ପାନକାର୍ଡରେ ଥିବା କୌଣସି ବି ଭୁଲକୁ ଆପଣ କରିପାରିବେ ଠିକ୍ ! ଘରେ ବସି ଏଭଳି କରନ୍ତୁ ସଂଶୋଧନ

63

ବର୍ତ୍ତମାନ ସମୟରେ ଆଧାର ଭଳି ପାନକାର୍ଡ ବି ଏକ ଜରୁରୀ ଦସ୍ତାବିଜ ହୋଇପଡିଛି । ବିଭିନ୍ନ ସରକାରୀ ଓ ବେସରକାର କାମ ପାଇଁ ଏବେ ଆଧାର ସହିତ ପାନକାର୍ଡର ବି ଆବଶ୍ୟକତା ପଡୁଛି । ତେଣୁ ଲୋକଙ୍କୁ ଏବେ ଆଧାର ସହ ପାନ କାର୍ଡ ବି ଧରି ବୁଲିବାକୁ ପଡୁଛି । ସେହିପରି ଯେଉଁମାନଙ୍କ ପାଖରେ ପାନକାର୍ଡ ନାହିଁ ସେମାନେ ଆବେଦନ ବି କରୁଛନ୍ତି । ହେଲେ ଲୋକଙ୍କର ଚିନ୍ତା ସେତେବେଳେ ବଢିଯାଇଥାଏ ଯେତେବେଳେ ପାନକାର୍ଡରେ କିଛି ଭୁଲ ରହିଯାଇଥାଏ ଆଉ ତାକୁ ସଂଶୋଧନ କରିବାକୁ ଅଧିକ ସମୟ ଲାଗିଥାଏ । ତେବେ ଏଣିକି ଆଉ ଆପଣଙ୍କୁ ଏଥିପାଇଁ ଚିନ୍ତିତ ହେବାକୁ ପଡିବ ନାହିଁ କାରଣ ଆପଣ ଚାହିଁଲେ ଘରେ ବସି ଏହି କାମ ଅତି ସହଜରେ କରିପାରିବେ । ତେବେ କିପରି ଆସନ୍ତୁ ଜାଣିବା….

ଏଠାରେ ଆମେ କହି ରଖୁଛୁ କି, ଯଦି ଆପଣଙ୍କୁ ନାଁରେ କିଛି ପରିବର୍ତ୍ତନ ଆଣିବାକୁ ରହିଛି ତେବେ ଆପଣ ଅସଲି ନାଁ ବାଲା ପେପରର ଏକ ଫଟୋକପି ପୂର୍ବରୁ ହିଁ ନିଜ ପାଖରେ ରଖିବାକୁ ହେବ ।ଯେଉଁଥିରେ ପାସପୋର୍ଟ, ଭୋଟରକାର୍ଡ ଏବଂ ଜନ୍ମ ପ୍ରମାଣପତ୍ର ସାମିଲ ।

• ସର୍ବପ୍ରଥମେ ଆପଣଙ୍କୁ ଏହି https://www.onlineservices.nsdl.com/paam/endUserRegisterContact.htmlଲିଙ୍କରେ କ୍ଲିକ୍ କରିବାକୁ ହେବ ।

• ଏହାପରେ ଆପଣଙ୍କ ସାମ୍ନାରେ ଏକ ପେଜ ଖୋଲି ଯିବ । ଯେଉଁଥିରେ ଆପଣଙ୍କୁ Application Typeରେ Change and Correction in Existing PAN dataର ଅପସନ ଉପରେ କ୍ଲିକ୍ କରିବାକୁ ହେବ ।

• ଏବେ କାଟାଗୋରୀରେ INDIVIDUALକୁ ଚୟନ କରିବାକୁ ହେବ ।

• ଏହାପରେ ନିମ୍ନରେ ନଜର ଆସୁଥିବା କଲମରେ ନିଜର ସଠିକ୍ ସୂଚନା ଭରିବାକୁ ହେବ ।

• ମୋବାଇଲ ନମ୍ବର, ଜନ୍ମତାରିଖ, ଇ-ମେଲ ଆଇଡି ଭରିବା ପରେ କ୍ୟାପଚା କୋଡ ବି ଭରିବାକୁ ହେବ । ଏହାପରେ ଏଠାରେ ଥିବା ସବମିଟ୍ ବଟନ ଉପରେ କ୍ଲିକ୍ କରିବାକୁ ହେବ ।

• ଏବେ ଆପଣ ଏକ ନୂଆ ପେଜ ଉପରେ ପହଂଚିବେ , ଯେଉଁଠି ଆପଣଙ୍କୁ ୪ଟି ବିକଳ୍ପ ନଜର ଆସିବ । ଏହି ପେଜରେ ଆପଣଙ୍କୁ ଆଧାର ନମ୍ବର ଏବଂ ପାନନମ୍ବର ଭରିବାକୁ ହେବ । କୌଣସି ବି ପ୍ରକାରର ସୂଚନା ଭରିବା ସମୟରେ ଟିକିଏ ସାବଧାନତା ଅବଲମ୍ବନ କରିବେ , ଯାହାଦ୍ୱାରା କି ପୁଣି ଯେମିତି କୌଣସି ଭୁଲ ନ ହୁଏ ।

• ଏହାପରେ ଆପଣଙ୍କୁ ଜରୁରୀ ପେପରର କପି ସବମିଟ୍ କରିବାକୁ ହେବ ଏବଂ ୧୨୦ ଟଙ୍କା ଦେବାକୁ ହେବ ।

• ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି କୋଡ ଚାଲିଆସିବ । ଏବେ ଏହି ଓଟିପିକୁ ସବମିଟ କରିବାକୁ ହେବ । ଏବେ ଆପଣଙ୍କୁ ଏକ ଫର୍ମ ଡାଉନଲୋଡ କରିବାର ବିକଳ୍ପ ମିଳିବ । ଯାହାକୁ ଆପଣ ସେଭ କରିପାରିବେ କିମ୍ବା ପ୍ରିଂଟଆଉଟ୍ ବାହାର କରିପାରିବେ । ତେବେ ଆବେଦନ କରିବା ପରେ ଆପଣ ଦେଇଥିବା ଠିକଣାରେ ପାନକାର୍ଡ ୧୫ ଦିନ ମଧ୍ୟରେ ପହଂଚିଯିବ ।