ପିଆଜ ଚୋପାରୁ ବି ଉତ୍ପନ୍ନ ହେବ ବିଜୁଳି ! ଜାଣନ୍ତୁ କିପରି 

21

ବିଶ୍ୱରେ ଅନେକ ଦେଶ କୃଷିଜାତ ଦ୍ରବ୍ୟର ଆବର୍ଜନାରୁ ବିଦ୍ୟୁତ୍ ଉତ୍ପାଦନ କରୁଛନ୍ତି  ଆଉ ଏଭଳି କ୍ଷେତ୍ରରେ ଭାରତ ବି କାହିଁକି ପଛରେ ରହିବ । ଆଜ୍ଞ ହଁ ! ଆଇଆଇଟି ଖଡଗପୁରର ବୈଜ୍ଞାନିକମାନେ ଏଭଳି ଏକ କରିସ୍ମା କରିଦେଖାଇଛନ୍ତି । ଏହି ବୈଜ୍ଞାନିକମାନେ ପିଆଜ ଚୋପା ବା ଛେଲାରୁ ବିଦ୍ୟୁତ୍ ସୃଷ୍ଟି କରୁଥିବା ଏକ ଶସ୍ତା ଡିଭାଇସର ଉଦଭାବନ କରିଛନ୍ତି ।

ଏହି ଡିଭାଇସଟି ଶରୀରର ମୁଭମେଂଟରୁ ଗ୍ରିନ ପାୱାର ଉତ୍ପନ୍ନ କରିପାରେ । ଯାହାର ବ୍ୟବହାର ପେସମେକର (ଦୌଡ ପ୍ରତିଯୋଗିତାରେ ଗତି ନିର୍ଦ୍ଧାରଣ କରୁଥିବା ଧାବକ ଯନ୍ତ୍ର) , ସ୍ମାର୍ଟ ବଟିକା ଏବଂ ବ୍ୟବହାର ଯୋଗ୍ୟ ବୈଦ୍ୟୁତିକ ଉପକରଣରେ କରାଯାଇପାରିବ । ପଶ୍ଚିମ ବଙ୍ଗ ସ୍ଥିତ ଆଇଆଇଟି ଖଡଗପୁରର ପ୍ରଫେସର ଭାନୁ ଭୂଷଣ ଖାତୁଆଙ୍କ କହିବା ଅନୁସାରେ, ବାୟୋଡିଗ୍ରେଡେବୁଲ ଏବଂ ବୋୟୋକମ୍ପାସିବେଟେଡ୍ ଡିଭାଇସ ପିଆଜ ଚୋପାରୁ ଉପଯୁକ୍ତ ପାଇଜେଇଲେକ୍ଟ୍ରିକ ଗୁଣର ଲାଭ ଉଠାଇଥାଏ ।

ପାଇଜେଇଲେକ୍ଟ୍ରିକ୍ ସାମଗ୍ରୀରେ ଦୈନନ୍ଦିନ ବ୍ୟବହାର କରାଯାଉଥିବା ଯାନ୍ତ୍ରିକ ଉର୍ଜାକୁ ବିଦ୍ୟୁତରେ ପରିବର୍ତ୍ତନ କରିବାର କ୍ଷମତା ରହିଛି । ତେବେ ବୈଜ୍ଞାନିକମାନେ ନିଜର ଏହି ନୂଆ ଆବିଷ୍କାରରୁ  ଶସ୍ତା ଦରରେ ବିଦ୍ୟୁତ୍ ଉତ୍ପାଦନ କରିବାରେ ସଫଳତା ହାସଲ କରିଛନ୍ତି । ଯାହାଦ୍ୱାରା ଜଣେ ସାଧାରଣ ବ୍ୟକ୍ତି ଏହି ଡିଭାଇସ ବ୍ୟବହାର କରିପାରିବ ।

ସୌଜନ୍ୟ : ଅମର ଉଜାଲା