ମୁକେଶ ଅମ୍ବାନୀଙ୍କ ଘରେ ନିଆଁ

74

ଜିଓ ମାଲିକଙ୍କ ଘରେ ଲାଗିଲା ନିଆଁ । ତେବେ ବିଶ୍ୱର ଧନୀମାନଙ୍କ ତାଲିକାରେ ଶୀର୍ଷରେ ଥିବା ତଥା ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଆଂଟିଲିଆ ସ୍ଥିତ କୋଠାରେ ଲାଗିଛି ନିଆଁ । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମୁକେଶ ଅମ୍ବାନୀଙ୍କ ଏହି କୋଠାରେ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଏହି ଦୁର୍ଘଟଣାରେ ସେଭଳି କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ତେବେ ଏହି ନିଆଁ ବିଲ୍ଡିଂର ନବମ ତାଲାରେ ଲାଗିଥିଲା । ଘଟଣାସ୍ଥଳରେ ତୁରନ୍ତ ଅଗ୍ନୀଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନୀଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ବିଲ୍ଡିଂର ନବମ ତାଲାରେ ନିଆଁ ଲାଗିଥିଲା ଏବଂ ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ ହିଁ ନିଆଁକୁ ଆୟତ୍ତ କରିଦିଆଯାଇଥିଲା । ସେ ପୁଣି ମଧ୍ୟ କହିଛନ୍ତି କି, ଏହି ଅଗ୍ନିକାଣ୍ଡରେ ବେଶି କିଛି କ୍ଷୟ କ୍ଷତି ହୋଇନାହିଁ ।

ଏଠାରେ ଆମେ କହି ରଖୁଛୁ କି, ମୁକେଶ ଅମ୍ବାନୀଙ୍କ ବିଲ୍ଡିଂ ବିଶ୍ୱର ସବୁଠାରୁ ଦାମୀ ବ୍ୟକ୍ତିଗତ ଆବାସ ଭାବେ ସ୍ଥାନ ପାଇଛି । ଏହି ବିଲ୍ଡିଂ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୧୩,୦୦୦ କୋଟି ଟଙ୍କା । ଯାହାକି ୨୭ ତାଲା ବିଶିଷ୍ଠ । ଆଉ ଏହି ବିଲ୍ଡିଂରେ ପାଖାପାଖି ୬୦୦ ଜଣ କର୍ମଚାରୀଙ୍କ ସହ ମୁକେଶ ଅମ୍ବାନୀ ନିଜ ପରିବାର ଲୋକଙ୍କ ସହିତ ୨୦୧୦ରୁ ରହିଆସୁଛନ୍ତି ।

ଦେଖନ୍ତୁ ଏହି ଭିଡିଓ –