ସରକାରଙ୍କ କଡା ନିର୍ଦ୍ଦେଶ: ଏଣିକି ବିଦ୍ୟୁତ୍ ବିଲ୍ ଭରିନଥିଲେ ମିଳିବ ନାହିଁ ଚାକିରି

32

ଯଦି ଆପଣ ବିଜୁଳି ବିଲ୍ ସଠିକ୍ ସମୟରେ ପରିଶୋଧ କରୁନାହାନ୍ତି ଆଉ ଏଥିପାଇଁ ଆପଣଙ୍କୁ ଖାଲାପୀକାରୀ ଘୋଷିତ କରାଯାଇଛି ତେବେ ଏହା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । କାରଣ, ଏଭଳି ପରିସ୍ଥିତିରେ ଆପଣଙ୍କୁ ଚାକିରି ମିଳିବା କଷ୍ଟକର ହୋଇପାରେ । ତେବେ ଏଭଳି କଟକଣା ଖୁବ୍ ଶୀଘ୍ର ଜାରି ହେବାକୁ ଯାଉଛି ହରିୟାଣାର ରୋହତକଠାରେ । ଏଠାକାର ସରକାର ଖିଲାପୀକାରୀଙ୍କୁ ଚାକିରି ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି ।

ସୂଚନା ଅନୁସାରେ, ହରିୟାଣା ସରକାର ବିଦ୍ୟୁତ୍ ବିଲ ପୈଠ କରୁନଥିବା କୌଣସି ବି ବ୍ୟକ୍ତିବିଶେଷଙ୍କୁ ସରକାରୀ ଚାକିରି ନଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ୍ ନିଗମର ଖାଲାପୀକାରୀଙ୍କ ଉପରେ ଲଗାମ୍ କସିବା ପାଇଁ ହରିୟାଣା ସରକାର ଏଭଳି ଯୋଜାନ ପ୍ରସ୍ତୁତ କରୁଛନ୍ତି । ଯେଉଁଥିରେ ନିୟମ ରହିଛି କି, ଖିଲାପୀକାରୀଙ୍କୁ ସରକାରୀ ଚାକିରି ମିଳିବ ନାହିଁ । ଏଥିସହିତ ହିଁ ଡିଫଲ୍ଟର ଘୋଷିତ ହେବା ପରେ ଉପଭୋକ୍ତାଙ୍କ ବିଜୁଳି କନେକସନ ମଧ୍ୟ କାଟି ଦିଆଯିବ । ତେବେ ଏହାପୂର୍ବରୁ ତାଙ୍କୁ ବିଲ୍ ଭରିବାର ଏକ ନିର୍ଧାରିତ ସମୟସୀମା ପ୍ରଦାନ କରାଯିବ । ସରକାର ଏସଂକ୍ରାନ୍ତରେ ଖୁବ୍ ଶୀଘ୍ର ହିଁ ଅଧିସୂଚନା ଜାରି କରିବେ ।

ବିଦ୍ୟୁତ୍ ନିଗମ ଅନୁସାରେ, ରୋହତକ୍ ଜିଲ୍ଲାରେ ମୋଟ୍ ୨.୨୦ ଲକ୍ଷ ଉପଭୋକ୍ତା ଅଛନ୍ତି । ଏଥିମଧ୍ୟରୁ ସହରାଂଚଳରେ ୧.୨୫ ଲକ୍ଷ ଉପଭୋକ୍ତା ରହିଥିବା ବେଳେ ଗ୍ରାମାଂଚଳରେ ରହିଛନ୍ତି ୯୯ ହଜାର ଉପଭୋକ୍ତା । ସାଧାରଣ ଦିନମାନଙ୍କରେ ୪୨ ଲକ୍ଷ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ ହୋଇଥାଏ । ଏହିଦିନମାନଙ୍କରେ ୫୫ ଲକ୍ଷ ୟୁନିଟ୍ ବିଦ୍ୟୁତ ପ୍ରତିଦିନ ଖର୍ଚ୍ଚ ହୋଇଥାଏ । ଏବଂ ଦାବି ୬୫ ଲକ୍ଷ ୟୁନିଟ୍ ପ୍ରତି ଦିନ ବାବଦକୁ ରହିଛି । ବିଦ୍ୟୁତ୍ ନିମଗ ପ୍ରତି ମାସକ ଡିଫଲ୍ଟରଙ୍କ ତାଲିକା ଜାରି କରିବ । ଏହାବ୍ୟତୀତ ଡିଫଲ୍ଟରମାନଙ୍କଠାରୁ ବିଲ ଆଦାୟ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯିବ । ଅଧିକାରୀଙ୍କ ସୂଚନା ମୁତାବକ, ସରକାରୀ ସ୍ତରରେ ଡିଫଲ୍ଟରମାନଙ୍କଠାରୁ ସାମ୍ନା କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଖୁବ୍ ଶୀଘ୍ର ହିଁ ରୋହତକ ସମେତ ହରିୟାଣାର ବାକି ଜିଲ୍ଲା ମାନଙ୍କରେ ଲାଗୁ କରିଦିଆଯିବ ।