ପେନଡ୍ରାଇଭ ଜରିଆରେ ମୋବାଇଲରୁ ବି କରିପାରିବେ ଡାଟା ଟ୍ରାନ୍ସଫର । ଜାଣନ୍ତୁ କିପରି

34

ସ୍ମାର୍ଟଫୋନ ୟୁଜର୍ସ ସାଧାରଣତଃ ନିଜର ଡିଭାଇସରେ ଅନେକ ସାରା ଡାଟା ସେଭ ରଖିଥାନ୍ତି । ଆପଠାରୁ ଆରମ୍ଭ କରି ଫଟୋ , ଭିଡିଓ, ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଡାଟା ମଧ୍ୟ ନିଜର ମୋବାଇଲରେ ରଖିଥାନ୍ତି । ହେଲେ ମୋବାଇଲରେ ଯେତେବେଳେ ଏହି ଡାଟା ଓଭରଲୋଡ ହୋଇଯାଏ ସେତେବେଳେ ଫୋନଟି ହ୍ୟାଙ୍ଗ ହେବା ଆରମ୍ଭ କରିଦେଇଥାଏ ଆଉ ବାଧ୍ୟ ହୋଇ କିଛି ଡାଟା ମୋବାଇଲରୁ ହଟାଇବାକୁ ପଡିଥାଏ । ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କ ଫୋନର ଡାଟା ପେନଡ୍ରାଇଭରେ ବି ଟ୍ରାନ୍ସଫର କରିପାରିବେ । ଯଦିଓ ଏଥିପାଇଁ ଆପଣଙ୍କୁ ପିସି କିମ୍ବା କମ୍ପ୍ୟୁଟରର ଆବଶ୍ୟକତା ପଡିପାରେ ହେଲେ ଯଦି ଆପଣଙ୍କ ନିକଟରେ ଲ୍ୟାପଟପ କି କମ୍ପ୍ୟୁଟର ବି ନାହିଁ ତେବେ ବି ଆପଣ ଅତି ସହଜରେ ଆପଣଙ୍କ ଡାଟାକୁ ଟ୍ରାନ୍ସଫର କରିପାରିବେ । ଆଜି ଆମେ ଆପଣଙ୍କୁ ଏସଂପର୍କରେ ଅବଗତ କରାଇବୁ । ତେବେ ଆସନ୍ତୁ ଜାଣିବା ।

ଏଠାରେ ଆମେ କହି ରଖୁଛୁ କି, ଏଥିପାଇଁ ଆପଣଙ୍କ ନିକଟରେ ଓଟିଜି କେବୁଲ ଥିବା ଜରୁରୀ । ଏଥିସହିତ ଆପଣଙ୍କର ଡିଭାଇସରେ ଉକ୍ତ ଓଟିଜି କେବୁଲଟି ସପୋର୍ଟ ବି କରୁଥିବା ଜରୁରୀ ଅଟେ । ଏବେ ଆସନ୍ତୁ ଏହାର ବ୍ୟବହାର ପ୍ରକ୍ରିୟା ସଂପର୍କରେ ।

• ସର୍ବ ପ୍ରଥମେ ଆପଣଙ୍କୁ ପେନଡ୍ରାଇଭକୁ ଓଟିଜି କେବୁଲ ସହ କନେକ୍ଟ କରିବାକୁ ପଡିବ । ଏବଂ କେବୁଲକୁ ଫୋନ ସହ କନେକ୍ଟ କରିବାକୁ ହେବ ।

• ଫୋନକୁ ଓଟିଜି କେବୁଲ ସହ କନେକ୍ଟ କରିବା ପରେ ମୋବାଇଲର ନୋଟିଫିକେସନ ବାରର ଠିକ୍ ତଳ ଭାଗକୁ ସ୍ୱାଇପ କରନ୍ତୁ । ଏଠାରେ ଆପଣଙ୍କୁ ୟୁଏସବି ଡ୍ରାଇଭର ବିକଳ୍ପ ନଜର ଆସିବ ।

• ଏବେ ୟୁଏସବି ଟାଇପ ଡ୍ରାଇଭ ଅପସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ସେଠାରେ ଦିଆଯାଇଥିବା ଇଂଚରନାଲ ଷ୍ଟୋରେଜକୁ କ୍ଲିକ୍ କରନ୍ତୁ ।

• ଏହାପରେ ଆପଣ ମୋବାଇଲର ଷ୍ଟୋରେଜକୁ ଯାଇ ଆପଣ ଟ୍ରାନ୍ସଫର କରିବାକୁ ଚାହୁଁଥିବା ଡାଟା ବା ଫାଇଲକୁ ସିଲେକ୍ଟ କରନ୍ତୁ ।

• ଏବେ ସିଲେକ୍ଟ କରିଥିବା ଡାଟା ବା ଫାଇଲକୁ ମୋବାଇଲ ସ୍କ୍ରିନର ଡାହାଣ ପାଶ୍ୱରେ ତିନୋଟି ଡଟ୍ ନଜର ଆସିବ । ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ । ଏଥିରେ ଆପଣଙ୍କୁ ମୁଭ, କପି, ରିନେମ ଏବଂ ଅନ୍ୟାନ୍ୟ ଅପସନ ନଜର ଆସିବ । ହେଲେ ଏସମସ୍ତ ଅପସନ ମଧ୍ୟରୁ ଆପଣଙ୍କୁ କପି ଅପସନକୁ ଚୟନ କରିବାକୁ ପଡିବ । ଯାହା ପରେ ଆପଣ ପୂର୍ବରୁ ସିଲେକ୍ଟ କରିଥିବା ଫାଇଲ ୟୁଏସବି ଷ୍ଟୋରେଜରେ ଟ୍ରାନ୍ସଫର ହୋଇଯିବ ।