ଆପଣ ବି କରିପାରିବେ ନିଜ ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ ! ଆପଣାନ୍ତୁ ଏହି ସହଜ ତରିକା

112

ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯଦି ସରକାରଙ୍କର ଏହି ନିୟମକୁ ଅବମାନନା କରାଯାଏ ତେବେ ନିର୍ଦ୍ଧାରିତ ତାରିଖ ପରେ ଆପଣଙ୍କର ମୋବାଇଲ ନମ୍ବରକୁ ବନ୍ଦ କରିଦିଆଯିବ ବୋଲି ଏହି ନିର୍ଦ୍ଦେଶନାମାରେ ଜାରି କରାଯାଇଛି । ତେଣୁ ଯଦି ଆପଣ ଆପଣଙ୍କର ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରିନାହାଁନ୍ତି ତେବେ ତୁରନ୍ତ କରି ଦିଅନ୍ତୁ । ନଚେତ୍ ୬ ଫେବୃୟାରୀ, ୨୦୧୮ ପରେ ଆପଣଙ୍କ ସିମ୍ ନିଷ୍କ୍ରିୟ ହୋଇଯିବ ।

ଏଠାରେ ଆମେ କହି ରଖୁଛୁ କି, ଲୋକନିତି ଫାଉଣ୍ଡେସନ୍ ମାମଲାର ଶୁଣାଣି ସମୟରେ ସୁପ୍ରିମ କୋର୍ଟ ଗୋଟିଏ ବର୍ଷ ଭିତରେ ସମସ୍ତ ସିମ୍ କାର୍ଡକୁ ଆଧାରକାର୍ଡ ସହିତ ଯୋଡ଼ିବା ଅନିବାର୍ଯ୍ୟ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏପରି କରିବା ଦ୍ୱାରା ଆତଙ୍କବାଦ, ଅପରାଧିକ ମାମଲାକୁ ରୋକା ଯାଇପାରିବ। ଚଳିତବର୍ଷ ସରକାର ଆୟକର ରିଟର୍ଣ୍ଣ ସମୟରେ ପାନ୍ କାର୍ଡକୁ ଆଧାରକାର୍ଡ ସହିତ ଯୋଡ଼ିବା ଅନିବାର୍ଯ୍ୟ କରି ଦିଆଯାଇଥିଲା । ଏସବୁ ପଦକ୍ଷେପ ଚୋରି ମାମଲାକୁ ରୋକିବା ପାଇଁ କରାଯାଉଛି ବୋଲି ସରକାର ସୂଚନା ଦେଇଛନ୍ତି ।

ସରକାରଙ୍କ ଏହି ନିର୍ଦ୍ଦେଶନାମାରେ ବିଭିନ୍ନ ଟେଲିକମ କଂପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ନିଜର ଗ୍ରାହକଙ୍କ ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରିବାକୁ ସୂଚିତ କରାନ୍ତୁ ଏବଂ ଇ-କେୱାଇସି ପ୍ରୋସେସକୁ ଆରମ୍ଭ କରନ୍ତୁ । ତେବେ ଏହି କାମକୁ ଆପଣ ନିଜେ ହିଁ କରିବେ । ଏଥିପାଇଁ ଆପଣ ଆପଣଙ୍କର ଆଧାରକାର୍ଡ ସାଥୀରେ ଧରି ନିଜର ମୋବାଇଲ ନମ୍ବର ପ୍ରୋଭାଇଡର କଂପାନୀର ନିକଟସ୍ଥ ଷ୍ଟୋରକୁ ଯାଇ ଆଧାରକୁ ମୋବାଇଲ ନମ୍ବର ସହିତ ଲିଙ୍କ କରି ପାରିବେ ।

କିଭଳି କରିବେ ଆପଣଙ୍କ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ

• ଏଥିପାଇଁ ଆପଣଙ୍କୁ ଆପଣଙ୍କର ମୋବାଇଲ ଏବଂ ଆଧାରକାର୍ଡକୁ ସାଥୀରେ ଧରି ନିକଟସ୍ଥ ନିଜ ମୋବାଇଲ ନେଟୱର୍କ ସର୍ଭିସ ପ୍ରୋଭାଇଡରର ଅଫିସକୁ ଯିବାକୁ ପଡିବ । ଯଦି ଆପଣଙ୍କ ନାଁରେ ସିମ୍ କାର୍ଡ ନାହିଁ ତଥା ଘରର ଅନ୍ୟ କୌଣସି ସଦସ୍ୟଙ୍କ ନାଁରେ ରହିଛି ତେବେ ତାଙ୍କୁ ମଧ୍ୟ ସାଥୀରେ ନେଇ ଯିବାକୁ ପଡିବ । କାରଣ ତାଙ୍କ ଆଧାରକାର୍ଡ ନମ୍ବର ଏବଂ ଫିଙ୍ଗରପ୍ରିଂଟ୍ ଦ୍ୱାରା ହିଁ ମୋବାଇଲ ନମ୍ବର ଭେରିଫାଏ କରାଯାଇପାରିବ ।

• କଂପାନୀ କାର୍ଯ୍ୟାଳୟରେ ନିଜର ରି-ଭେରିଫିକେସନ ଡିଟେଲ୍ସ ଭରନ୍ତୁ । ପ୍ରୋସେସ୍ ସଂପୂର୍ଣ୍ଣ ହେବା ପରେ ଆପଣଙ୍କ ମୋବାଇଲ ନମ୍ବରରେ ଏକ ଓଟିପି ୱାନ୍ ଟାଇମ୍ ପାସୱାର୍ଡ ଆସିବ । ଯାହାକୁ ଆପଣଙ୍କୁ ସଙ୍ଗେ ସଙ୍ଗେ ନେଟୱର୍କ କଂପାନୀ ଅଫିସରେ ହିଁ ଦେବାକୁ ପଡିବ ।

• ଏଭଳି ଓଟିପି ଭେରିଫାଏ ହେବା ପରେ କଂପାନୀର ଅଫିସରେ ଆପଣଙ୍କର କାମ ସଂପୂର୍ଣ୍ଣ ହୋଇଯିବ ।

• ଏବେ ଆପଣଙ୍କୁ ଖାଲି ଅପେକ୍ଷା କରିବାକୁ ପଡିବ । ତେବେ ଏହି ପ୍ରକିୟା ଶେଷ ହେବାର ମାତ୍ର ୨୪ ଘଂଟା ମଧ୍ୟରେ ଆପଣଙ୍କର ସର୍ଭିସ ପ୍ରୋଭାଇଡରର, ଯାହାର ନମ୍ବର ଭେରିଫାଏ କରୁଛନ୍ତି । କଂପାନୀ ପକ୍ଷରୁ ଆପଣଙ୍କ ନମ୍ବରରେ ଏକ ଭେରିଫିକେସନ ମେସେଜ ମିଳିବ । ଏହା ଉପରେ ଆପଣଙ୍କୁ ୩ ଘଂଟା ମଧ୍ୟରେ ରିପ୍ଲାଏ କରିବାକୁ ହେବ ।

• ରିପ୍ଲାଏ କରିବା ପାଇଁ ମେସେଜ ବକ୍ସରେ ଟାଇପ୍ କରିବାକୁ ପଡିବ ‘ଆରଭି ବ୍ରାକେଟ୍ ଓପନ ସ୍ପେସ୍ ବ୍ରାକେଟ୍ କ୍ଲୋଜ୍ ୱାଇ’ । ଏହାପରେ ଏହାକୁ ୧୨୩୪୫ ରେ ପଠାଇବାକୁ ପଡିବ । ଏହି ପ୍ରୋସେସ୍ ପରେ ଆପଣଙ୍କର ମୋବାଇଲ ନମ୍ବର ଆଧାର ନମ୍ବର ସହ ସଂଯୋଗ ହୋଇଯିବ ।

ସୌଜନ୍ୟ: ଏବିପି ନ୍ୟୁଜ୍