ଶେଷ ହେଲା ଫ୍ରେସ ଲକ୍ ଏବଂ ଫିଙ୍ଗରପ୍ରିଂଟର ଯୁଗ ! ଏଣିକି ପାସୱାର୍ଡର କାମ କରିବ ଆପଣ ପିନ୍ଧୁଥିବା ପୋଷାକ

33

ଏପର୍ଯ୍ୟନ୍ତ ଆପଣ ପାସୱାର୍ଡ ଆଧାରରେ ନିଜର ଫିଙ୍ଗରପ୍ରିଂଟ, କି-ଲକ୍, ଏବଂ ଫ୍ରେସ ଆଇଡିର ବ୍ୟବହାର କରୁଛନ୍ତି । ହେଲେ ଏବେ ଏଭଳି ପାସୱାର୍ଡ ଯୁଗର ଅନ୍ତ ଘଟିବାକୁ ଯାଉଛି । କାରଣ ଖୁବ ଶୀଘ୍ର ବଜାରକୁ ଆସୁଛି କପଡା ଜନିତ ପାସୱାର୍ଡା ତେବେ ଆସନ୍ତୁ ଜାଣିବା ଏହା କଣ ଏବଂ ଏହା କିଭଳି କାମ କରିଥାଏ ।

ନିକଟରେ କିଛି ଗବେଷକ ଦଳ ଏଭଳି ଏକ ସ୍ମାର୍ଟ କପଡା ବା ପୋଷାକର ନିର୍ମାଣ କରିଛନ୍ତି । ଯେଉଁଥିରେ ଆପଣ ଆପଣଙ୍କର ପାସୱାର୍ଡକୁ ସୁରକ୍ଷିତ କରିପାରିବେ ଏବଂ ସବୁଠାରୁ ଭଲ କଥା ହେଲା, ଆପଣଙ୍କ ପୋଷାକରେ ପାସୱାର୍ଡ ଲେଖାଯାଇଥିବ ହେଲେ ତାହା କାହାକୁ ବି ନଜର ଆସିବ ନାହିଁ ।

ସୂଚନା ମୁତାବକ, ୟୁନିଭର୍ସିଟି ଅଫ ୱାଶିଂଟନର କମ୍ପ୍ୟୁଟର ବିଶେଷଜ୍ଞମାନେ ଏକ ଏଭଳି ପ୍ରକାରର ଫେବ୍ରିକ୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ବିନା ଅନୱାର୍ଡ ସେନସରର ଡାଟା ଏବଂ ପାସୱାର୍ଡ ଷ୍ଟୋର କରାଯାଇପାରିବ । ବୈଜ୍ଞାନିକମାନେ ନିଜର ଏହି ରିପୋର୍ଟରେ ସୂଚିତ କରିଛନ୍ତି କି, ଏହି କପଡା ବା ପୋଷାକରେ ମ୍ୟାଗନେଟିକ୍ ଟେକନିକ୍ ବ୍ୟବହାର କରାଯାଇଛି, ଯାହାକୁ ଏକ ନେଭିଗେସନ ଆପ ଦ୍ୱାରା କଂଟ୍ରୋଲ କରାଯାଇଛି ।

ତେବେ ଏହି ଆପ ଜରିଆରେ ହିଁ କପଡା ବା ପୋଷାକରେ ଷ୍ଟୋର କରାଯାଇଥିବା ପାସୱାର୍ଡ ପଢିବା ସମ୍ଭବ ହୋଇଛି । ଖାଲି ସେତିକି ନୁହେଁ ଏହି ରିପୋର୍ଟରେ ଆହୁରୀ ମଧ୍ୟ ଦାବି କରାଯାଇଛି କି, ଏଭଳି ପ୍ରକାରର କପଡା ବା ପୋଷାକ ସଂପୂର୍ଣ୍ଣ ଭାବେ ଇଲୋକ୍ଟ୍ରନିକ ଫ୍ରି ରହିଛି ଅର୍ଥାତ୍ ଏହି କପଡାକୁ ଆପଣ ସହଜରେ ଧୋଇ ବା ସଫା କରିପାରିବେ ଏବଂ ଇସ୍ତ୍ରୀ ମଧ୍ୟ କରିପାରିବେ ।

ସୌଜନା: ଅମର ଉଜାଲା