ଡେବିଟ୍ ଓ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ୯୦ କୋଟିରୁ ଅଧିକ କାର୍ଡଧାରୀ ହୋଇପାରନ୍ତି ପ୍ରଭାବିତ

40

ଚଳିତ ମାସ ୧୫ ତାରିଖରୁ ତଥା ୧୫ ଅକ୍ଟୋବର ପରେ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇପାରେ ଆପଣଙ୍କ ଡେବିଟ୍-କ୍ରେଡିଟ୍ କାର୍ଡ । ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ନିଷ୍ପତି ପାଇଁ ଟଙ୍କା ଲାଗି ଲୋକଙ୍କୁ ପୁଣି ଥରେ ନାହିଁନଥିବା ଅସୁବିଧାର ସାମ୍ନା କରିବାକୁ ପଡିପାରେ । କାରଣ ଆରବିଆଇର ଏହି ନିଷ୍ପତି ଦେଶର ସମସ୍ତ ବ୍ୟାଙ୍କଗୁଡିକୁ କାର୍ଡ ଜାରି କରିଥିବା ବିଦେଶୀ କଂପାନୀମାନଙ୍କର ନିଦ ହଜାଇ ଦେଇଛି । ଯଦି ଡେବିଟ-କ୍ରେଡିଟ୍ କାର୍ଡ ବନ୍ଦ ହୋଇଯାଏ ତେବେ ଏହାର ପ୍ରଭାବ ଫେଷ୍ଟିଭ ସିଜିନରେ ଦେଖିବାକୁ ମିଳିପାରେ । କାହିଁକି ନା ସାରା ଦେଶରେ ପାଖାପାଖି ୯୦ କୋଟିରୁ ଅଧିକ ଲୋକଙ୍କ ନିକଟରେ ଏଭଳି ଡେବିଟ-କ୍ରେଡିଟ୍ କାର୍ଡ ରହିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଦେଶର ଅଧିକାଂଶ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ମାଷ୍ଟରକାର୍ଡ କିମ୍ବା ଭିଜାର ଡେବିଟ୍-କ୍ରେଡିଟ କାର୍ଡ ଜାରି କରିଥାନ୍ତି । ଆରବିଆଇ ଏହି ସବୁ ବିଦେଶୀ ପେମେଂଟ ଗେଟୱେ କଂପାନୀମାନଙ୍କୁ ଦେଶରେ ନିଜର ସର୍ଭର ଲଗାଇବା ପାଇଁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ମହଲତ ଦେଇଥିଲା । ଅର୍ଥାତ୍ ଏହିସବୁ କଂପାନୀମାନଙ୍କୁ ଡାଟା ଷ୍ଟୋର କରିବା ପାଇଁ ଆରବିଆଇ ତରଫରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । କିନ୍ତୁ ୧୫ ଅକ୍ଟୋବର ସୁଧା ଏହି କାମ ସମାପନ କରିବାରେ କଂପାନୀମାନେ ଅସମର୍ଥ ଥିବା ଜଣାପଡିଛି ।

ଅନ୍ୟପକ୍ଷରେ କଂପାନୀମାନଙ୍କର ପ୍ରତିନିଧୀମାନେ ଏସଂପର୍କରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ଏହାର ସମୟସୀମାକୁ ବଢାଇବାକୁ ଅନୁରୋଧ କରିଛନ୍ତି । ତେବେ କଂପାନୀମାନଙ୍କର ଦାବି ରହିଛି କି, ଡାଟା ଷ୍ଟୋର କରିବାରେ ପାଖାପାଖି ୨ ବର୍ଷ ସମୟ ଲାଗିବ । ଏସଂକ୍ରାନ୍ତରେ ଆର୍ଥିକ ମାମଲାର ସଚିବ ଆରବିଆଇକୁ ଏକ ପତ୍ର ମଧ୍ୟ ଲେଖିଥିଲେ, ହେଲେ ଆରବିଆଇ ତରଫରୁ ଏଯାବତ୍ କୌଣସି ବି ଉତର ମିଳିନାହିଁ ।

ତେବେ ଯଦି ଆରବିଆଇ ନିଜ ନିଷ୍ପତିରେ ଅଟଳ ରହେ ତେବେ ଏହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିପାରେ । କାରଣ ବିମୁଦ୍ରାକରଣ ପରଠୁ ଦେଶରେ ଡେବିଟ-କ୍ରେଡିଟି କାର୍ଡର ପ୍ରଚଳନ ବେଶ୍ ବୃଦ୍ଧି ପାଇଛି । ଅଧିକାଂଶ ଲୋକେ ତ କ୍ୟାସ୍ ପରିବର୍ତ୍ତେ କାର୍ଡରେ ପେମେଂଟ କରିବାକୁ ବେଶି ପସନ୍ଦ କରୁଛନ୍ତି । ତେବେ ଭାରତ ବି ନିଜର ରୁପେ ଡେବିଟ୍-କ୍ରେଡିଟ୍ କାର୍ଡ ଜାରି କରିବା ଆରମ୍ଭ କରିଦେଇଛି ହେଲେ ଏଭଳି ୟୁଜର୍ସଙ୍କ ସଂଖ୍ୟା ଦେଶରେ ବହୁତ କମ ରହିଛି । ସେହିପରି ଯଦି ମାଷ୍ଟକାର୍ଡ କିମ୍ବା ଭିଜା ଡେବିଟ-କ୍ରେଡିଟ କାର୍ଡ ବନ୍ଦ ହୋଇଯାଏ ତେବେ ଲୋକଙ୍କ ନିକଟରେ କ୍ୟାସ୍ ବ୍ୟତୀତ ୟୁପିଆଇ, ନେଟବ୍ୟାଙ୍କିଂ ଏବଂ ମୋବାଇଲ ୱାଲେଟ୍ ଭଳି ପେମେଂଟ କରିବାର ବିକଳ୍ପ ହିଁ ବଂଚିବ । ହେଲେ ଏଥିରେ ବି ସେମାନେ ହିଁ ପେମେଂଟ କରିପାରିବେ, ଯେଉଁମାନଙ୍କ ନିକଟରେ ଇଂଟରନେଟ କନେକସନ ଥିବ ଏବଂ ସେ ଏଭଳି ଆପ ବ୍ୟବହାର ବେଶ୍ ଭଲ ଭାବରେ ଜାଣିଥିବେ ।

ଏଠାରେ ଆମେ କହି ରଖୁଛୁ କି, କାର୍ଡ ବନ୍ଦ ହେବା ଦ୍ୱାରା ଲୋକଙ୍କ ନିକଟରେ କ୍ୟାସର ଘୋର ଅଭାବ ପୁଣି ଥରେ ଉପୁଜିପାରେ । କାହିଁକି ନା , ଅଧିକାଂଶ ଲୋକେ ନିଜ ଡେବିଟ-କ୍ରେଡିଟ କାର୍ଡର ବ୍ୟବହାର ଏଟିଏମରୁ ଟଙ୍କା ଉଠାଇବା ପାଇଁ କରୁଛନ୍ତି । ଯଦି ଲୋକେ ଏଟିଏମରୁ ଟଙ୍କା ଉଠାଇପାରିବେନି ତେବେ ପୁଣି ଥରେ ନୋଟବନ୍ଦୀ ଭଳି ପରିସ୍ଥିତି ଉପୁଜିପାରେ । ଏପରିକି ଫେଷ୍ଟିଭ ସିଜିନ ଉପରେ ଏହାର ଗଭୀର ପ୍ରଭାବ ପଡିପାରେ । ତେବେ ଆରବିଆଇର ଏହି ନିଷ୍ପତି କୋଟି କୋଟି ଜେନତାଙ୍କ ପାଇଁ ମହଙ୍ଗା ପଡିପାରେ ।