ଡିସକାଉଂଟରେ ଜିନିଷ କିଣି ହଟହଟ୍ଟାରେ ହେଲେ ଗ୍ରାହକ । ଜଳି ଗଲା ଘର । ହାତ ଟେକିଦେଲା କଂପାନୀ

29

ଶସ୍ତାରେ ହିନସ୍ତା । ଶସ୍ତାରେ ପାଇ ଜିନିଷ କିଣି ଦୁର୍ଘଟଣାର ଶିକାର ହୋଇଛନ୍ତି ଏକ ପରିବାର । ଯଦିଓ ଦୁର୍ଘଟଣାଟି ଏତେ ଭୟାନକ ନଥିଲା ମାତ୍ର ଯଦି ଉପଯୁକ୍ତ ସମୟରେ ଉଦ୍ଧାରକାରୀ ଆସି ପହଂଚି ନଥାନ୍ତେ ତେବେ ଏହାଦ୍ୱାରା ଏକ ବଡ ଦୁର୍ଘଟଣା ଘଟିପାରି ଥାନ୍ତା ।

ସୂଚନା ମୁତାବକ, ଇଂଲଣ୍ଡର ଡୋରସେଟ କାଉଂଟିରେ ଫୋନ ଚାର୍ଜର କାରଣରୁ ଘଟିଥିବା ଏହି ଦୁର୍ଘଟଣାରେ ଗୋଟିଏ ଘର ସଂପୂର୍ଣ୍ଣ ଭାବରେ ଜଳି ପୋଡି ନାରଖାର ହୋଇଯାଇଛି । ତେବେ ଯେଉଁ ସମୟରେ ନିଆଁ ଲାଗିଥିଲା, ସେ ସମୟରେ ଘରେ ଜଣେ ମହିଳା ନିଜ ତିନି ପିଲାଙ୍କ ସହିତ ଉଲସ୍ଥିତ ଥିଲେ । ଯଦିଓ ସଠିକ୍ ସମୟରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ନିଆଁକୁ ଆୟତ କରିଦେଇଥିଲେ ମାତ୍ର ଏହାଦ୍ୱାରା ପ୍ରାଣହାନୀ ଘଟିବାର ସମ୍ଭାବନା ବହୁତ ଅଧିକ ଥିଲା ।

ଡୋରସେଟ କାଉଂଟିରେ ଥିବା ଏହି ଘରେ ରହୁଥିବା ଡୋନା ବର୍ଟନଙ୍କ କହିବା କଥା ହେଲା କି, ତାଙ୍କ ପୁଅ ଏକ ଡିସକାଉଂଟ ସପରୁ ଏକ ମୋବାଇଲ ଚାର୍ଜର ଡିସକାଉଂଟରେ ଆଣିଥିଲେ । ଏହି ଚାର୍ଜରକୁ ପ୍ଲଗରେ ଲଗାଇ ମୋବାଇଲ ଚାର୍ଜ ପାଇଁ ବସାଇ ଅନ୍ୟ ଏକ ରୁମକୁ ଚାଲିଆସିଥିଲେ । ଠିକ୍ ଏହି ସମୟରେ ହିଁ ଏହି ଦୁର୍ଘଟଣାଟି ଘଟିଥିଲା । ଡୋନାଙ୍କ କଥା ଅନୁସାରେ, ତାଙ୍କୁ ପଅ ଯେତେବେଳେ ଆଣିଥିବା ଚାର୍ଜରକୁ ପ୍ଲଗରେ ଲଗାଇ ମୋବାଇଲକୁ ଚାର୍ଜରେ ବସାଇଥିଲା । ସେତେବେଳେ ସେ ତାର ପାଖ ରୁମରେ ବସିଥିଲେ । ଆଉ ଠିକ୍ ଏହି ସମୟରେ ହିଁ ମୋବାଇଲ ଚାର୍ଜ ବସିଥିବା ରୁମରୁ କିଛି ଜଳିବାର ଦୁର୍ଗନ୍ଧ ଆସିଥିଲା । ଏହାପରେ ସେ ରୁମ୍ ଭିତରେ ପହଂଚି ଦେଖନ୍ତୁ ତ ପ୍ଲଗରେ ଲାଗିଥିବା ଚାର୍ଜରୁ ନିଆଁ ବାହାରୁଛି । ଏହାପରେ ଧିରେ ଧିରେ ନିଆଁ ଘର ସାରା ବ୍ୟାପିବା ଆରମ୍ଭ କରିଦେଇଥିଲା । ଏହାପରେ ଡୋନା ତୁରନ୍ତ ଏନେଇ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରିଥିଲେ ଓ ଡୋନାଙ୍କ ଫୋନ ପାଇଁ ସଙ୍ଗେ ସଙ୍ଗେ କର୍ମଚାରୀମାନେ ପହଂଚି ନିଆଁକୁ ଆୟତ କରିଥିଲେ ।

 ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଜଣେ ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁସାରେ, ନିଆଁ ଲାଗିବାର ମୁଖ୍ୟ କାରଣ ଥିଲା ଶସ୍ତାରେ ଆଣିଥିବା ଏହି ଚାର୍ଜର । ଯାହାକି ପୂରା ନକଲି ତଥା ଖରାପ କ୍ୱାଲିଟିର ଥିଲା । ଯାହାଦ୍ୱାରା ଭାରସାମ୍ୟ ହରାଇ ଏଥିରେ ନିଆଁ ଲାଗିଯାଇଥିଲା । ତେଣୁ ଏହି ଘଟଣାରୁ ଗୋଟିଏ ଶିକ୍ଷା ମିଳୁଛି କି, କେବେ ହେଲେ ଶସ୍ତାରେ କିମ୍ବା ଡିସକାଉଂଟରେ କୌଣସି ବୈଦ୍ୟୁତିକ ଉପକରଣ କିଣନ୍ତୁ ନାହିଁ । ଯେଉଁ ମୋବାଇଲ କିଣୁଛନ୍ତି ସେହି ତାର ଓରିଜିନାଲ ଚାର୍ଜର ହିଁ ବ୍ୟବହାର କରନ୍ତୁ । କେବେ ଅନ୍ୟ କୌଣସି କଂପାନୀର ଚାର୍ଜର ବ୍ୟବହାର କରନ୍ତୁ ନାହିଁ ।