ଦେଶର ସରକାରୀ ଅଏଲ ମାର୍କେଟିଂ କଂପାନୀ ତଥା ଆଇଓସି, ଏଚପିସିଏଲ, ବିପିସିଏଲ ଭଳି କଂପାନୀ ଆଗାମୀ ଦୁଇ ବର୍ଷ ମଧ୍ୟରେ ୫୦୦୦ ନୂଆ ଗ୍ୟାସ ଡିଷ୍ଟ୍ରିବ୍ୟୁଟର ନିୟୁକ୍ତି ନେଇ ଯୋଜନା ଚଳାଇଛନ୍ତି । ନିକଟରେ ସରକାର ମଧ୍ୟ ୨୦୦୦ ନୂଆ ଲାଇସେନ୍ସ ଜାରି କରିଛନ୍ତି । ଏହାଛଡା ପାଖାପାଖି ୬୦୦ ଆବେଦକମାନଙ୍କର ଚୟନ ବି ଲଟେରୀ ଜରିଆରେ କରାଯାଇସାରିଛି ଏବଂ ମାର୍ଚ୍ଚ ୨୦୧୮ ସୁଦ୍ଧା ବାକି ୩,୪୦୦ ଆବେଦକମାନଙ୍କୁ ଚୟନ କରାଯିବ । ଯଦି ଆପଣ ମଧ୍ୟ ଗ୍ୟାସ ଏଜେନ୍ସି ନେବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ଆବେଦନ କରିବାର ପ୍ରକ୍ରିୟା ଏବଂ ସର୍ତ୍ତକୁ ଅନୁସରଣ କରନ୍ତୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଡିଲରସିପ ପାଇଁ କିପରି କରିବେ ପ୍ରସ୍ତୁତି
ଏଲବିଜି ଡିଲର୍ସିପ ହାସଲ କରିବା ପାଇଁ ବହୁତ କଠୋର ନିୟମ ଏବଂ ସତ୍ତ ରହିଛି । ଏଭଳି ପରିସ୍ଥିତିରେ ଜରୁରୀ ଅଟେ କି ଚଳିତ ବର୍ଷ ଗ୍ୟାସ କଂପାନୀମାନେ ଯେତେବେଳେ ଡିଲର୍ସିପ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ତା ପୂର୍ବରୁ ହିଁ ଆପଣ ପୂରା ପ୍ରସ୍ତୁତି କରିଥିବା ଦରକାର । ତେବେ ପଢନ୍ତୁ ପୂରା ପ୍ରକ୍ରିୟା ।
ଦେଶର ତିନୋଟି ବଡ ବଡ ସରକାରୀ କଂପାନୀ ତଥା ଇଣ୍ଡେନ, ଭାରତ ଗ୍ୟାସ ଏବଂ ଏଚପି ଗ୍ୟାସ ସମୟ ସମୟରେ ନୂଆ ଡିଲର ବନାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥାନ୍ତି । ଏହାବ୍ୟତୀତ, ଗ୍ରାମାଂଚଳରେ ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟୱର୍କକୁ ମଜଭୂତ କରିବା ପାଇଁ କେନ୍ଦ୍ର ସରକାରଙ୍କର ରାଜୀବ ଗାନ୍ଧୀ ଗ୍ରାମୀଣ ଏଲପିଜି ଡିଷ୍ଟ୍ରିବ୍ୟୁସନ ଯୋଜନା (ଆରଜିଜିଏଲବି)ଆଧାରରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥାଏ । ଏଥିରେ ଗ୍ୟାସ କଂପାନୀମାନ ଏଜେନ୍ସି ଏବଂ ଗୋଦାମ ଜମି ପାଇଁ ଘର ବା ସ୍ଥାନ ଆଦି ନେଇ ବିଜ୍ଞାପନ କିମ୍ବା ନୋଟିଫିକେସନ ଜରିଆରେ ଜଣାଇଥାନ୍ତି ।
ଆପ୍ଲିକେସନ ପଠାଇବା ପରେ ଏକ ନିର୍ଦ୍ଧାରିତ ତିଥିରେ ପ୍ରାର୍ଥୀମାନଙ୍କର ଇଂଟରଭିୟୁ ନିଆଯାଇଥାଏ । ଏଥିରେ ବିଭିନ୍ନ ଆଧାର ନମ୍ବର ଦିଆଯାଇଥାଏ । ଏହି ନମ୍ବରଗୁଡିକକୁ ବିଭିନ୍ନ ପାରାମିଟର୍ସ ଆଧାରରେ ପ୍ରାର୍ଥୀମାନଙ୍କର ଇଭାଲୁଏସନ କରାଯାଇଥାଏ ଆଉ ଏହାର ରେଜଲ୍ଟ ନୋଟିସ୍ ବୋର୍ଡରେ ସମସ୍ତ ପାରାମିଟର୍ସ ଉପରେ ମିଳୁଥିବା ନମ୍ବର ଆଧାରରେ ଦିଆଯାଇଥାଏ ।
ନୋଟିସ ବୋର୍ଡରେ ନମ୍ବର ପ୍ରଦର୍ଶନ ହେବା ପରେ ଗ୍ୟାସ କଂପାନୀର ଏକ ପ୍ୟାନେଲ ସମସ୍ତ ପ୍ରାର୍ଥୀଙ୍କର ଦିଆଯାଇଥିବା ଡିଟେଲ୍ ସମ୍ବନ୍ଧରେ ଫିଲ୍ଡ ଭେରିଫିକେସନ କରିଥାଏ । ଯେଉଁଥିରେ ଜମିଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ତଥ୍ୟକୁ ପୁଂଖାନୁପୁଂଖ ଭାବେ ଯାଂଚ କରାଯାଇଥାଏ । ଏହାପରେ ହିଁ ଗ୍ୟାସ ଏଜେନ୍ସି ଆଲର୍ଟ କରାଯାଇଥାଏ । ଏଥିପାଇଁ ପ୍ରାର୍ଥୀଙ୍କୁ ଏକ ନିର୍ଦ୍ଧାରିତ ସମୟ ସୀମା ଦିଆଯାଇଥାଏ । ଏହାରି ଭିତରେ ତାଙ୍କୁ ଗ୍ୟାସ ଏଜେନ୍ସି ଆରମ୍ଭ କରିବାକୁ କୁହାଯାଇଥାଏ ।
କଂପାନୀର ନିୟମ
ଗ୍ୟାସ ଏଜେନ୍ସି କିମ୍ବା ଡିଲର୍ସିପ ନେବା ପାଇଁ ସବୁଠାରୁ ବଡ ସର୍ତ୍ତ ହେଉଛି ପ୍ରାର୍ଥୀଙ୍କର ପର୍ମାନେଟ୍ ଆଡ୍ରେସ ଏବଂ ଜମି । ପ୍ରାର୍ଥୀଙ୍କ ନିକଟରେ ପର୍ମାନେଟ୍ ରେଜିଷ୍ଟର ଆଡ୍ରେସ ଥିବା ଆବଶ୍ୟକ । ଏହା ବ୍ୟତୀତ ପ୍ରାର୍ଥୀଙ୍କ ନିକଟରେ ଗ୍ୟାସ ଏଜେନ୍ସି ଅଫିସ ଏବଂ ଗୋଦାମ ପାଇଁ ପର୍ଯ୍ୟାପ୍ତ ପରିମାଣର ସଂପତି ବା ଜାଗା ଥିବା ଆବଶ୍ୟକ ଏବଂ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ପାସ ହେବା ସହିତ ବୟସ ୨୧ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀଙ୍କର ବ୍ୟାଙ୍କ ବାଲାନ୍ସ ଏବଂ ଡିପୋଜିଟ ରାଶି ମଧ୍ୟ ରହିିଥିବା ଦରକାର ।