ଝିଅଙ୍କ ପାଇଁ ବିକଳ ହୁଅନ୍ତି ଏହି ଦେଶର ଯୁବକମାନେ ! ଜାଣନ୍ତୁ କାହିଁକି

26

ଚୀନ ଦେଶରେ ପାଖାପଖି ୩୦ ବର୍ଷ ଡେଇ ଯାଇଥିବା ଅବିବାହିତ ଯୁବକଙ୍କୁ ଏକ ବିଶେଷ ନାଁ ଦିଆଯାଇଛି । ଯାହାକୁ ‘ଶୋଗନାନ’ ଅର୍ଥାତ୍ ବଳକା ବା ରହିଯାଇଥିବା ମର୍ଦ ବା ପୁରୁଷ କୁହାଯାଏ । ଯେଉଁମାନଙ୍କୁ ଏଯାବତ ବିବାହ ପାଇଁ କୋଣସି ଝିଅ ମିଳିପାରି ନାହିଁ ।
ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶମାନଙ୍କ ମଧ୍ୟରେ ଚୀନରେ ଏଭଳି ଯୁବକଙ୍କ ସଂଖ୍ୟା ସର୍ବାଧିକ । ଏହା ପଛରେ କାରଣ ରହିଛି ଚୀନର ବିଗିଡା ଅନୁପାତ ହାର । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିିଛି ଯେ, ୨୦୨୦ ଯାଏଁ ଚୀନରେ ପାଖାପାଖି ୩ କୋଟିରୁ ଅଧିକ ଯୁବକ ଅବିବାହିତ ହୋଇ ରହିଯିବେ । ତେବେ ଏହି ଦେଶରେ ପ୍ରଚଳିତ ଥିବା ଚାଇଲ୍ଡ ନୀତିକୁ ୨୦୧୫ରେ ବଦଳାଇ ଦିଆଯାଇଥିଲେ ମଧ୍ୟ ମାତ୍ର ତାର ପ୍ରଭାବ ଆଗାମୀ ପୀଢି ପାଇଁ ଭାରି ପଡିଛି ।

ତେବେ କିଛି ଦଶକ ଯାଏଁ ଜଣେ ଦଂପତି ପାଇଁ ଗୋଟିଏ ପିଲା ଜନ୍ମ କରିବା ନୀତି କାରଣରୁ ଏହି ଦେଶରେ ଝିଅମାନଙ୍କ ସଂଖ୍ୟା ଅପେକ୍ଷା ପୁଅମାନଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି । ଏବେ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଉ ଆଗକୁ ମଧ୍ୟ ଏକ ବଡ ସମସ୍ୟା ରୂପେ ଛିଡାହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହା କାରଣରୁ ବିବାହ ପାଇଁ ଝିଅଙ୍କୁ ଖୋଜିବା ଚୀନରେ ଯୁବକଙ୍କ ପାଇଁ ଏକ ମସ୍ତବଡ ସମସ୍ୟା ପାଲଟି ଯାଇଛି ।