୍ୱାର୍ଟସଆପର ବ୍ୟବହାର ମେସେଜିଂ ପାଇଁ କରାଯାଏ, ଏଥିସହିତ ମଧ୍ୟ ଏହାକୁ ଫଟୋ ଓ ବିଭିନ୍ନ ଡକ୍ୟୁମେଂଟ୍ ସେୟାରିଂ, ଭିଡିଓ କଲିଂ ଇତ୍ୟାଦି ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ ଆଜି ଆମେ ଆପଣଙ୍କୁ ଏକ ଏଭଳି ଉପାୟ ସଂପର୍କରେ ଜଣାଇବୁ ଯାହାଦ୍ୱାରା ଆପଣ ବିନା କୌଣସି ନମ୍ବରରେ ହ୍ୱାର୍ଟସଆପ୍ ବ୍ୟବହାର କରିପାରିବେ । ଆଜ୍ଞା ହଁ ! ବିନା କୌଣସି ନମ୍ବରରେ । ତେବେ କିପରି ଆସନ୍ତୁ ଜାଣିବା ।

• ବିନା ମୋବାଇଲ୍ ନମ୍ବରରେ ହ୍ୱାର୍ଟସଆପର ବ୍ୟବହାର କରିବାପାଇଁ ସର୍ବପ୍ରଥମେ ଗୁଗଲ ପ୍ଲେଷ୍ଟୋରକୁ ଯାଇ ସେଠାରେ ‘ଟେଷ୍ଟ ଲାଓ ଆପ୍’ ଡାଉନଲୋଡ୍ କରି ତାକୁ ଇନଷ୍ଟଲ୍ କରନ୍ତୁ ।

• ଇନଷ୍ଟଲ୍ ହେବା ପରେ ଏହାର ରେଜିଷ୍ଟେସନ ପ୍ରକ୍ରିୟା ସଂପୂର୍ଣ୍ଣ କରନ୍ତୁ । ତେବେ ରେଜିଷ୍ଟେସନ ସମୟରେ ଆପଣଙ୍କୁ ଏକ ନମ୍ବର ନଜର ଆସିବ ଯାହାକୁ ଆପଣ ନୋଟ୍ କରି ଦିଅନ୍ତୁ ।

• ଏହାପରେ ପୂର୍ବରୁ ଥିବା ଆପଣଙ୍କ ହ୍ୱାର୍ଟସଆପ୍ ଆକାଉଂଟକୁ ଡିଲିଟ୍ କରିଦିଅନ୍ତୁ । ଏବଂ ପୁଣିଥରେ ନୁଆ କରି ହ୍ୱାର୍ଟସଆପର ଆପକୁ ଡାଉନଲୋଡ କରି ତାକୁ ଇନଷ୍ଟଲ କରନ୍ତୁ । ଏବଂ ‘ଟେଷ୍ଟ ନାଓ ଆପ’ରେ ମିଳିଥିବା ନମ୍ବରଟିକୁ ହ୍ୱାର୍ଟସଆପରେ ରେଜିଷ୍ଟେସନ କରି ଦିଅନ୍ତୁ । ଏହାପରେ ସେଥିରେ ଦର୍ଶାଯାଇଥିବା ଭେରିଫିକେସନ୍ ‘କଲ ମି’ ଅପ୍ସନ ଉପରେ କ୍ଲିକ୍ କରି ଦିଅନ୍ତୁ ।

• ବର୍ତ୍ତମାନ ଆପଣଙ୍କୁ ‘ଟେଷ୍ଟ ନାଓ ଆପ’ରେ ଭେରିଫିକେସନ ପାଇଁ ଏକ ‘କଲ’ ଆସିବ । ସେହି ଭେରିଫିକେସନ କୋଡକୁ ନୋଟ୍ କରନ୍ତୁ । ଏବଂ ହ୍ୱାର୍ଟସଆପରେ ବ୍ୟବହାର କରନ୍ତୁ । ବାସ୍, ଏବେ ଆପଣଙ୍କର ହ୍ୱାର୍ଟସଆପ୍ ଚାଲୁ ହୋଇଯିବ । ଏବଂ ଆପଣ ବିନା କୌଣସି ନମ୍ବରରେ ଯାହା ସହିତ ବି ହ୍ୱାର୍ଟସଆପରେ ଚାର୍ଟ କରିପାରିବେ ।

ଏହାସହ ମଧ୍ୟ ପଢନ୍ତୁ- ସାବଧାନ୍ ! ହ୍ୱାର୍ଟସଆପରେ ଆସୁଥିବା ଏହି ମେସେଜ୍ ଉପରେ ଭୁଲରେ ବି କରନ୍ତୁ ନାହିଁ କ୍ଲିକ୍