କାହା ନାଁରେ ରେଜିଷ୍ଟର ଅଛି ସିମ୍ କାର୍ଡ? ଆପ ଜରିଆରେ ଏଭଳି ଜାଣନ୍ତୁ

1,309

ଆଜିର ଦିନରେ ସିମ୍ କାର୍ଡ ନେବା ପାଇଁ ଫେକ୍ ଆଇଡିର ବ୍ୟବହାର ବହୁଳ ମାତ୍ରାରେ ହେଉଛି । ଅଧିକାଂଶ ସମୟରେ ଆମକୁ ବି ଜଣା ନଥାଏ କି ଆମେ ଯେଉଁ ସିମ୍ କାର୍ଡ ବ୍ୟବହାର କରୁଛନ୍ତି ତାହା ବାସ୍ତବରେ କାହା ନାଁରେ ରେଜିଷ୍ଟର ଅଛି । ତେବେ ଏଭଳି ପରିସ୍ଥିତିରେ ଆପଣ ଏହି ଟ୍ରିକ୍ ମାଧ୍ୟମରେ ଏସଂପର୍କରେ ଜାଣିପାରିବେ । ଯଦି ଆପଣ ଏୟାରଟେଲ ସିମ ବ୍ୟବହାର କରୁଛନ୍ତି ତେବେ ଆପଣ ଏୟାରଟେଲ ଆପ ଜରିଆରେ ଜାଣି ପାରିବେ କି ଆପଣଙ୍କ ସିମ କାହା ନାଁରେ ରେଜିଷ୍ଟର୍ଡ ରହିଛି । ଏହାଛଡା ଆପଣଙ୍କ ନିକଟରେ ଯେଉଁ ଟେଲିକମ କଂପାନୀର ନମ୍ବର ରହିଛି, ଆପଣ ସେହି କଂପାନୀର ଆପ ଆପଣଙ୍କୁ ଡାଉନଲୋଡ କରିବାକୁ ହେବ । କାହିଁକି ନା ସବୁ କଂପାନୀର ପ୍ରୋସେସର ପ୍ରାୟତଃ ସମାନ ।

ପ୍ରକ୍ରିୟା

• ସର୍ବ ପ୍ରଥମେ ଆପଣ ପ୍ଲେ ଷ୍ଟୋରକୁ ଯାଇ ଏୟାରଟେଲ ଆପ ଡାଉନଲାଡ କରିବାକୁ ହେବ । ଏହି ଆପ ଡାଉନଲୋଡ କରିବା କ୍ଷଣି ହିଁ ଆପଣଙ୍କୁ କିଛି ପରମିସନ ମଗାଯିବ । ଯାହାକୁ ଆପଣଙ୍କୁ ‘ଆଲାଓ’ କରିବାକୁ ହେବ ।

• ଏବେ ଆପଣଙ୍କୁ ଏଠାରେ ଦିଆଯାଇଥିବା କଲମରେ ନିଜ ମୋବାଇନ ନମ୍ବର ଦେବାକୁ ହେବ । ଏହି ନମ୍ବରରେ ଏକ ଓଟିପି ଆସିବ । ଉକ୍ତ ଓଟିପି ନମ୍ବରକୁ ଆପଣ ଏଠାରେ ଦେବାକୁ ହେବ ।

• ଏବେ ଆପଣଙ୍କର ଆକାଉଂଟ ଓପନ ହୋଇଯିବ । ଏହାପରେ ଓପନ ହୋଇଥିବା ଏହି ଆପର ଉପର ପାଶ୍ୱରେ ଏକ ନାଁ ନଜର ଆସିବ , ଯାହାକି ଉକ୍ତ ସିମର ଅସଲୀ ମାଲିକଙ୍କର ହୋଇଥାଏ । ଯଦି ଉକ୍ତ ନାଁ ଆପଣଙ୍କର ହୋଇଥିବ ତେବେ ତ ଠିକ୍ ଅଛି ଆଉ ଯଦି ସେଥିରେ କୌଣସି ଅଜଣା ବ୍ୟକ୍ତିଙ୍କ ନାଁ ରହିଥିବ ତେବେ ଜାଣି ନେବେ କି ଆପଣ ବ୍ୟବହାର କରୁଥିବା ସିମ ଅନ୍ୟ କୌଣସି ବ୍ୟକ୍ତିଙ୍କ ନାଁରେ ରହିଛି ।

• ଏଭଳି ପରିସ୍ଥିତିରେ ଆପଣଙ୍କୁ ସର୍ବପ୍ରଥମେ ଆପଣଙ୍କର ମୋବାଇଲ ସେବା ପ୍ରବକ୍ତାଙ୍କ ସହ ଏସଂପର୍କରେ କଥା ହେବାକୁ ପଡିବ । କୁହାଯାଇଥିବା ନିର୍ଦ୍ଦେଶଗୁଡିକର ପାଳନ କରନ୍ତୁ ଏବଂ ନିଜ ମୋବାଇଲ ନମ୍ବରର ନିଜ ଆଧାର ସହ ରେଜିଷ୍ଟର କରନ୍ତୁ ।