ଜୀବନ ନେଇଗଲା ଇୟରଫୋନ: ଗୀତ ଶୁଣୁଥିବା ସମୟରେ ମାରିଲା କରେଂଟ୍ , ଘଟଣାସ୍ଥଳରେ ହିଁ ଚାଲିଗଲା ଯୁବକଙ୍କ ଜୀବନ

58

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ପାଣ୍ଡୋ ନାମକ ଗାଁରେ । ସୂଚନା ମୁତାବକ, ଗତକାଲି ଦିନ ପାଖାପାଖି ୧ଟା ବେଳେ ମୋବାଇଲକୁ ଚାର୍ଜରେ ବସାଇବା ସମୟରେ ସେଥିରେ ଇୟରଫୋନ ଲଗାଇ ଗୀତ ଶୁଣିବା କାରଣରୁ ଜଣେ ଯୁବକଙ୍କ ପ୍ରାଣବାୟୁ ଚାଲି ଯାଇଛି । ଏହି ସମୟରେ କରେଂଟ ଲାଗିବା ଦ୍ୱାରା ହିଁ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ନାଁ ବଂଟି ସିଂହ(୨୨ ବର୍ଷ) ବୋଲି ଜଣାପଡିଛି ।

ମୃତକଙ୍କ ବାପା କୃଷ୍ଣଲାଲଙ୍କ କହିବା କଥା ହେଲା କି, ତାଙ୍କ ପୁଅ ବଂଟି ସିଂହ ମୋବାଇଲକୁ ଚାର୍ଜରେ ବସାଇ ଇୟରଫୋନ ଜରିଆରେ ଗୀତ ଶୁଣୁଥିଲା । ଅପରାହ୍ନ ପାଖାପାଖି ୧ଟା ବେଲେ ହଠାତ୍ ଭୋଲଟେଜ୍ ବଢିଯାଇଥିଲା ଆଉ ଏହି ସମୟରେ ହିଁ ବଂଟି ବିଦ୍ୟୁତ୍ ସସ୍ପର୍ଶରେ ଆସିବାରୁ ତାର ମୃତ୍ୟୁ ଘଟିଛି ।

କୃଷ୍ଣଲାଲଙ୍କ କହିବା ଅନୁସାରେ, ବଂଟି ଯେଉଁ ରୁମରେ ବସି ଗୀତ ଶୁଣୁଥିଲା, ତାର ଠିକ୍ ପାଖ ରୁମରେ ତାଙ୍କ ପତ୍ନ ସୁରେଖା ଥିଲେ ଏବଂ ଭୋଲଟେଜ ହଠାତ୍ ବଢିଯିବା କାରଣରୁ ସେ ଭୟରେ ସମସ୍ତ ବୈଦୁତିକ୍ ଉପକରଣଗୁଡିକୁ ବନ୍ଦ କରିଦେଇଥିଲେ ଆଉ ଯେତେବେଳେ ସେ ପୁଅ ତଥା ବଂଟି ରୁମକୁ ଆସିଥିଲେ ସେତେବେଳେ ସେ ବଂଟିକୁ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ତେବେ ଏହି ସମୟରେ ବଂଟି କାମରେ ଇୟରଫୋନ ଲାଗିଥିଲା । ଏହାପରେ ତାକୁ ତୁରନ୍ତ ମେଡିକାଲ ନେଇଯାଇଥିଲେ କିନ୍ତୁ ଡାକ୍ତର ବଂଟିକୁ ମୃତ ବୋଲି ଘୋଷଣା କରିଥିଲେ । ତେବେ କରେଂଟ ସସ୍ପର୍ଶରେ ଆସି ବଂଟିର ମୃତ୍ୟୁ ଘଟିଛି ବୋଲି ଡାକ୍ତର କହିଥିଲେ ।