ଆସିଲା ଦୁଇ ଚକିଆ କାର, ଟ୍ରାଫିକ୍ ସମସ୍ୟାରୁ ମିଳିବ ମୁକ୍ତି, ଫିଚର୍ସ ଜାଣିଲେ ଆପଣ ବି ହୋଇଯିବେ ଚକିତ

169

ଆସିଲା ଦୁଇ ଚକିଆ କାର୍ । ଯାହାକୁ ଆପଣ ବାଇକ୍ କାର ବୋଲି ମଧ୍ୟ କହିପାରିବେ । ଏହି ଗାଡିରେ ଆପଣ ଉଭୟ କାର ଏବଂ ବାଇକର ମଜା ଉଠାଇପାରିବେ । ତେବେ ଏହି କାରକୁ ନିର୍ମାଣ କରିଛି ଚୀନର ଏକ କଂପାନୀ ।

ଏହି ଦୁଇ ଚକିଆ କାରର ନାଁ ରଖାଯାଇଛି ସି-ୱାନ । ଯାହାକୁ ନିର୍ମାଣ କରିଛନ୍ତି ଚୀନର Zhu Lingyu ନାମକ ଜଣେ ଇଂଜିନିୟର । ଯିଏକି ଫୋର୍ଡ ମୋଟରର କନସେପ୍ଟରୁ ପ୍ରଭାବିତ ହୋଇ ଏହି କାରଟିକୁ ପ୍ରସ୍ତୁତ କରିଛନ୍ତି । ଆଉ ଏହି କାରର ଟ୍ରାୟଲ ମଧ୍ୟ ଚଳିତ ବର୍ଷ ହୋଇସାରିଛି । କିନ୍ତୁ ମାର୍କେଟକୁ ଏହି ଗାଡି ୨୦୨୦ ସୁଦ୍ଧା ଆସିବା ନେଇ ସମ୍ଭାବନା ରହିଛି ।

ଦୁଇ ଚକିଆ କାର କାନକୁ ଯେଭଳି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ତାର ଫିଚର୍ସ ମଧ୍ୟ ସେଭଳି ଖାସ୍ ରହିଛି । ଯଦିଓ କାରର ସ୍ପିଡ ସଂପର୍କରେ ବର୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ତେବେ ଖବର ଯାହା ଆସିଛି, ଏହି କାରର ସ୍ପିଡ ୧୫୦ରୁ ୨୦୦ କିଲୋମିଟର ଘଂଟା ପ୍ରତି ସ୍ପିଡରେ ଦୌଡିବାର ସକ୍ଷମ ରହିଛି । ସେହିପରି ଗାଡି ଉପରେ ଥିବା କାଚକୁ ଆପଣ ଚାହିଁଲେ ଆପଣଙ୍କ ସୁବିଧା ମୁତାବକ ବାହାର କରିପାରିବେ । ଏହି କାରଟି ୨ ସିଟର ବିଶିଷ୍ଟ କାର ଅଟେ ।

କଂପାନୀର ଦାବି ରହିଛି କି, ଏହି କାରରେ ସବୁ ସୁବିଧା ଉପଲବ୍ଧ, ଯାହାକୁ ଜଣେ ବ୍ୟକ୍ତି ସାଧାରଣ କାରରୁ ପାଇବାକୁ ଇଚ୍ଛା କରୁଥିବେ , କ୍ଲାଇମେଟ କଂଟ୍ରୋଲରୁ ପ୍ରିମିୟମ ସାଉଣ୍ଡ ସିଷ୍ଟମ ପର୍ଯ୍ୟନ୍ତ । ଏହି କାରରେ ଏକ ସ୍ମାର୍ଟଫୋନ ଏବଂ କ୍ଲାଉଡ କନେକ୍ଟିଭିଟି ଭଳି ଅତ୍ୟାଧୂନିକ ଟେକନିକ୍ ମଧ୍ୟ ରହିଛି । ଏହି କାରରେ ଆପଣଙ୍କୁ ସମସ୍ତ ସେଫ୍ଟି ଫିଡର୍ସ-ସିଟ ବେଲ୍ଟ, ମଲ୍ଟିପୁଲ ଏୟାରବେଗ ଏବଂ ଏକ ଷ୍ଟିଲ-ରିଇନଫୋର୍ସଡ Steel-reinforced chassisଭଳି ସେଫ୍ଟିର ମଜା ଉଠାଇପାରିବେ । ଏହାର ଇଂଟରଫ୍ରେସ କାରଣରୁ ସି-୧କୁ ଚଲାଇବା ବହୁତ ସହଜ ।

କଂପାନୀର କହିବା କଥା ହେଲା କି, କାର ଚଳାଇପାରୁଥିବା କୌଣସି ବି ବ୍ୟକ୍ତି ସି-୧ ଚଲାଇପାରିବେ । ସି-୧ରେ High-torque in-hub electric motor ବ୍ୟବହାର କରାଯାଇଛି । ସି-୧ ଏକ ଶତପ୍ରତିଶତ ଇଲେକ୍ଟୋନିକ କାର । ଏହି କାରରେ ୧୦ କିଲୋୱାଟର ବ୍ୟାଟେରୀ ବ୍ୟବହାର କରାଯାଇଛି । ଏହି କାରକୁ ଆପଣ ଥରେ ମାତ୍ର ଚାର୍ଜ କରି ପାଖାପାଖି ୩୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ସ୍ପିଡ ମାମଲାରେ ଏହି କାର ବି କିଛି କମ ନୁହେଁ । ସି-୧ ୧୬୦ କିଲୋମିଟର/ ଘଂଟା ବେଗରେ ଦୌଡିପାରିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ୦ରୁ ୧୦୦ କିଲୋମିଟର/ଘଂଟା ବେଗରେ ଅତିକ୍ରମ କରିବାକୁ ଏହି କାରକୁ ମାତ୍ର ୬ ସେକେଣ୍ଡ ଲାଗିଥାଏ ।