ମାଗଣରେ ଦିଆଯିବ ଗ୍ୟାସ୍ କନେକ୍ସନ ! ଜନତାଙ୍କ ପକେଟରୁ ଖର୍ଚ୍ଚ ହେବନି ଟଙ୍କାଟିଏ ବି ପଇସା …୩୧ ଜୁଲାଇ ଯାଏଁ ରହିଛି ସମୟ, ତୁରନ୍ତ ପଂଚାୟତରେ ଏଭଳି କରନ୍ତୁ ଆବେଦନ

36

ସର୍ବପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହିଁବୁ କି, ଏହି ସୁବିଧା ବର୍ତମାନ ହିମାଚଳୟପ୍ରଦେଶବାସୀଙ୍କୁ ଉପଲବ୍ଧ କରାଯାଇଛି । ହିମାଚଳପ୍ରଦେଶରେ ଏବେ ଗୋଟିଏ ହେଲେ ବି ଗରିବ ପରିବାର ବିନା ଗ୍ୟାସ କନେକ୍ସନରେ ରହିବେ ନାହିଁ । ତେବେ ହିମାଚଳପ୍ରଦେଶ ସରକାରଙ୍କ ‘ହିମାଚଳ ଗୃହିଣୀ ଯୋଜନା’ ଆଧାରରେ ପ୍ରତ୍ୟେକ ବର୍ଗର ଲୋକମାନଙ୍କୁ ମାଗଣାରେ ଗ୍ୟାସ କନେକ୍ସନ ପ୍ରଦାନ କରାଯିବ । ଏହି ଯୋଜନାର ଲାଭ ଉଠିବା ପାଇଁ ପଂଚାୟତରେ ଆବେଦନ କରିବାକୁ ହେବ । ଏଥିରେ ସର୍ତ ରହିଛି କି, ଯେଉଁ ପରିବାରଙ୍କ ନିକଟରେ ପୂର୍ବରୁ ହିଁ କୌଣସି ଗ୍ୟାସ କନେକ୍ସନ ଥିବ ତେବେ ତାଙ୍କ ଆବେଦନକୁ ରଦ୍ଦ କରିଦିଆଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ୩୧ ଜୁଲାଇ ସୁଦ୍ଧା ଆବେଦନ କରିବାକୁ ହେବ ।

ପ୍ରାରମ୍ଭିକ ଯାଂଚ ପରେ ପଂଚାୟତ ଡିଏଫଏସସିକୁ ସମସ୍ତ ଆବେଦନଗୁଡିକୁ ପଠାଇବେ ଓ ଏହା ପରେ ଡିଏଇଏସସି ଆଧାର ନମ୍ବର ସହିତ ଗ୍ୟାସ ଏଜେନ୍ସିକୁ ଆବେଦନ କରିବେ ଏବଂ ଯାଂଚ କରାଯିବ କି ଆବେଦକାରୀ ପୂର୍ବରୁ କୌଣସି ଗ୍ୟାସ କନେକ୍ସନ ନେଇଛନ୍ତି କି ନାହିଁ । ଯଦି ଆଧାର ନମ୍ବରରେ ଏହା ସ୍ପଷ୍ଟ ହୁଏ କି, ଆବେଦକ ପୂର୍ବରୁ ହିଁ କୌଣସି ଗ୍ୟାସ କନେକ୍ସନ ନେଇଛନ୍ତି ତେବେ ତାଙ୍କ ଆବେଦନକୁ ରଦ୍ଦ କରିଦିଆଯିବ ।

ଏଠାରେ ଆମେ କହିରଖୁଛୁ କି, କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ କେବଳ ବିପିଏଲ ପରିବାରଙ୍କୁ ଗ୍ୟାସ କନେକ୍ସନ ମିଳୁଥିଲା । ଏଥିରେ ମଧ୍ୟ ଯୋଗ୍ୟ ହିତାଧୀକାରୀଙ୍କୁ କିଛି ଟଙ୍କା ଦେବାକୁ ପଡିଥାଏ । ଏବେ ହିମାଚଳପ୍ରଦେଶ ସରକାର ହିମାଚଳ ଗୃହିଣୀ ଯୋଜନା ଆଧାରରେ ଗ୍ୟାସ କନେକ୍ସନ ନିଶୁଳ୍କ ପ୍ରଦାନ କରିବାକୁ ଯାଉଛନ୍ତି । ଯାହାକୁ ସଂପୂର୍ଣ୍ଣ ରୂପେ ମାଗଣା । ତେବେ ପାଖାପାଖି ୩୫୦୦ ଟଙ୍କା କନେକ୍ସନ ବାବଦକୁ ଖର୍ଚ୍ଚ ଖୋଦ ହିମାଚଳପ୍ରଦେଶ ସରକାର ବହନ କରିବେ ।

କଣ ରହିଛି ସର୍ତ୍ତ

ଏଭଳି ପରିବାର ଯେଉଁମାନଙ୍କ ପାଖରେ ନିଜର କିମ୍ବା କୌଣସି ବି ସରକାରୀ ଯୋଜନା ଆଧାରରେ ଗ୍ୟାସକନେକ୍ସନ ନଥିବା ଦରକାର । ତେବେ ସେ କୌଣସି ବି ବର୍ଗର ହୋଇଥାଉନା କାହିଁକି । ସେହିପରି ଏଭଳି ପରିବାର ଯେଉଁମାନେ କି ସରକାରୀ, ଅର୍ଧସରକାରୀ, ସ୍ୱାୟତ ସଂସ୍ଥା, ବୋର୍ଡ, କରର୍ପୋରେସନରେ କାମ କରୁଥିବେ, ସରକାରୀ ଏଜେନ୍ସିରେ ପଂଜିକୃତ ଠିକାଦାରର ପରିବାରଙ୍କୁ ଏବଂ ବ୍ୟାଙ୍କରେ କାମ କରୁଥିବା ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ।