ମାତ୍ର ୧୦ ସେକେଣ୍ଡରେ ମିଳିବ ଲୋନ ! ଜାଣନ୍ତୁ ଏହି ଅଫରର ସତ୍ୟତା

38

ଅଧିକାଂଶ ବ୍ୟାଙ୍କରୁ ଫଟାଫଟ୍ ଲୋନ ପାଇବା ପାଇଁ ଅଫର ମିଳିଥାଏ । ଆପଣଙ୍କୁ ବି କେବେ ନା କେବେ ଫୋନ ଆସିଥିବ କି ଲୋନ ନେବା ପାଇଁ ଆପଣଙ୍କୁ ଆଉ କେଉଁଠିକୁ ଦୌଡିବାକୁ ପଡିବନି ବରଂ ମୁହୂର୍ତ୍ତକ ମଧ୍ୟରେ ଆପଣଙ୍କୁ ଲୋନ ମିଳିଯିବ । ସେମାନେ କହିଥାନ୍ତି କି, ପର୍ସନାଲ ଲୋନ ପାଇଁ ନେଟ୍ ବ୍ୟାଙ୍କିଂ କିମ୍ବା ମୋବାଇଲ ବ୍ୟାଙ୍କିଂ ଜରିଆରେ ନିଜ ଆକାଉଂଟକୁ ଲଗ ଇନ କରନ୍ତୁ । ଏହାପରେ ପର୍ସନାଲ ଲୋନର ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

ସେହିପରି ଚାକିରି କରୁଥିଲେ ଆପଣଙ୍କୁ ବିନା କୌଣସି ଝନଝଟରେ ଲୋନ ଉପଲବ୍ଧ କରାଯାଉଛି । ଏଥିସହ ଜଡିତ ଇ-ମେଲ, ମେସେଜ ଏବଂ ଫୋନ ଆପଣଙ୍କ ନିକଟକୁ ନିଶ୍ଚୟ ଆସୁଥିବ । ଯେଉଁଥିରେ ବାରମ୍ବାର ଦାବି କରାଯାଉଥିବ କି ଆପଣଙ୍କୁ ମାତ୍ର ୧୦ ସେକେଣ୍ଡରେ ଲୋନ ଆପ୍ରୁଭ କରିଦିଆଯିବାକୁ । ତେବେ ଏଭଳି ପ୍ରକାରର ଲୋନ ପାଇଁ ଆବେଦନ କରିବା ପୂର୍ବରୁ ଟିକିଏ ବୁଦ୍ଧି ବିଚାରି କାମ କରନ୍ତୁ । କାରଣ ବ୍ୟାଙ୍କ ଏହି ଲୋନ ମାତ୍ର ୧୦ ସେକେଣ୍ଡରେ ଦେବାକୁ ଦାବି କରିଥାଏ, ଯେଉଁଥି ପାଇଁ ଲୋକେ କିଛି ବୁଝି ନସୁଝି ତୁରନ୍ତ ଗ୍ରହଣ କରିଦିଅନ୍ତି । ଯେବେକି କୌଣସି ବି ଲୋନ ଆପ୍ଲାଏ କରିବା ପୂର୍ବରୁ ଆବେଦକ ଚିନ୍ତା କରିବା ଉଚିତ କି କଣ ଏହି ଲୋନଟି ତାଙ୍କର ବାସ୍ତବରେ ଆବଶ୍ୟକ କି ନୁହେଁ ? ବିନା ଆବଶ୍ୟକତା ଏବଂ ଆର୍ଥିକ ସ୍ଥିତିକୁ ଯାଂଚ ନକରି ଲୋନ ନେବା ପୂର୍ବରୁ ଆବେଦକଙ୍କ ସିଭିଲ ସ୍କୋର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ।
ଫାଇନାନ୍ସିଆଲ ପ୍ଲାନର୍ସ ୧୦ ସେକେଣ୍ଡ ଲୋନର ସ୍କିମକୁ ଅସୁରକ୍ଷିତ ଲୋନ ବୋଲି କହିଥାନ୍ତି । ଏଥିପାଇଁ ବ୍ୟାଙ୍କ ଆବେଦକଙ୍କ ଠାରୁ ସାଧାରଣ ଭାବରେ ଦରମା ସ୍ଲିପ ମଗାଯାଇଥାଏ । ତେବେ ଜାଣନ୍ତୁ ଏହି ୧୦ ସେକେଣ୍ଡର ଲୋନ ଆପ୍ରୁଭାଲର ପୂରା ପ୍ରକ୍ରିୟା ସଂପର୍କରେ….

• ଲୋନର ରାଶି ପ୍ରତ୍ୟେକ ଗ୍ରାହକଙ୍କ ବ୍ୟକ୍ତିଗତ ପ୍ରୋଫାଇଲ, ତାଙ୍କର କ୍ରେଡିଟ୍ ରିପୋର୍ଟ ଉପରେ ନିର୍ଭର କରିଥାଏ । ଏଥିସହିତ ଆଧାର ଲିଙ୍କିଂ ଜରିଆରେ ବ୍ୟାଙ୍କ ଗ୍ରାହକଙ୍କ କେୱାଇସି ମଧ୍ୟ ଆକ୍ସେସ କରିପାରନ୍ତି ।

• ଅଧିକାଂଶ ଲୋନ ଆବେଦକଙ୍କର ଆୟ ଉପରେ ନିର୍ଭର କରିଥାଏ । ବ୍ୟାଙ୍କ ପାଇଁ ସେଭିଂ ଆକାଉଂଟରେ ହୋଇଥିବା ଟ୍ରାନଜାକସନ ଆଧାରରେ ଇନଷ୍ଟାଂଟ ଲୋନ ଆପ୍ରୁଭ କରିବା ଏକ ଚ୍ୟାଲେଂଜ ହୋଇପାରେ । ଏହାକୁ ଆଧାର କରି ଅଧିକାଂଶ ସମୟରେ ବ୍ୟାଙ୍କ ଲୋନକୁ ଫିକ୍ସ ଡିପୋଜିଟ ଖାତାରେ ଯୋଡି ଦେଇଥାନ୍ତି ।

• ଯଦି କୌଣସି ବ୍ୟାଙ୍କ କୁଇକ୍ ଲୋନ ଦେଇ ରଖୁଛି ତେବେ ନେଟ୍ ବ୍ୟଙ୍କିଂ ପାଇଁ ଲଗଇନ କରିବା ପୂର୍ବରୁ ସ୍କିମ ଆଧାରରେ ମିଳିବାକୁ ଥିବା ଲୋନକୁ ଭଲଭାବରେ ପରଖନ୍ତୁ । ସୁନିଶ୍ଚିତ କରନ୍ତୁ, ଆପଣଙ୍କ ପାଇଁ ଲୋନ କେତେ ଜରୁରୀ ଅଟେ ଏବଂ ରିପେମେଂଟ ପ୍ଲାନ ପ୍ରସ୍ତୁତ କରନ୍ତୁ ।

• ପର୍ସନାଲ ଲୋନ ଉପରେ ଅଧିକ ସୁଧ ଲାଗିଥାଏ । ଯେଉଁଥି ପାଇଁ ବ୍ୟାଙ୍କକୁ ଅଧିକ ଲାଭ ହୋଇଥାଏ । ତେଣୁ ଲୋନ ପାଇଁ ସାଇନ ଅପ କରିବା ପୂର୍ବରୁ ତାହା ସହ ଜଡିତ ସର୍ଭିସ ଚାର୍ଜ କିମ୍ବା ହିଡେନ ଚାର୍ଜେସ ସଂପର୍କରେ ଜାଣି ରଖନ୍ତୁ ।