ସାବଧାନ ! ବଜାରରେ ମିଳୁଛି ବିଷ ତରଭୁଜ, ଖାଇବା କ୍ଷଣି ପେଟରେ ଆରମ୍ଭ ହୋଇଯାଉଛି ଅସହ୍ୟ ଯନ୍ତ୍ରଣା

35

ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ ରସୟାନିକ ପଦାର୍ଥ ଦ୍ୱାରା ପଚା ଯାଇଥିବା ଫଳ ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ ଅଟେ । ଯାହାର ଏକ ସଦ୍ୟ ଉଦାହରଣ ଆମେ ନିମ୍ନରେ ଆଲୋଚନା କରିଛୁ । ଦିଲ୍ଲୀର ନୋଏଡାରେ ସିଦ୍ଧି ଅଗ୍ରୱାଲ ଜଣେ ବ୍ୟକ୍ତି ବଜାରରୁ ତରଭୁଜ କିଣିଥିଲେ । ତେବେ ତରଭୁଜଟିକୁ ଧରି ସେ ଯେତେବେଳେ ଘରେ ଆସି ପହଂଚିଥିଲେ ସେତେବେଳେ ସେଥିରୁ ଫେଣ ଭଳି କିଛି ବାହାରିବା ଆରମ୍ଭ କରିଦେଇଥାଏ । ତେବେ ରାତି ସାରା ତରଭୁଜରୁ ଫେଣ ବାହାରିବା ବନ୍ଦ ହୋଇନଥିଲା । ଏହାପରେ ସିଦ୍ଧି ଏସଂପର୍କରେ ଖାଦ୍ୟ ସୁରକ୍ଷା ବିଭାଗରେ ଅଭିଯୋଗ କରିଥିଲେ । କିନ୍ତୁ କିଛି ସୁଫଳ ମିଳିନଥିଲା । କାରଣ ଅଭିଯୋଗ ସତ୍ୱେ ବି ବିଭାଗରେ କୌଣସି ବି ଅଧିକାରୀ ଆସି ସାମ୍ପୁଲ ନେଇନଥିଲେ । ଯାହାପରେ ବାଧ୍ୟ ହୋଇ ସେ ଏନେଇ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ତୁରୁଭୁଜଟି ଦେଖିବାକୁ ପୂରା ସାଧାରଣ ଥିଲା ସତ କିନ୍ତୁ ଏଥିରେ ଭରା ଯାଇଥିଲା ବିଷ ।

ସିଦ୍ଧିଙ୍କ କହିବା ମୁତାବକ, ଗତ ଶୁକ୍ରବାର ରାତିରେ ସେ ଘର ପାଖ ବଜାରରୁ ଏକ ତରଭୁଜ କିଣି ଆଣିଥିଲେ । ତେବେ ଘରେ ଆଣି ରଖିବା ପରେ ଏଥିରୁ ହଠାତ୍ ଫେଣ ଭଳି କିଛି ବାହାରିବା ଆରମ୍ଭ କରିଥିଲା । ଏଠାରେ ଆମେ କହି ରଖୁଛୁ କି, ବଜାରରେ ଫଳଗୁଡିକର ଚାହିଦାକୁ ନଜରରେ ରଖି ବେପାରୀମାନେ ଫଳଗୁଡିକୁ ଶୀଘ୍ର ପଚାଇବା ପାଇଁ ଏବଂ ରଙ୍ଗ କଲରଫୁଲ କରିବା ପାଇଁ କେମିକାଲ ବ୍ୟବହାର କରୁଛନ୍ତି । ଆଉ ଏହାକୁ ଖାଇବା ଦ୍ୱାରା ପେଟରେ ସଂକ୍ରମଣ ହୋଇପାରେ । ଫଳ ପଚାଇବା ପାଇଁ ଏଥିଲିନ ଗ୍ୟାସ, କାର୍ବାଇଡ ଇତ୍ୟାଦି ବ୍ୟବହାର କରାଯାଇଥାଏ, ଯାହାକି ମାନବ ଶରୀର ପାଇଁ ହାନୀକାରକ ଅଟେ ।

କିଛି ଗୁରୁତ୍ୱପୂର୍ଣ୍ଣ କଥା

• ଫଳ ଖାଇବା ପୂର୍ବରୁ ଭଲ ଭାବରେ ଧୁଅନ୍ତୁ ।

• ପ୍ରାକୃତିକ ରୂପରେ ପାଚିଥିବା ଫଳର ସ୍ୱାଦ କିଛି ଅଲଗା ରହିଥାଏ, କିନ୍ତୁ ଜବରଦସ୍ତ ପଚାଯାଇଥିବା ଫଳର ସ୍ୱାଦ ପୂରା ଖରାପ ହୋଇଥାଏ ।

• ସବୁଜ ଏବଂ ପତ୍ରଭରା ପନିପରିବାର ଉପରି ଭାଗ ଅଂଶ ଖତରନାକ ରସାୟନିକ ଅବଶେଷ ରହିଥାଏ । ଏଥିପାଇଁ ତାକୁ ଭଲଭାବରେ ଧୋଇ ଖାଆନ୍ତୁ ।