ନୁଆ ୨୦୦ଟଙ୍କିଆ ନୋଟ୍ ଆସିବାକୁ ନେଇ ଧାର୍ଯ୍ୟ ହେଲା ତାରିଖ ! ଏଟିଏମରେ ହେବ ନାହିଁ କୌଣସି ପରିବର୍ତ୍ତନ

73

ଖୁବ୍ ଶୀଘ୍ର ବଜାରକୁ ଆସିବ ୨୦୦ ଟଙ୍କିଆ ନୁଆ ନୋଟ୍ । ଏନେଇ ତାରିଖ ମଧ୍ୟ ନିର୍ଦ୍ଧାରଣ ହୋଇସାରିଛି । ଯଦିଓ ଏହାକୁ ନେଇ ବର୍ତ୍ତମାନ ଅଧିକ କୌଣସି ସୂଚନା ମିଳିପାରିନାହିଁ ତେବେ ବଡ କଥା ହେଲା ଏହି ନୋଟ୍ ପାଇଁ ଏଟିିଏମର କୌଣସି ଆବଶ୍ୟକତା ପଡିନପାରୋ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

ଅନ୍ୟପଟେ ସରକାରୀ ସୂତ୍ରରୁ ଖବର ମିଳିଛି ଯେ, ବର୍ତ୍ତମାନ ଦେଶରେ ୨ ହଜାର ଟଙ୍କିଆ ନୋଟର ଅଭାବୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ସେହିପରି ୨୦୦୦ ଟଙ୍କିଆ ନୋଟର ଛପା ଧାର୍ଯ୍ୟ କରାଯାଇଥିବା ସଂଖ୍ୟା ହିସାବରେ କରାଯାଇଛି ଏବଂ କିନ୍ତୁ ଅସିମୀତ ସଂଖ୍ୟାରେ ୨୦୦୦ ଟଙ୍କିଆ ନୋଟର ଛପାଯାଇ ପାରିବ ନାହିଁ ।

୨୦୦ ଟଙ୍କିଆ ନୁଆ ନୋଟ୍

ସୂଚନା ମୁତାବକ, ୨୦୦ ଟଙ୍କିଆ ନୋଟର ଛପା ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏଥିସହିତ ଏହାକୁ ପ୍ରକାଶ ପାଇବାର ତାରିଖ ବି ଧାର୍ଯ୍ୟ କରିଦିଆଯାଇଛି । ବଜାରକୁ ଆସିବା ପରେ ଯେପରି ଏହାର ଅଭାବ ନଦେଖାଯାଏ ସେଥିପ୍ରତି ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ପ୍ରୟାସ ଜାରି ରହିଛି । ବର୍ତ୍ତମାନ ସମୟରେ ବଜାରରେ ୧ ଟଙ୍କିଆ ନୋଟ୍ ବ୍ୟତୀତ ୧୦,୨୦, ୫୦, ୧୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟ ପ୍ରଚଳିତ । ତେବେ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରେ ବହୁତ ବଡ ସାମାଞ୍ଜସ୍ୟ ରହିଛି । ଏଥିପାଇଁ ବାରମ୍ବାର ପ୍ରଶ୍ନ ଉଠୁଛି କି ୨୦୦ଟଙ୍କିଆ ନୋଟ୍ ଜାରି କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି କରାଯାଇଥିଲା । ପରେ ସରକାର ଏବଂ ଆରବିଆଇ ମିଳିତ ଭାବେ ୨୦୦ ଟଙ୍କିଆ ନୁଆ ନୋଟ୍ ପ୍ରଚଳନ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ।

୨୦୦ ଟଙ୍କିଆ ନୋଟ୍ ବଜାରରେ ଉପଲବ୍ଧ ହେଉଥିବା ପୁରୁଣା ନୋଟର ଆକାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟର ନୁଆ ନୋଟ୍ ଆସିବା ସମୟରେ ସମସ୍ତ ଏଟିଏମକୁ ଚରଣବଦ୍ଧ ତରିକାରେ ରିକାଇଲେବବ୍ରେଟ୍ କରାଯାଇଛି ଯେଉଁଥିରେ ଲୋକଙ୍କୁ କିଛି ସମୟ ପର୍ଯ୍ୟନ୍ତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ଏଣିକି ଆଗାମୀ ଦିନରେ ଆଉ ଏଭଳି ପରିସ୍ଥିତି ଉପୁଜିନପାରେ ।

୨୦୦୦ ଟଙ୍କିଆ ନୋଟ୍

ରାଜ୍ୟସଭାରେ ବୁଧବାର ଦିନ ୨୦୦ ଟଙ୍କିଆ ନୋଟ୍ ମାମଲା ଉଠିଥିଲା । ସପା ସଂସଦ ନରେଶ ଅଗ୍ରୱାଲ ଏବଂ ଜେଡିୟୁ ସାଂସଦ ଶରଦ ଯାଦବ ମିଶି ୨୦୦୦ ଟଙ୍କିଆ ନୋଟର ଛପାକୁ ବନ୍ଦ କରିବାକୁ ନେଇ ଚାଲିଥିବା ଅଟକଳ ଉପରେ ସରକାରଙ୍କୁ ସ୍ପଷ୍ଠୀ କରଣ ଦେବାକୁ କହିଥିଲେ । ଏଠାରେ ଦାବି ‘ହ୍ୱାଇଟ୍ ଅଫ୍ ଅର୍ଡର’ ଉପରେ ଉଠିଥିଲା ।

ଅନ୍ୟପଟେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସିଧାସଳଖ କିଛି ନକହି ଏହି ମାମଲାଟି ‘ହ୍ୱାଇଟ୍ ଅଫ୍ ଅର୍ଡର’ର ନୁହେଁ ବରଂ ‘ହ୍ୱାଇଟ୍ ଅଫ୍ ହୋର୍ଡର’ର ବୋଲି କହିଥିଲେ । ବଡ କଥା ହେଲା ଜେଟଲୀଙ୍କ ଏହି ଟିପ୍ପଣୀ ସହିତ ହିଁ ନୋଟକୁ ନେଇ ଉଠିଥିବା ସମସ୍ତ ପ୍ରଶ୍ନର ଅନ୍ତ ଘଟିଥିଲା ।