ଦମଦାର ଅଫର: ମାତ୍ର ୧୦୦ଟଙ୍କା ଦେଇ ବର୍ଷ ସାରା ବ୍ୟବହାର କରନ୍ତୁ ମନଇଚ୍ଛା ଇଂଟରନେଟ୍

54

ସାଧାରଣ ଜନତା ବିଶେଷ କରି ଗ୍ରାମାଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ଶସ୍ତାରେ ଇଂଟରନେଟ୍ ସୁବିଧା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଡାଟାୱିଣ୍ଡ ଆରମ୍ଭ କରିବାକୁ ଯାଉଛି ଏଭଳି ଏକ ଐତିହାସିକ ସେବା । ଏଥିପାଇଁ ଡାଟାୱିଣ୍ଡ ଭର୍ଚୁଆଲ ନେଟୱର୍କ ଅପରେଟର ତଥା ଭି.ଏନ.ଓ ପାଇଁ ଆବେଦନ କରିବ ଆଉ ଲାଇସେନ୍ସ ମିଳିବା ମାତ୍ରେ ହିଁ ମାତ୍ର ୧୦୦ଟଙ୍କାରେ ବର୍ଷକ ପାଇଁ ଇଂଟରନେଟ୍ ସେବା ଯୋଗାଇ ଦେବ । ତେବେ ଏହି ସେବା ଆସନ୍ତା ୧୦ ତାରିଖ ତଥା ଜୁନ ୧୦ ତାରିଖରୁ ଆରମ୍ଭ ହେବା ନେଇ ଖବର ଆସିଛି ।

ସୂଚନା ମୁତାବକ, ଭି.ଏନ.ଓ ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହେବା ପରେ ଉତ୍ସାହିତ ହୋଇ ଡାଟାୱିଣ୍ଡ ମୋବାଇଲ ଭର୍ଚୁଆଲ ନେଟୱର୍କ ଅପରେଟର ପରିଯୋଜନା ଆଧାରରେ ୧୦୦ କୋଟି ଟଙ୍କା ନିବେଶ କରିବାର ଯୋଜନା ପ୍ରସ୍ତୁତ କରିଛି । କଂପାନୀର ସଂପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀତ ସିଂହ ତୁଲି ସୂଚନା ଦେଇ କହିଛନ୍ତି କି, ଦେଶର ପାଖାପାଖି ୧୦୦ କୋଟି ଜନତା ଏବେବି ଇଂଟରନେଟ ସେବାରୁ ବଂଚିତ ଅଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି କି, ଗ୍ରାମାଂଚଳମାନଙ୍କରେ ବସବାସ କରୁଥିବା ଲୋକମାନେ ଏଥିପାଇଁ ବର୍ଷକୁ ଅତି କମରେ ୧୨୦୦ଟଙ୍କା ଖର୍ଚ୍ଚ କରିବା ସ୍ଥିତିରେ ନାହାଁନ୍ତି ତେଣୁ ଏହାକୁ ଦୃଷ୍ଟିରେ ରଖି ଆମ କଂପାନୀ ମାତ୍ର ୧୦୦ ଟଙ୍କାରେ ବାର୍ଷିକ ଶୁଳ୍କ ଉପରେ ସାଧାରଣ ଲୋକଙ୍କୁ ଇଂଟରନେଟ ସେବା ଉପଲବ୍ଧ କରାଇବାକୁ ଚାହୁଛି । ଯାହାଦ୍ୱାରା ଗ୍ରାହକମାନେ ନିଜର ସବୁ କାମ ପାଇଁ ଇଂଟରନେଟ ବ୍ୟବହାର କରିପାରିବେ ।

ଉଭୟ ୩ଜି ଏବଂ ୪ଜି ସମର୍ଥିତ ଶସ୍ତା ମୋବାଇଲ ଫୋନ ଏବଂ ଟ୍ୟାବଲେଟ୍ ନିର୍ମାଣ କରୁଥିବା ଡାଟାୱିଣ୍ଡର ସି.ଇ.ଓ କହିଛନ୍ତି କି, ଏବେବି ତାଙ୍କ କଂପାନୀ ରିଲାଏନ୍ସ କମ୍ୟୁନିକେସନ ଏବଂ ଟେଲିନର ସହିତ ମିଶି ନିଜର ଗ୍ରାହକଙ୍କୁ ବର୍ଷକ ପାଇଁ ନିଃଶୁଳ୍କ ଇଂଟରନେଟ ସେବା ଉପଲବ୍ଧ କରାଉଛି । ଏଥିପାଇଁ ବାକି ଅନ୍ୟ କଂପାନୀମାନଙ୍କ ସହିତ ବି ଆଲୋଚନା ଜାରି ରହିଛି । ସେ କହିଛନ୍ତି କି, ଯେଉଁ ଟେଲିକମ କଂପାନୀ ବି.ଏନ.ଓ ଇନଫ୍ରାଷ୍ଟ୍ରକଚର ପୂର୍ବରୁ ପ୍ରସ୍ତୁତ କରିବ ତାଙ୍କ କଂପାନୀ ସେହି କଂପାନୀମାନଙ୍କ ସହିତ ମିଶି ଦିୱାଲୀ ପୂର୍ବରୁ ଗ୍ରାହକମାନଙ୍କୁ ଶସ୍ତାରେ ଇଂଟରନେଟ୍ ସେବା ଯୋଗାଇ ଦେବାକୁ ଚାହିଁବେ ।

ଉଲ୍ଲେଖ ଥାଉ କି, ଦୂରସଂଚାର ବିଭାଗ ଏଥିପାଇଁ ନିର୍ଦ୍ଦେଶନାମା ଜାରି କରିଛି କି, ଯେଉଁଥିରେ ଆବେଦନ କରିବାର ୬୦ ଦିନ ଭିତରେ ଲାଇସେନ୍ସ ଦେବାକୁ କୁହାଯାଇଛି । ଭି.ଏନ.ଓ ପାଇଁ ପ୍ରତ୍ୟେକ ଟେଲିକମ ସର୍କଲ ପାଇଁ ୭.୫ କୋଟି ଟଙ୍କାର Outright non refundable ଶୁଳ୍କ ଦେବାକୁ ହେବ ଏବଂ ପ୍ରତ୍ୟେକ ସେବା ପାଇଁ ପୃଥକ ପୃଥକ ଶୁଳ୍କ ଲାଗିବ ।