ଆଉ ରାସ୍ତାରେ ଗଡିବନି ପୁରୁଣା ଗାଡି । ରଦ୍ଦ ହେଲା ୪୦ ଲକ୍ଷ ଗାଡିର ପଂଜିକରଣ । ଏଭଳି ଜାଣନ୍ତୁ ଆପଣଙ୍କ ଗାଡିର ରେଜିଷ୍ଟ୍ରେସନ ହୋଇନାହିଁ ତ କ୍ୟାନସେଲ

୪୦ ଲକ୍ଷ ଗାଡିର ପଂଜିକରଣ, କେବେ ଓ କାହିଁକି ଲାଗିବ କଟକଣା

276

ଦିଲ୍ଲୀ ସରକାର ସୁପ୍ରିମକୋର୍ଟକୁ ଜଣାଇଛି କି, ଟ୍ରାନ୍ସପୋର୍ଟ ଡିପାର୍ଟମେଂଟ ତରଫରୁ ୪୦ ଲକ୍ଷ ଗାଡିର ରେଜିଷ୍ଟ୍ରେସନ ରଦ୍ଦ କରିଛି । ଯଦି ଆପଣଙ୍କ ଗାଡିର ବି ରେଜିଷ୍ଟ୍ରେସନ ରଦ୍ଦ ହୋଇଯାଇଛି ତେବେ ତାକୁ ଘରେ ବସି ଜାଣିପାରିବେ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ଦିଲ୍ଲୀ ଏନସିଆରରେ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ୍ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଚାଳିତ ଗାଡିର ରେଜିଷ୍ଟ୍ରେସନ ରଦ୍ଦ କରିଦେଇଛି ।

ୱେବସାଇଟ୍ https://parivahan.gov.in/rcdlstatus/vahan/rcDlHome.xhtmlକୁ ଯାଇ ଆପଣ ଆପଣଙ୍କର ଗାଡିର ନମ୍ବର ଦେଇ ଏସଂପର୍କରେ ସୂଚନା ପାଇପାରିବେ ।

ଯଦି ଆପଣ ଦେଇଥିବା ସଚନା ସଠିକ୍ ରହିଛି ତେବେ ଏହାଦ୍ୱାରା ଆପଣଙ୍କର ଗାଡିରୁ ସମ୍ବନ୍ଧିତ ସମସ୍ତ ସୂଚନା ପ୍ରଦାନ କରାଯିବ ।

ସେହିପରି ଯଦି ଆପଣଙ୍କ ଗାଡିର ରେଜିଷ୍ଟ୍ରେସନ ରଦ୍ଦ କରିଦିଆଯିଥିବ ତେବେ ଆପଣଙ୍କୁ ଏନେଇ ଏକ ଆଲର୍ଟ

ଉଲ୍ଲେଖ ଥାଉ କି, ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି ପରିବହନ ବିଭାଗ ୪୦ ଲକ୍ଷ ବାହନର ପଂଜିକରଣ ରଦ୍ଦ କରିଦେଇଛି । ଏଥିରେ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଓ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଚାଳିତ ବାହନ ଅଛି । ଦିଲ୍ଲୀରେ ମୋଟ୍ ୧,୧୦ କୋଟି ବାହନ ପଂଜିକୃତ ହୋଇଛି ।

ଦିଲ୍ଲୀ ସରକାରଙ୍କ ତରଫରୁ ଉପସ୍ଥାପିତ ଓକିଲକୁ ଶୀର୍ଷ ଅଦାଲତ କହିଲେ କି, ଏନଜିଟି ଦ୍ୱାରା ୭ ଏପ୍ରିଲ, ୨୦୧୫ରେ ନିଜର ଆଦେଶରେ ଦିଲ୍ଲୀ-ଏନସିଆରରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ବାହନ ଏବଂ ୧୦ ବର୍ଷ ପୁରୁଣା ଡିଜେଲ୍ ଚାଳିତ ବାହନର ପ୍ରଚଳନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ସଲିସିଟର ଜେନେରାଲ ଖଣ୍ଡପୀଠକୁ ଜଣାଇଲେ କି, ନ୍ୟାୟାଳୟର ୨୯ ଅକ୍ଟୋବର ଆଦେଶ ଅନୁରୂପ ପ୍ରଦୂଷଣ ବିଷୟରେ ଅଭିଯୋଗ ଦାଖଲ କରାଇବା ପାଇଁ ଟ୍ୱିଟର ଓ ଫେସବୁକରେ ନାଗରିକଙ୍କ ସୁବିଧା ପାଇଁ ଆକାଉଣ୍ଟ ଖୋଲି ଦିଆଯାଇଛି ।ଏହି ଆକାଉଣ୍ଟରେ ୧୮ଟି ଅଭିଯୋଗ ମିଳିଛି । ବୋର୍ଡ ନିଜ ୱେବସାଇଟ୍ ର ଲିଙ୍କ ମଧ୍ୟ ଦେଇଛି, ଯେଉଁଠି ଦିଲ୍ଲୀ-ଏନସିଆରରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଓ ୧୦ ବର୍ଷ ପୁରୁଣା ଡିଜେଲ୍ ବାହନର ସୂଚୀ ଦେଖାଯାଇପାରିବ ।