ମାତ୍ର ୫ ହଜାର ଟଙ୍କାରେ କରନ୍ତୁ ବିଶ୍ୱ ଭ୍ରମଣ । ଜାଣନ୍ତୁ କିପରି ପାଇବେ ଏହି ସୁବିଧା

47

ବିଦେଶ ଭ୍ରମଣର ସ୍ୱପ୍ନ ପ୍ରାୟତଃ ସମସ୍ତେ ଦେଖନ୍ତି ହେଲେ ଏହି ସ୍ୱପ୍ନକୁ ସାକାର କିରବାର କ୍ଷମାତ ମାତ୍ର କେତେ ଜଣଙ୍କଠାରେ ପରୀଲକ୍ଷିତ ହୋଇଥାଏ । ଯଦି ସଠିକ୍ ଯୋଜନା କରାଯାଏ ତେବେ ଏହି ସ୍ୱପ୍ନକୁ ଅତି ସହଜରେ ପୁରୁଣ କରିପାରିବେ । ତେଣୁ ଏହି ଡ୍ରିମ ହଲିଡେ ଟୁର ପାଇଁ ଟଙ୍କାର ବ୍ୟବସ୍ଥା ପାଇଁ ଏକ ଟ୍ରାଭେଲ ଫଣ୍ଡ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଯାହାକୁ ଆପଣ କେଉଁଠାରେ ବି ଆରମ୍ଭ କରିପାରିବେ । ଏଥିପାଇଁ ଆପଣଙ୍କୁ ୧ରୁ ୨ ବର୍ଷ ଭିତରେ ପ୍ରତିମାସ ନିବେଶ କରିବାକୁ ପଡିବ ମାତ୍ର ୫୦୦୦ ଟଙ୍କା ।

ପାଖାପାଖି ୧ ଲକ୍ଷ ଟଙ୍କାରେ ଆପଣ ବିଶ୍ୱର ଯେ କୌଣସି ବି ସ୍ଥାନକୁ ବୁଲିବାକୁ ଯାଇପାରିବେ । ଯେଉଁଥି ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ପ୍ରତି ମାସ ୫୦୦୦ଟଙ୍କା ନିବେଶ କରିବାକୁ ପଡିବ ଏବଂ ଏକ ସଠିକ୍ ଇନଭେଷ୍ଟମେଂଟ ଅପସନ ଚୟନ କରିବାକୁ ମଧ୍ୟ ପଡିବ । ଖାଲି ସେତିକି ନୁହେଁ ଆପଣ ଯେଉଁ ବିକଳ୍ପ ଚୟନ କରିବେ ସେଥିରେ ଆପଣଙ୍କର ଟଙ୍କା ସୁରକ୍ଷିତ ରହିବା ସହିତ ସେଥିରେ ରିଟର୍ଣ୍ଣ ବି ମିଳୁଥିବା ଆବଶ୍ୟକ । ତେବେ ଆପଣଙ୍କର ବିଦେଶ ଭ୍ରମଣର ସ୍ୱପ୍ନକୁ ସାକାର କରିବାକୁ ହେଲେ ନିମ୍ନରେ ଦର୍ଶାଯାଇଥିବା ଦୁଇଟି ବିକଳ୍ପ ମଧ୍ୟରୁ ଆପଣଙ୍କୁ କୌଣସି ଗୋଟିଏ ଅପସନକୁ ଚୟନ କରିବାକୁ ପଡିବ ।

ରିକରିଙ୍ଗ ଡିପୋଜିଟ୍

ରିକରିଙ୍ଗ ଡିପୋଜିଟ୍ ଏକ ଉତ୍ତମ ଇନଭେଷ୍ଟମେଂଟ ଅପସନ । କାରଣ ଏଥିରେ ଆପଣଙ୍କୁ ଫିକ୍ସଡ ରିଟର୍ଣ୍ଣ ମିଳିଥାଏ । ଆପଣଙ୍କର ଟଙ୍କା ଆପଣଙ୍କର ବ୍ୟାଙ୍କରେ ସୁରକ୍ଷିତ ରହିଥାଏ ଏବଂ ଏଥିରେ ଆପଣ ଆପଣଙ୍କର ସୁବିଧା ଅନୁସାରେ ବି ସମୟସୀମା ସ୍ଥିର କରିପାରିବେ । ଏଥିରେ ଆପଣ ୧୨ କିମ୍ବା ୨୪ ମାସର ଏକ ରିକରିଙ୍ଗ ଡିପୋଜିଟ ସ୍କିମରେ ପ୍ରତି ମାସ ୫୦୦୦ଟଙ୍କା ଇନଭେଷ୍ଟ କରିବାର ବିକଳ୍ପକୁ ଚୟନ କରିବାକୁ ହେବ । କାରଣ ଏଥିରେ ଉଠିତ ରିଟର୍ଣ୍ଣ ମିଳିବା ସହ ୧ରୁ୨ ବର୍ଷ ପରେ ଏକ ଭଲ ଟୁରରେ ଯିବା ପାଇଁ ଆପଣଙ୍କ ନିକଟରେ ଟଙ୍କା ବି ମିଳିଯିବ ।

ମ୍ୟୁଚୁଆଲ ଫଣ୍ଡର ସିଷ୍ଟମେଟିକ୍ ଇନଭେଷ୍ଟମେଂଟ ପ୍ଲାନ (ସିପ)

ସିଷ୍ଟମେଟିକ୍ ଇନଭେଷ୍ଟମେଂଟ ପ୍ଲାନ ଏକ ମାସିକିଆ ଇନଭେଷ୍ଟମେଂଟ ପ୍ଲାନ । ଯେଉଁଥିରେ ଆପଣ ଆପଣଙ୍କର ମନପସନ୍ଦର ସିପରେ ୫୦୦୦ଟଙ୍କା ନିବେଶ କରି ଏକ ଭଲ ରିଟର୍ଣ୍ଣ ପାଇପାରିବେ । ଯଦି ଆପଣ ଆପଣଙ୍କର ଟଙ୍କା ଇକ୍ୱିଟି ଫଣ୍ଡରେ ନିବେଶ କରୁଛନ୍ତି ତେବେ ମାତ୍ର ୧୨ ମାସ ପରେ ଏହା ଉପରେ ଟାକ୍ସ ମଧ୍ୟ ଲାଗି ନଥାଏ । ଏଭଳି ଭାବେ ୧୨ ମାସ ପର୍ଯ୍ୟନ୍ତ ଏକ ମାସିକ ସିପ, ୨୪ ମାସରେ ୧୦୦ ପ୍ରତିଶତ ଟାକ୍ସ ଫ୍ରି ହୋଇଯାଇଥାଏ । ଯଦି ଆପଣ ଆପଣଙ୍କର ଟଙ୍କାକୁ ସୁରକ୍ଷିତ ରଖିବା ସିହତ ମଧ୍ୟମ ଦରରେ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ତେବେ ଏହି ଫଣ୍ଡ ଆପଣଙ୍କୁ ନିଶ୍ଚୟ ସହାୟତା କରିବ ।

ସୌଜନ୍ୟ: ଜନସତ୍ତା